Monday, July 15, 2019

News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଭାରତର ପରାୟଜରେ ବିହ୍ୱଳିତ ପାକ୍ ସେନା ଅଧିକାରୀ ନ୍ୟୁଜିଲ୍ୟାଣ୍ଡକୁ ସୋସାଲ ମିଡିଆରେ ବଧେଇ ଦେଲେ ଏପରି…

ଇସ୍ଲାମାବାଦ: ଆଇସିସି ବିଶ୍ୱକପରୁ ଭାରତର ବିଦାୟ କାହାକୁ କ’ଣ ଲାଗିଛି ତାହା ଜଣା ନାହିଁ, ହେଲେ ପାକ୍ କ୍ରିକେଟ୍ ପ୍ରେମୀ କିନ୍ତୁ ମ୍ୟାଚ୍ ର ଫଳାଫଲକୁ ନେଇ ବେଶ୍ ଉତ୍ସାହିତ । ସୋସାଲ ମିଡିଆରେ ଏ ନେଇ ଏବେ ଟିକା ଟିପ୍ପଣୀ କରୁଥିବା ବେଳେ ଏଥିରୁ ଦେଶର ସେନା ଅଧିକାରୀ ବି ବାଦ ପଡି ନାହାନ୍ତି। ସେମିରେ ଭାରତକୁ ପରାସ୍ତ କରିପାରିଥିବାରୁ ପାକ୍ ସେନାର ଜନୈକ ମେଜରଜେନେରାଲ ତଥା ମୁଖପାତ୍ର ଆସିଫ ଗଫୁର ଟ୍ୱିଟ୍ ହ୍ୟାଣ୍ଡେଲରେ ନ୍ୟୁଜିଲ୍ୟାଣ୍ଡ ଟିମ୍ କୁ ଏପରି ବଧେଇ ଜଣେଇଛନ୍ତି।

ଆସିଫ ଗଫୁର ତାଙ୍କ ଟ୍ୱିଟର ହ୍ୟାଣ୍ଡଲରେ ସେମିରେ ବିଜୟ ନିମନ୍ତେ ପ୍ରଥମେ ନ୍ୟୁଜିଲ୍ୟାଣ୍ଡ ଟିମ୍ କୁ ତାଙ୍କ ଅନ୍ତରରୁ ବଧେଇ ଜଣେଇଛନ୍ତି। ଏହା ସହ ଆଇସିସି ୱାର୍ଲଡ କପ୍ ରେ ପହଞ୍ଚିବା ପାଇଁ ଟିମ୍ ନିମନ୍ତେ ଏହା ଏକ ଦମଦାର ଜିତ୍ ବୋଲି ଉଲ୍ଲେଖ କରିଛନ୍ତି। ମ୍ୟାଚ୍ ରେ ନ୍ୟୁଜିଲ୍ୟାଣ୍ଡ ଟିମ୍ ସ୍ପୋର୍ଟସମ୍ୟାନ୍ ସ୍ପିରିଟ ପ୍ରଦର୍ଶନ କରିଥିବା ଓ ଏକ ମହାନ ଦେଶ ନୈତିକ ମୂଲ୍ୟ ସହ ଖେଳିଥିବା ଉଲ୍ଲେଖ କରିଛନ୍ତି।

ତେବେ ମଙ୍ଗଳ ଓ ବୁଧବାର ଦୁଇ ଦିନ ଧରି ଖେଳାଯାଇଥିବା ଏକଦିବସୀୟ ମ୍ୟାଚ୍ ରେ ନ୍ୟୁଜିଲ୍ୟାଣ୍ଡ ଦେଇଥିବା ୨୪୦ ରନର ବିଜୟ ଲକ୍ଷକୁ ଭାରତ ଅନୁଧାବନ କରିପାରିନଥିଲା। ଆରମ୍ଭରୁ ହିଁ ଟିମ୍ ୱିକେଟ୍ ହରାଇବାରେ ଲାଗିଲା। ଫଳରେ ଖେଳ ଶେଷ ବେଳକୁ ଟିମ୍ ଇଣ୍ଡିଆ ବିଜୟ ଲକ୍ଷର ମାତ୍ର ୧୮ ରନ ଦୂରରେ ରହିଯାଇଥିଲା ଓ ପରାଜୟ ସହ ବିଶ୍ୱକପ୍ ରୁ ଟିମ୍ ଇଣ୍ଡିଆର ପ୍ରସ୍ଥାନ ହୋଇଥିଲା। ତେବେ ଟିମ୍ ଇଣ୍ଡିଆର ଏହି ପରାଜୟ ପରେ ପାକ୍ କ୍ରିକେଟ୍ ପ୍ରେମୀ ଟ୍ୱିଟରରେ ଭାରତର ଖୁବ୍ ମଜା ଉଡାଉଛନ୍ତି। ଯେଉଁଥିରେ ଦେଶର ସେନା କର୍ମଚାରୀ ବି ଏବେ ସାମିଲ ହୋଇଯାଇଛନ୍ତି।

345 Views

   ସମ୍ବନ୍ଧିତ ଖବର