ଆସିଫ ଗଫୁରଙ୍କ ମନ୍ତବ୍ୟକୁ ନେଇ ପ୍ରତିକ୍ରିୟା ଜୋର : ଓଡ଼ିଶାର ନାଁକୁ ନେଇ ଛିଗୁଲାଇଥିଲେ ଗଫୁର

Published By : Prameya-News7 Bureau | December 26, 2019 IST

ଭୁବନେଶ୍ବର ୨୬/୧୨: ପାକିସ୍ତାନ ସେନା ମୁଖପାତ୍ର ଆସିଫ ଗଫୁରଙ୍କ ଓଡିଶା ମନ୍ତବ୍ୟକୁ ନେଇ ପ୍ରତିକ୍ରିୟା ଜୋର । ଓଡିଶା ବିଷୟରେ କିଛି ନଜାଣି ଗଫୁର ଯେଭଳି ଟ୍ବିଟ କରିଛନ୍ତି ତାକୁ ସମସ୍ତେ ନିନ୍ଦା କରିଛନ୍ତି । ଜଗନ୍ନାଥଙ୍କ ଦେଶ ଓଡିଶାରେ ବିଭେଦ ସୃଷ୍ଟି କରିବାକୁ ପାକିସ୍ତାନ ସେନା ମୁଖପାତ୍ର ଅଯଥା ଚେଷ୍ଟା କରିଛନ୍ତି ବୋଲି ରାଜନୈତିକ ନେତାଙ୍କ ମତ । ସାରା ବିଶ୍ବକୁ କ୍ରିସ୍ ମାସର ଶୁଭେଚ୍ଛା ଜଣାଇବା ବେଳେ ଗଫୁର ଓଡ଼ିଶାର ନାଁକୁ ନେଇ ଛିଗୁଲାଇଥିଲେ ।

{"id":202866,"sizeSlug":"large"}

ସାରା ବିଶ୍ବର ଖ୍ରୀଷ୍ଟିୟାନମାନଙ୍କୁ ବଡଦିନର ଶୁଭେଚ୍ଛା ଦେବା ବେଳେ ଗଫୁର ଟ୍ବିଟରେ ଲେଖିଥିଲେ ଉଗ୍ରହିନ୍ଦୁବାଦୀ ରାଜ୍ୟ ଓଡ଼ିଶାରେ ରହୁଥିବା  ଖ୍ରିଷ୍ଟିଆନମାନଙ୍କୁ ମଧ୍ୟ ଶୁଭେଚ୍ଛା। ଗଫୁର କାହିଁକି ଓଡିଶାର ଖ୍ରିଷ୍ଟିଆନମାନଙ୍କୁ ଶୁଭେଚ୍ଛା ଦେବାବେଳେ ଉଗ୍ର ହିନ୍ଦୁତ୍ବର କଥା କହିଲେ ତାକୁ ନେଇ ଉଠିଛି ପ୍ରଶ୍ନ । ନିଜ ଦେଶ ପାକିସ୍ତାନ ଜଳୁଥିବାବେଳେ ଭାରତ ସମେତ ଓଡିଶାର ସାମାଜିକ ଓ ଧାର୍ମିକ ବ୍ୟବସ୍ଥା ଉପରେ ମନ୍ତବ୍ୟ ଦେବା ଦୁର୍ଭାଗ୍ୟଜନକ ବୋଲି କୁହାଯାଇପାରେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.