Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୦ କୋଭିଡ୍ ସଂକ୍ରମିତ, ୩୩୪୩୦୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୫ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କଳିଙ୍ଗ ଝୋଟ କାରଖାନାରେ ଅଘଟଣ, ମେସିନରେ ଚାପି ହୋଇ ଶ୍ରମିକ ମୃତ
  • ||
  • ଭଞ୍ଜନଗର : ଘରୋଇ କଳି ହେଲା କାଳ, ଦାଦାର ଛୁରାମାଡ଼଼ରେ ଝିଆରୀ ଆହତ
  • ||
  • ପୁରୀ : ଆଜି ଶ୍ରୀଜିଉଙ୍କ ଦର୍ଶନ ବନ୍ଦ, ଶ୍ରୀମନ୍ଦିର ଭିତରେ ଓ ବାହାରେ କରାଯାଉଛି ସାନିଟାଇଜ୍
  • ||
  • ବ୍ରିଜରେ ଝୁଲିଛି ଯାତ୍ରୀବାହୀ ବସ୍‌, ଅଳ୍ପକେ ବର୍ତ୍ତିଲେ ୫୦ରୁ ଅଧିକ ଯାତ୍ରୀ
  • ||
  • ଆଜିଠୁ ଖୋଲିଲା ଭିତରକନିକା, କୁମ୍ଭୀର ଗଣନା ପାଇଁ ଗତ ୧୫ ତାରିଖଠାରୁ ବନ୍ଦ ଥିଲା ଜାତୀୟ ଉଦ୍ୟାନ
  • ||

ପାକିସ୍ତାନୀ ସେନାମୁଖ୍ୟଙ୍କ ଧର୍ମକୁ ନେଇ ଉଠିଲା ଅଙ୍ଗୁଳି, ପେଶାବର ହାଇକୋର୍ଟରେ ମୋକଦ୍ଦମା ରୁଜୁ

24/11/2019 at 6:13 PM

ପେଶାବର :  ପାକ୍ ସେନାମୁଖ୍ୟ ଜେନେରାଲ କମର ଅହମ୍ମଦ ବାଜୱାଙ୍କ ଧର୍ମକୁ ନେଇ ଏବେ ଦେଶରେ ବିବାଦ ଉପୁଜିଛି। ଏ ନେଇ ମାମଲା କୋର୍ଟରେ ପହଞ୍ଚିଥିବା ବେଳେ ସେ ଅହମ୍ମଦିଆ ମୁସଲମାନ ହୋଇ ମଧ୍ୟ କିପରି ଦେଶର ସର୍ବୋଚ୍ଚ ସୈନ୍ୟ ପଦବୀରେ ଅବସ୍ଥାପିତ ଅଛନ୍ତି ସେ ନେଇ ପ୍ରଶ୍ନ କରାଯାଇଛି। ପୂର୍ବତନ ମେଜର ଖାଲିଦ ଶାହ ଏ ନେଇ ପେଶାବର ହାଇକୋର୍ଟରେ ଆବେଦନ କରିଥିବା ବେଳେ ବାଜୱା ଜଣେ କାଦିୟାନ ବୋଲି ଉଲ୍ଲେଖ କରିଛନ୍ତି।

କାଦିୟାନ ସମୂଦାୟଙ୍କୁ  ଦେଶରେ ଅହମଦିଆ ମୁସଲମାନ କୁହାଯାଏ। ପାକିସ୍ତାନ ସରକାର ଏଭଳି ମୁସଲମାନଙ୍କୁ  ଅଣମୁସଲମାନ ଘୋଷଣା କରିଛନ୍ତି। ବାଜୱା ପାକ୍ ସେନାରେ ଦୀର୍ଘ ସମୟ ଅତିବାହିତ କରିଛନ୍ତି। ଏହା ଛଡା ସେନାମୁଖ୍ୟ ଭାବେ ସେ ତାଙ୍କର ଗୋଟିଏ କାର୍ଯ୍ୟକାଳ ପୂରଣ କରିସାରିଥିବା ବେଳେ ଏବେ କାହିଁକି ତାଙ୍କ ଧର୍ମକୁ ନେଇ ବିବାଦ ଉପୁଜିଛି ତାର କାରଣ କିନ୍ତୁ ଜଣାପଡି ନାହିଁ ।   

ପିଟିସନରେ ଆଇଏସଆଇର ପୂର୍ବତନ ଡିଜି ରିଜୱାନ ଅଖତରଙ୍କୁ ମଧ୍ୟ ନିବେଦନକାରୀ ସଂସ୍ଲିଷ୍ଟ କରିଛନ୍ତି। ସେ ମୁସଲମାନ ହୋଇ ମଧ୍ୟ ଧାର୍ମିକ ନୀତିନିୟମ ପାଳନ କରୁନଥିବାର ଅବେଦନକାରୀ ଅଭିଯୋଗ କରିଥିବା ବେଳେ ବାଜୱା ମୁସଲମାନ ନୁହଁନ୍ତି ବୋଲି ସେ ସରକାରଙ୍କୁ ଜଣାଇ ନାହାନ୍ତି ବୋଲି ଉଲ୍ଲେଖ କରିଛନ୍ତି । ସେପଟେ ଇମ୍ରାନ ଖାନ ସରକାର ବାଜୱାଙ୍କ କାର୍ଯ୍ୟକାଳକୁ ଆହୁରି ୩ ବର୍ଷ ବୃଦ୍ଧି କରିଛନ୍ତି । ତେବେ ପାକିସ୍ତାନ ସମ୍ବିଧାନ ଅନୁସାରେ କୌଣସି ଅଣ ମୁସଲମାନକୁ ଦେଶର ସୈନ୍ୟ ମୁଖ୍ୟ କରିବାର ନିୟମ ନାହିଁ।  

   Related Posts