ଯୁଦ୍ଧ ପାଇଁ ପାକ ମନ୍ତ୍ରୀ କହୁଥିବା ବେଳେ- ଏଲ୍‌ଓସିରେ ବଙ୍କର ତିଆରି କରୁଛି ପାକିସ୍ତାନ ସେନା

Published By : Prameya-News7 Bureau | September 02, 2019 IST

ନୂଆଦିଲ୍ଲୀ - କାଶ୍ମୀରରୁ ଧାର ୩୭୦ ଉଚ୍ଛେଦ ହେବାପରେ ପାକିସ୍ତାନର ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ତାଙ୍କ ଅନ୍ୟ କେତକ ମନ୍ତ୍ରୀ ଯୁଦ୍ଧ ପାଇଁ ବୟାନ ବାଜି କରିସାରିଲେଣି । କାଶ୍ମୀର ପ୍ରସଙ୍ଗରେ ଅନ୍ୟ କିଛି ନହେଲେ ସିଧାଳଖ ଯୁଦ୍ଧ ହେବ ବୋଲି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନ୍‌ କହିଛନ୍ତି । ଦୁଇ ପରମାଣୁ ଶକ୍ତି ଥିବା ଦେଶ ମଧ୍ୟରେ ପରମାଣୁ ଯୁଦ୍ଧ ହେବ ବୋଲି ଇମରାନ୍‌ ଖାନ୍‌ ପରୋକ୍ଷରେ ଧମକ ଦେଇଥିଲେ ।

ଏହାପରେ ପାକିସ୍ତାନ ସେନା ସୀମାରେ ବାରମ୍ବାର ଅସ୍ତ୍ରବିରତି ଉଲ୍ଲଘଂନ କରିଛି । କାଶ୍ମୀରର ନିୟନ୍ତ୍ରଣ ରେଖା ନିକଟରେ ଆତଙ୍କବାଦୀଙ୍କୁ ଠୁଳ କରିବା ସହ ବାରମ୍ବାର ଅସ୍ତ୍ରବିରତି ଉଲ୍ଲଘଂନ କରିଛି।

କାରଗିଲ୍‌ ଯୁଦ୍ଧର ଠିକ୍‌ ୨୦ ବର୍ଷ ପରେ ପାକିସ୍ତାନ ଏବେ ନିୟନ୍ତ୍ରଣ ରେଖା ନିକଟରେ ଥିବା ସ୍କାରଦୁ ଅଞ୍ଚଳରେ ବଙ୍କର ନିର୍ମାଣ କରୁଛି । ପାକିସ୍ତାନ ସେନା ବାଲାଟୋର ଅଞ୍ଚଳରେ ବଙ୍କର ନିର୍ମାଣ କରୁଥିବା ଟାଇମସ୍‌ ନାଓରେ ଖବର ପ୍ରକାଶିତ ହୋଇଛି ।

କାରଗିଲ୍‌ର ଠିକ୍‌ ବିପରୀତ ଦିଗରେ ଏହି ବଙ୍କର ନିର୍ମାଣ କରାଯାଉଛି । ମିଳିଥିବା ସୂଚନା ଅନୁସାରେ ପାକିସ୍ତାନ ସେନା ୨୦ ଫୁଟ୍‌ ଲମ୍ବାର ୧୨ ଫୁଟ୍‌ ଚଉଡାର ବଙ୍କର ତିଆରି କରୁଛନ୍ତି ।

ଭାରତୀୟ ସେନା ପକ୍ଷରୁ ଏ ବିଷୟରେ ଟିପ୍ପଣୀ ଦିଆଯାଉଛି। ପାକିସ୍ତାନ ସେନା ଏହି ଅଞ୍ଚଳରେ ବଙ୍କର ତିଆରି କରୁଥିଲେ କିମ୍ବା ଅସ୍ତ୍ରଶସ୍ତ୍ର ରଖିବା ପାଇଁ ଉଦ୍ୟମ କରୁଥିଲେ ଭାରତୀୟ ସେନା ପଦକ୍ଷେପ ଗ୍ରହଣ କରିବ ବୋଲି ସୂଚନା ଦିଆଯାଇଛି ।

ପାକିସ୍ତାନର ରେଲ ମନ୍ତ୍ରୀ ଅକ୍ଟୋବର ମାସରେ ଭାରତ ପାକିସ୍ତାନ ମଧ୍ୟରେ ଯୁଦ୍ଧ ହେବ ବୋଲି ଭବିଷ୍ୟବାଣୀ କରିସାରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.