ଆଜରବୈଜାନ ଓ ଆର୍ମେନିଆ ଯୁଦ୍ଧରେ ପାକ୍ ସେନା ଓ ISIS

Published By : Prameya-News7 Bureau | September 30, 2020 IST

ବକୁ : ଆଜରବୈଜାନ ଓ ଆର୍ମେନିଆ ମଧ୍ୟରେ ଯୁଦ୍ଧ ଭୟଙ୍କର ରୂପ ଧାରଣ କରିଛି।  ତେବେ ଏହି ଦୁଇ ଦେଶଙ୍କ ଲଢେଇରେ ପାକିସ୍ତାନୀ ସେନା ଓ ଅନ୍ତର୍ଜାତୀୟ ଆତଙ୍କବାଦ ସଙ୍ଗଠନ ଇସ୍ଲାମିକ ଷ୍ଟେଟ୍‌ (ଆଇଏସଆଇଏସ୍‌) ସାମିଲ ହେବା ପରିସ୍ଥିତିକୁ ଜଟିଳ କରିଛି। ଆଜରବୈଜାନ ଏକ ଇସ୍ଲାମ ବହୁଳ ଦେଶ ହୋଇଥିବା ବେଳେ ଆର୍ମେନିଆ ଏକ ଇସାୟୀ ରାଷ୍ଟ୍ର।  ଏଣୁ ପାକିସ୍ତନ ସେନା ଆଜରବୈଜାନ ସପକ୍ଷରେ ଆର୍ମେନିଆର ମୁକାବିଲା କରିବା ଏବେ ଏହା ଧାର୍ମିକ ଯୁଦ୍ଧରେ ରୂପାନ୍ତରିତ ହୋଇଛି।

{"id":336652,"sizeSlug":"large"}

ଆଜାରବୈଜାନ ସପକ୍ଷରେ ଲଢିବା ଲାଗି ପାକିସ୍ତାନ ସ୍ପେଶିଆଲ ସିକ୍ୟୁରିଟି ଗ୍ରୁପର ଅବସରପ୍ରାପ୍ତ କମାଣ୍ଡୋଙ୍କୁ ଅଲବଦର ଆତଙ୍କବାଦୀଙ୍କ ସହ ପଠାଇଛି। ଏଥିରେ ପାକିସ୍ତାନର ଅନୁନ୍ୟ ୫ଶହ କମାଣ୍ଡୋ ଆଜାରବୈଜାନ ଯାଇଥିବା ଜଣାପଡିଛି। ଏଥିରୁ ପାକିସ୍ତାନ କେବଳ ଭାରତ ନୁହେଁ ଅନ୍ୟ ଦେଶଙ୍କ ବିରୋଧରେ ମଧ୍ୟ ନିଜ ସୈନ୍ୟଙ୍କ ଉପଯୋଗ କରୁଥିବାର ପ୍ରଥମଥର ଜଣାପଡିଛି। ଅନ୍ତରାଷ୍ଟ୍ରୀୟ ମଞ୍ଚରେ ଏହି ଘଟଣା ଜଣାପଡିଲେ କଣ ହେବ ତାହା ଚିନ୍ତା ନକରି ପାକ୍‌ ସରକାର ଏଭଳି ପଦକ୍ଷେପ ନେଇଥିବା ବେଳେ ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

{"id":336654,"sizeSlug":"large"}

ଯୁଦ୍ଧ ଆଜାରବୈଜାନ ଓ ଆର୍ମେନିୟା ମଧ୍ୟରେ ହେଉଛି। ଏଥିରେ ପାକିସ୍ତାନର କୌଣସି ନେଣ ନାହିଁ କି ଦେଣ ନାହିଁ। ଏକ ତୃତୀୟପକ୍ଷ ରାଷ୍ଟ୍ରହୋଇ ମଧ୍ୟ ଏଥିରେ ପାକ୍‌ ନିଜକୁ ସାମିଲ କରିବା ଏବେ ବିଶ୍ୱଯୁଦ୍ଧକୁ ଅହ୍ୱାନ ଦେବାଭଳି ହୋଇଛି। ପାକିସ୍ତାନ ଅନୁନ୍ୟ ୫ଶହ କମାଣ୍ଡୋ ଆଜାରବୈଜାନ ପଠାଇଥିବା ଆର୍ମେନିଆ ଗୁଇନ୍ଦା କହିଛି। ଆତଙ୍କବାଦ ଗତିବିଧି ଲାଗି ପାକିସ୍ତାନ ଏବେ ଏଫଏଟିଏଫ୍‌ ଗ୍ରେ ଲିଷ୍ଟରେ ଅଛି। ଏଥିରେ ହୁଏତ ବ୍ଲାକଲିଷ୍ଟକୁ ଚାଲିଯାଇପାରେ। ତେବେ ଚୀନ୍‌ ଓ ତୁର୍କୀ ପ୍ରରୋଚନାରେ ସେ ଏପରି ପଦକ୍ଷେପ ନେଇଥିବା ଅନୁମାନ କରାଯାଉଛି। ଏଣୁ ଏଥର ଏଫଏଟିଏଫରେ ପାକିସ୍ତାନ କଳାତାଲିକା ଭୁକ୍ତ ହେବା ଏକପ୍ରକାର ନିଶ୍ଚିତ ହୋଇଯାଇଛି।

{"id":336656,"sizeSlug":"large"}

ଆର୍ମେନିଆ ଓ ଆଜରବୈଜାନ ୧୯୮୮ ମସିହାରୁ ନାଗର୍ଣ୍ଣୋ-କରବାଖକୁ ନେଇ ସଂଘର୍ଷ କରୁଛନ୍ତି। ୧୯୯୪ ମସିହାରେ ଦୁଇ ଦେଶଙ୍କ ମଧ୍ୟରେ ଯୁଦ୍ଧବୀରାମ ଲାଗି ରାଜିନାମା ହୋଇଥିଲା। ତେବେ ଗତ ରବିବାର ଠାରୁ ନାଗର୍ଣ୍ଣୋରେ ପୁଣି ଉତ୍ତେଜନା ଉପୁଜିଛି। ୧୯୯୧ ମସିହାରେ ଆର୍ମେନିଆ ନିଜକୁ ଆଜରବୈଜାନ ଓ ସୋଭିଏତ୍ ସଂଘରୁ ସ୍ୱାଧୀନ ଘୋଷଣା କରିଥିଲା। ଜାତିସଂଘ ମହାସଚିବ ଆଣ୍ଟୋନିୟୋ ଗୁଟେରେସ୍ ଆଜରବୈଜାନ ଓ ଆର୍ମେନିୟ ନେତାଙ୍କୁ ତୁରନ୍ତ ନାଗର୍ଣ୍ଣୋ କରବାଖ ଯୁଦ୍ଧକ୍ଷେତ୍ରର ସମ୍ପର୍କ ରେଖାରେ ସଂଘର୍ଷବିରାମ ଘୋଷଣା କରିବାକୁ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.