Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅନ୍ୟ ରାଜ୍ୟର ଜେଲକୁ ସ୍ଥାନାନ୍ତର ହେଉଛନ୍ତି ଆତଙ୍କବାଦୀ : ଜମ୍ମୁ-କାଶ୍ମୀରରୁ ୨୬ ଆତଙ୍କୀଙ୍କୁ ପଠାଗଲା ଆଗ୍ରା
  • ||
  • କମୁଛି ପାରଦ, ଆଗକୁ ବଢିବ ଶୀତ
  • ||
  • ଟି୨୦ ବିଶ୍ୱକପ : ଅସଲ ଲଢେଇ ଆରମ୍ଭ, ସୁପର ୧୨ର ପ୍ରଥମ ମୁକାବିଲାରେ ଅଷ୍ଟ୍ରେଲିଆ ବନାମ ଦକ୍ଷିଣ ଆଫ୍ରିକା
  • ||

ବାଲାକୋଟ୍‌କୁ ଭୁଲିପାରୁନି ପାକିସ୍ତାନ, ଚଳାଇଛି ବାୟୁସେନା ଯୁଦ୍ଧାଭ୍ୟାସ ‘ହାଇ ମାର୍କ’

10/06/2020 at 7:58 PM

ନୂଆଦିଲ୍ଲୀ ୧୦।୬:  ପାକିସ୍ତାନ ବାଲାକୋଟରେ ଆତଙ୍କବାଦୀଙ୍କ ଠିକଣା ଧ୍ୱଂସ୍ତ କରିଥିଲେ ଭାରତୀୟ ବାୟୁସେନା। ଘଟଣା ସେତେବେଳେ ଉତ୍ତେଜନାର କାରଣ ପାଲଟିଥିଲା। ହେଲେ ଭାରତୀୟ ଯୁଦ୍ଧବିମାନ ସୀମା ପାର ହୋଇ ବିଭିନ୍ନ ଠିକଣାରେ ଆକ୍ରମଣ କରୁଥିବା ବେଳେ ପାକ୍ ବାୟୁସେନା ହାତ ବାନ୍ଧି ବସିଥିଲା। ରାତି ଅନ୍ଧାରରେ ଅପରେସନ ଜାଣିନଥିବାରୁ ପାଇଲଟ କିଛି କରିବାକୁ ସାହାସ କରି ପାରିନଥିଲେ। ଏଥିଲାଗି ପାକ୍ ବାୟୁସେନା ଯୁଦ୍ଧାବ୍ୟାସ୍ ‘ହାଇ ମାର୍କ’ ଚଳାଇଥିବା ବେଳେ ଏଥିଲାଗି ଭାରତକୁ ନୋଟାମ ( ନୋଟିସ୍ ଟୁ ଏୟାରମେନ୍) ଜାରି କରିଛି।

ଏହି ଯୁଦ୍ଧାଭ୍ୟାସରେ ପାକ୍ ବାୟୁସେନା ଚୀନ ଯୁଦ୍ଧ ବିମାନ ଜେଏଫ୍-୧୭, ଆମେରିକୀୟ ଜେଟ୍ ଫାଇଟର ଏଫ-୧୬ ଓ ମିରାଜ-୩ ଭଳି ଯୁଦ୍ଧବିମାନ  ସାମିଲ କରିଥିବା ବେଳେ ପାକ୍ ଗତିବିଧି ଉପରେ ଭାରତ ନଜର ରଖିଛି।ଯୁଦ୍ଧାଭ୍ୟାସରେ ପାକ୍ ବାୟୁସେନା ଗତ ରାତିରେ କରାଚୀ ସହର ଉପରେ ଯୁଦ୍ଧବିମାନ ଉଡାଇଥିବାର ଜଣାପଡିଛି। ଗତମାସରେ ମଧ୍ୟ ପାକ୍ ବାୟୁସେନା ଯୁଦ୍ଧବିମାନ ରାତିରେ ଉଡାଣ କରିଥିଲେ।

ପାକିସ୍ତାନୀ ବାୟୁସେନା ପାଇଲଟ ଆଗରୁ କେବେ ରାତିରେ ବିମାନ ଉଡାଇ ନଥିଲେ। ଏଣୁ ବାଲାକୋଟ୍ ଆକ୍ରମଣ ବେଳେ ଭାରତୀୟ ବାୟୁସେନାର ମୁକାବିଲା କରିବାରେ ଅକ୍ଷମ ହୋଇଥିଲେ। ଖାସ ଏଥିଲାଗି ପାକ୍ ବାୟୁସେନା ଏବେ ତାର ପାଇଲଟମାନଙ୍କୁ ରାତ୍ରିକାଳୀନ ପରିସ୍ଥିତିର ମୁକାବିଲା ଲାଗି ଏହି ସମରାଭ୍ୟାସରେ ପ୍ରଶିକ୍ଷଣ ପ୍ରଦାନ କରୁଥିବା ଜଣାପଡିଛି।

   Related Posts