ପାକିସ୍ତାନକୁ ଶକ୍ତ ଝଟକା ! ପାକ୍ ଏୟାରଲାଇନ୍ସକୁ ବ୍ୟାନ୍ କରିପାରନ୍ତି ୧୮୮ଟି ଦେଶ

Published By : Prameya-News7 Bureau | November 10, 2020 IST

ଲାହୋର, ୧୦୧୧:    ପାକିସ୍ତାନ ଏୟାରଲାଇନ୍ସ ଉପରେ ବିଶ୍ୱର ୧୮୮ଟି ଦେଶ ପ୍ରତିବନ୍ଧକ ଲଗାଇ ପାରନ୍ତି । ସଂଯୁକ୍ତ ରାଷ୍ଟ୍ରର ଅନ୍ତରାଷ୍ଟ୍ରୀୟ ନାଗରିକ ଉଡାଣ ସଙ୍ଗଠନ ଦ୍ୱାରା ଜରୁରୀ ପାଇଲଟ୍ ଲାଇସେନ୍ସିଂ ଓ ଅନ୍ୟ ପ୍ରସଙ୍ଗର ମାପଦଣ୍ଡକୁ ପୂରଣ କରିବାରେ ବିଫଳ ହେବା କାରଣରୁ ପାକିସ୍ତାନକୁ ଏହି ବଡ ଝଟକା ଲାଗିପାରେ ।

ପାକିସ୍ତାନୀ ଖବର କାଗଜ ଦି ଏକ୍ସପ୍ରେସ ଟ୍ରିବ୍ୟୁନରେ ପ୍ରକାଶିତ ରିପୋର୍ଟ ଅନୁସାରେ, ଲାଇସେନ୍ସ ଦୁର୍ନୀତି କାରଣରୁ ବ୍ରିଟେନ୍ ଓ ୟୁରୋପୀୟ ସଙ୍ଘ ବ୍ୟତୀତ ଅନେକ ମୁସଲିମ ଦେଶ ପୂର୍ବରୁ ପାକିସ୍ତାନ ବିମାନ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ନବେମ୍ବର ୩ରେ ପାକିସ୍ତାନ ବେସାମରିକ ବିମାନ ଚଳାଚଳ ପ୍ରାଧିକରଣକୁ ଆଇସିଏଓ ଏନେଇ ଏକ ପତ୍ର ମଧ୍ୟ ଲେଖିଥିଲା ।

{"id":359478,"sizeSlug":"large"}

ଆଇସିଏଓ ନିଜର ୧୭୯ତମ ଅଧିବେଶନର ଦ୍ୱାଦଶ ବୈଠକରେ ପାକିସ୍ତାନର ବିମାନକୁ ନେଇ ଚିନ୍ତା ଜାହିର କରାଯାଇଥିଲା । ଏନେଇ ଆଇସିଏଓ ପାକ୍‌କୁ ଚେତାବନୀ ମଧ୍ୟ ଦେଇଥିଲା । ବିଭିନ୍ନ ମାପଦଣ୍ଡ ପୂରଣ କରିବାରେ ପାକ୍ ବିଫଳ ହେବାରୁ ୧୮ଟି ଦେଶ ପାକିସ୍ତାନୀ ବିମାନ ଉପରେ ପ୍ରତିବନ୍ଧକ ଲଗାଇପାରନ୍ତି ।

ଯଦି ୧୮୮ଟି ଦେଶ ପାକିସ୍ତାନ ବିମାନ ଚଳାଚଳ ଉପରେ ପ୍ରତିବନ୍ଧକ ଲଗାନ୍ତି ତେବେ ପାକ୍‌ର ବିମାନ ଚଳାଚଳ ମନ୍ତ୍ରାଳୟ. ଗୁରୁତର ପ୍ରଭାବିତ ହେବ । ସୂଚନାଯୋଗ୍ୟ, କିଛି ଦିନ ପୂର୍ବରୁ ଖବର ଆସିଥିଲା ଯେ, ପାକିସ୍ତାନର ୨୬୨ ଜଣ ପାଇଲଟ ଜାଲ୍ କାଗଜପତ୍ରରେ ଚାକିରୀ ପାଇଥିଲେ । ଏହା ମଧ୍ୟରୁ ୧୪୬ ଜଣ ହେଉଛନ୍ତି ପିଆଇଏର ପାଇଲଟ୍ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.