ଅଭିନନ୍ଦନଙ୍କ ସମ୍ପର୍କରେ ବିବାଦୀୟ ଟ୍ବିଟ୍ କଲେ ପାକ୍ ଅଭିନେତ୍ରୀ ବୀଣା ମଲିକ, ଭାରତୀୟ ୟୁଜର୍ସ ଦେଲେ କଡା ଜବାବ

Published By : Prameya-News7 Bureau | August 22, 2019 IST

ନୂଆଦିଲ୍ଲୀ୨୨|୮: ପାକିସ୍ତାନ ଅଭିନେତ୍ରୀ ବୀଣା ମଲ୍ଲିକ ପ୍ରାୟ ସମୟରେ ଭାରତ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାରେ ରହିବାକୁ ଚେଷ୍ଟା କରନ୍ତି।ନିକଟରେ ବୀଣା ଭାରତୀୟ ଓ୍ବିଙ୍ଗ କମାଣ୍ଡର ଅଭିନନ୍ଦନଙ୍କ ଫଟୋ ପୋଷ୍ଟକରି ବିବାଦୀୟ ଟ୍ବିଟ କରିଛନ୍ତି। ଏହି ବିବାଦୀୟ ଟ୍ବିଟ ପାଇଁ ଭାରତୀୟ ୟୁଜର୍ସ ବୀଣାଙ୍କୁ ସୋସିଆଲ ମିଡିଆରେ କଡା ଜବାବ ଦେଇଛନ୍ତି।

wp:core-embed/twitter {"url":"https://twitter.com/iVeenaKhan/status/1163737180709228545","type":"rich","providerNameSlug":"twitter","className":""}
https://twitter.com/iVeenaKhan/status/1163737180709228545
/wp:core-embed/twitter

 ବୀଣା ନିଜ ଟ୍ବିଇଟର ଆକାଉଣ୍ଟରେ ଓ୍ବିଙ୍ଗ କମାଣ୍ଡର ଅଭିନନ୍ଦନଙ୍କ ଦୁଇଟି ଫଟୋ ପୋଷ୍ଟ କରିଛନ୍ତ।ଅଭିନନ୍ଦନଙ୍କର ଏହି ଦୁଇଟି ଫଟୋ ଅଲଗା ଅଲଗା ରହିଛି। ପ୍ରଥମ ଫଟୋରେ ଅଭିନନ୍ଦନ ବିମାନ ପାଖରେ ଜଣେ ବୀର କମାଣ୍ଡର ଭଳି ଛିଡା ହୋଇଛନ୍ତି।ଅନ୍ୟ ଫଟୋରେ ଅଭିନନ୍ଦନ ରକ୍ତାକ୍ତ ଅବସ୍ଥାରେ ପାକିସ୍ତାନ ଯବାନଙ୍କ କବଜାରେ ଅଛନ୍ତି। ବୀଣା ମଲିକ ଏହି ଦୁଇଟି ଫଟୋ ପୋଷ୍ଟକରି ସେଥିରେ ଲେଖିଛନ୍ତି, ପୂର୍ବରୁ ଓ ପରେ , ଅର୍ଥାତ ଦୁଇପଦ ଲେଖାରେ ସେ ଅଭିନନ୍ଦନଙ୍କୁ ଅସମ୍ମାନ କରିଛନ୍ତି।

wp:core-embed/twitter {"url":"https://twitter.com/ExSecular/status/1163740911018266629","type":"rich","providerNameSlug":"twitter","className":""}
https://twitter.com/ExSecular/status/1163740911018266629
/wp:core-embed/twitter

ସେ ଲେଖିଥିବା କଥାର ଅର୍ଥ, ବର୍ତ୍ତମାନ ଅଭିନନ୍ଦନ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ଏବଂ ପୁରା ଫିଟ୍‌ ଦେଖାଯାଉଛନ୍ତି। ଅନ୍ୟ ଫଟୋରେ ଅଭିନନ୍ଦନ ରକ୍ତାକ୍ତ ଅବସ୍ଥାରେ ଅସହାୟ ଭଳି ଦେଖା ଯାଉଛନ୍ତି ବୋଲି ବୀଣା ଟ୍ବିଟ ଇଙ୍ଗିତ କରୁଥିଲା।ଏହା ଲେଖିବା ସହ ହାସ୍‌ ଟ୍ୟାଗ କରି ପାକିସ୍ତାନ ଏୟାରଫୋର୍ସକୁ ବୀଣା ଟ୍ୟାଗ କରିଥିଲେ।

wp:core-embed/twitter {"url":"https://twitter.com/Atheist_Krishna/status/1163754430467940352","type":"rich","providerNameSlug":"twitter","className":""}
https://twitter.com/Atheist_Krishna/status/1163754430467940352
/wp:core-embed/twitter

ଅଭିନନ୍ଦନଙ୍କୁ ନେଇ ବୀଣା କରିଥିବା ଟ୍ବିଟ ଦେଖି ଭାରତୀୟ ୟୁଜର୍ସମାନେ ତାଙ୍କ ଟ୍ବିଟ୍ ଉପରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଭିକାରୀ ଫଟୋ ପୋଷ୍ଟ କରିଥିଲେ।

wp:core-embed/twitter {"url":"https://twitter.com/RRKKingston/status/1163800433720094720","type":"rich","providerNameSlug":"twitter","className":""}
https://twitter.com/RRKKingston/status/1163800433720094720
/wp:core-embed/twitter

ସେହିଭଳି ଆଉ ଜଣେ ୟୁଜର୍ସ ଚିନ ଓ ପାକିସ୍ତାନକୁ ନେଇ ଫନି କମେଣ୍ଟ ସହ ଫଟୋ ପୋଷ୍ଟ କରିଥିଲେ।ବୀଣା ସବୁବେଳେ ଭାରତ ବିରୋଧରେ ସୋସିଆଲ ମିଡିଆରେ ବିବାଦୀୟ ମନ୍ତବ୍ୟ ଦେଇଥାନ୍ତି।

wp:core-embed/twitter {"url":"https://twitter.com/rishibagree/status/1163802448361693184","type":"rich","providerNameSlug":"twitter","className":""}
https://twitter.com/rishibagree/status/1163802448361693184
/wp:core-embed/twitter

ହେଲେ ଭାରତୀୟ ୟୁଜର୍ସମାନେ ବୀଣାକୁ କଡା ଜବାବ ଦେଇଥାନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.