Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଭାରତୀୟ ସେନାକୁ ଧଳା ପତାକା ଦେଖାଇ ଆତ୍ମସମର୍ପଣ କଲା ପାକିସ୍ତାନ ସେନା!

14/09/2019 at 7:11 PM

 ନୂଆଦିଲ୍ଲୀ – ପ୍ରତିଦିନ ଯୁଦ୍ଧ ଧମକ ଦେଉଥିବା ପାକିସ୍ତାନର ଏକ ଭିନ୍ନ ଚିତ୍ର ଦେଖିବାକୁ ମିଳିଛି ।ଭାରତୀୟ ସେନାର କଡ଼ା ଜବାବରେ ପ୍ରାଣ ହରାଇଥିବା ପାକିସ୍ତାନୀ ରେଞ୍ଜର୍ସର ୨ ଜଣ ସୈନ୍ୟ ପ୍ରାଣ ହରାଇବା ପରେ ସେମାନଙ୍କ ମୃତଦେହ ନେବାପାଇଁ ପାକ୍ ସେନାକୁ ଧଳା ପତାକା ଦେଖାଇବାକୁ ପଡ଼ିଛି ।ଅନ୍ୟପକ୍ଷରେ ପିଓକେ ସୀମାରେ ପାକିସ୍ତାନ ପକ୍ଷରୁ ଜୋରଦାର ଗୁଳି ବର୍ଷଣ ଚାଲିଥିବା ବେଳେ ଏଥିରେ ଏହାର କଡ଼ା ଜବାବ ଦେଇଛି ଭାରତୀୟ ସେନା । ଯୁଦ୍ଧ କିମ୍ବା  ଉତ୍ତେଜନା ସମୟରେ ଧଳା ପତାକା ଦେଖାଇବା ଆତ୍ମସମର୍ପଣ ସହ ସମାନ ।

ଯୁଦ୍ଧ ଧମକ ଦେଉଥିବା ପାକିସ୍ତାନର ଅସଲ ସାହସ ପଦାରେ ପଡ଼ିଲା ।ଧଳା ପତକା ଧରି ଚାଲି ଆସୁଥିବା ଏହି ସୈନ୍ୟ ଜଣକ ପାକିସ୍ତାନୀ ରେଞ୍ଜର ।ପାକ୍ ଅଧିକୃତ କାଶ୍ମୀରରର ହାଜିପୁର ସେକ୍ଟରରେ ପ୍ରବେଶ କରିଥିଲେ ପାକ୍ ରେଞ୍ଜର୍ସ ।ସେପଟେମ୍ବର ୧୧ରୁ ପାକିସ୍ତାନ ପକ୍ଷରୁ ଜୋରଦାର ଗୁଳି ବର୍ଷଣ ଚାଲିଥିଲା ।ବେଳେ ଭାରତୀୟ ସେନାର ଜବାବୀ କାର୍ଯ୍ୟାନୁଷ୍ଠାନରେ ପାକିସ୍ତାନୀ ରେଞ୍ଜର୍ସର ସିପାହୀ ଗୁଲାମ ରସୁଲ୍ ପ୍ରାଣ ହରାଇଥିଲେ ।

ତାଙ୍କ ମୃତଦେହ ନେବା ପାଇଁ ପାକିସ୍ତାନୀ ସେନା ପକ୍ଷରୁ କଭର୍ ଫାୟାର କରାଯାଇଥିଲା ।କିନ୍ତୁ ଏଥିରେ ପାକିସ୍ତାନୀ ରେଞ୍ଜର୍ସ ବିଫଳ ହୋଇଥିଲେ ।ବରଂ ଭାରତୀୟ ସେନାର ପାଲଟା ଗୁଳି ଚାଳନାରେ ଆଉ ଜଣେ ପାକିସ୍ତାନୀ ସୈନ୍ୟ ପ୍ରାଣ ହରାଇଥିଲେ ।ଏହାପରେ ବାଧ୍ୟ ହୋଇ ପାକିସ୍ତାନୀ ରେଞ୍ଜର୍ସ ନିଜ ସୈନ୍ୟଙ୍କ ମୃତଦେହ ନେବା ପାଇଁ ଧଳା ପତାକା ଦେଖାଇଥିଲେ ।…

ପାକିସ୍ତାନୀ ସେନା ଧଳା ପତାକା ଦେଖାଇବା ପରେ ଭାରତୀୟ ସେନା ସେମାନଙ୍କୁ ମୃତଦେହ ନେବାକୁ ଦେଇଥିଲେ ।କିନ୍ତୁ ଏହା ପୂର୍ବରୁ ଜୁଲାଇ ୩୦-୩୧ରେ କେରନ ସେକ୍ଟରରେ ପ୍ରାଣ ହରାଇଥିବା ପାକିସ୍ତାନୀ ସୈନ୍ୟଙ୍କର ମୃତଦେହ ନେବାକୁ କେହି ଆସିନଥିଲେ ।

ଅତୀତରେ କାରଗିଲ ଯୁଦ୍ଧରେ ମଧ୍ୟ ପ୍ରାଣ ହରାଇଥିବା ବହୁ ପାକ୍ ସୈନ୍ୟଙ୍କର ମୃତଦେହ ନେବାକୁ ପାକିସ୍ତାନର କେହି ଆସିନଥିଲେ । ଅନ୍ୟପକ୍ଷରେ ଏଲ୍ଓସିରେ ପୁଞ୍ଚ ସେକ୍ଟରରେ ପାକିସ୍ତାନ ପକ୍ଷରୁ ଜୋରଦାର ଗୁଳି ବର୍ଷଣ ଚାଲିଛି ।ଭାରତୀୟ ସେନା ମଧ୍ୟ ଏହାର କଡ଼ା ଜବାବ ଦେଇଛି ।…

ଜାମ୍ମୁ କାଶ୍ମୀରରୁ ଧାରା ୩୭୦ ଉଠିବା ପରେ ଏବେ ପାକ୍ ଅଧିକୃତ କାଶ୍ମୀର-ପିଓକେକୁ ହରାଇବା ଆଶଙ୍କାରେ ରହିଛି ପାକିସ୍ତାନ ।ଏଥିପାଇଁ ପିଓକେ ନାଗରିକଙ୍କୁ ଢାଲ ଭାବେ ବ୍ୟବହାର କରିବାକୁ ଚାହୁଁଛି ।ତେବେ ସାଧାରଣ ନାଗରିକଙ୍କୁ ନିଜର ସ୍ବାର୍ଥ ପାଇଁ ବ୍ୟବହାର ନ କରିବାକୁ ଭାରତୀୟ ସେନା ପକ୍ଷରୁ କଡ଼ା ଚେତାବନୀ ଦିଆଯାଇଛି । …

   Related Posts