ରୋଗୀ ମୃତ୍ୟୁକୁ ନେଇ ଉତ୍ତେଜନା
3/08/2018 at 12:53 PM

ରୋଗୀ ମୃତ୍ୟୁକୁ ନେଇ କଳାହାଣ୍ଡି ଜିଲ୍ଲା ଥୁଆମୂଳ-ରାମପୁର ମେଡିକାଲରେ ଉତ୍ତେଜନା । ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ହୋଇଥିବା ଅଭିଯୋଗ କରି ଧାରଣା ଦେଲେ ରୋଗୀଙ୍କ ଆତ୍ମୀୟ । ମୃତଦେହ ଧରି ଡାକ୍ତରଖାନା ପରିସରରେ ଆତ୍ମୀୟଙ୍କ ଧାରଣା ଯୋଗୁଁ କ୍ୟାମ୍ପସରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି । ସମାଗୁଡା ଗାଁର ପରକ୍ଷୀତ ମାଝୀ ଗୁରୁତର ଅସୁସ୍ଥ ହୋଇପାଡିବାରୁ ତାଙ୍କୁ ଥୁଆମୂଳ-ରାମପୁର ଡାକ୍ତରଖାନାକୁ ଆଣିଥିଲେ ପରିବାର ଲୋକେ । କିନ୍ତୁ ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ହୋଇଥିଲା । ଚିକିତ୍ସା ଅବହେଳା ନେଇ ପରିବାର ଲୋକେ ଅଭିଯୋଗ କରି କାର୍ଯାନୁଷ୍ଠାନ ଦାବିରେ ଅଡି ବସିଛନ୍ତି । ଏନେଇ ମଧ୍ୟ ମୃତକଙ୍କ ପରିବାର ପକ୍ଷରୁ ଥୁଆମୂଳ-ରାମପୁର ଥାନାରେ ଏତଲା ଦିଆଯାଇଛି ।