Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବାଙ୍ଗଲାଦେଶର ସୀମାରେ ଦେଖିବାକୁ ମିଳିଲା ଦୁର୍ଲଭ ଟୁକେନ ପକ୍ଷୀ : ମୂଲ୍ୟ ୧୫ଲକ୍ଷ ଟଙ୍କା

14/08/2020 at 3:07 PM

ଢ଼ାକା ୧୪/୮: ବାଙ୍ଗଲାଦେଶ ସୀମାରେ ଗୁଇନ୍ଦା ସୂଚନାରେ କାର୍ଯ୍ୟାନୁଷ୍ଠାନ କରୁଥିବା ବିଏସଏଫ ଯବାନ ଯେତେବେଳେ ପହଞ୍ଚିଥିଲେ ସେଠାରେ ଥିବା ସନ୍ଦିଗ୍ଧ ବ୍ୟକ୍ତି ଏକ ପିଞ୍ଜରା ଛାଡ଼ି ପଳାଇଥିଲେ। ପିଞ୍ଜରାରେ ଦୁଇଟି ଦୁର୍ଲଭ ପକ୍ଷୀ ଥିଲେ ଯାହାର ମୂଲ୍ୟ ପାଖାପାଖି ୧୫ଲକ୍ଷ ଟଙ୍କା। ଏହା ଏକ ଦୁର୍ଲଭ ପକ୍ଷୀ ଯାହା ମଧ୍ୟ ଆମେରିକାର ଦେଶ ବେଲିଜର ଜାତୀୟ ପକ୍ଷୀ।

୨୦୨୦ଅଗଷ୍ଟ ୧୩ତାରିଖରେ ଗୁଇନ୍ଦା ସୂଚନାରେ କାର୍ଯ୍ୟାନୁଷ୍ଠାନ କରି ବିଏସଏଫ ଯବାନ ଆନ୍ତର୍ଜାତୀୟ ସୀମାର ନିକଟସ୍ଥ ହଳଦର ପାରା ଗାଁର ପଛରେ ଥିବା ଜଙ୍ଗଲ ଆଖପାଖର ଅଞ୍ଚଳରେ ଏକ ବିଶେଷ ଅନୁସନ୍ଧାନ ଅଭିଯାନ ଚଲାଇଥିଲେ। ଏହି ଗାଁ ପଶ୍ଚିମ ବଙ୍ଗର ଉତ୍ତର ୨୪ ପ୍ରଗଣା ଜିଲ୍ଲାରେ ଆସିଥାଏ।

ସକାଳ ପାଖାପାଖି ସାଢ଼େ ସାତଟାବେଳେ ଯବାନ ଜଙ୍ଗଲର ଭିତର ଭାଗରେ ବାଉଁଶ ବୁଦା ପଛରେ ଲୁଚି ବସିଥିବା ୨ସନ୍ଦିଗ୍ଧ ଲୋକଙ୍କୁ ଦେଖିଥିଲେ। ଯବାନମାନେ ତାଙ୍କ ପାଖକୁ ପହଞ୍ଚିବାକୁ ଉଦ୍ୟମ କରିବାବେଳେ ସନ୍ଦିଗ୍ଧ ୨ଜଣ ହଠାତ୍ ଭାରତୀୟ ଗାଁ ଆଡ଼କୁ ଦୌଡ଼ିବାକୁ ଲାଗିଥିଲେ। ଯେତେ​‌ବେଳେ ଯବାନମାନେ ତାଙ୍କ ପିଛା କରିଥିଲେ ସେମାନେ ପିଞ୍ଜରାକୁ ଫିଙ୍ଗି ଜଙ୍ଗଲର ଫାଇଦା ଉଠାଇ ଖସି ପଳାଇବାରେ ସଫଳ ହୋଇଥିଲେ।

ଏହା ପରେ ଜଙ୍ଗଲରୁ ଏକ ପିଞ୍ଜରା ଜବତ ହୋଇଥିଲା। ଏହି ପିଞ୍ଜରାରେ ୨ଟି ଦୁର୍ଲଭ ଟୁକେନ ପକ୍ଷୀ ରହିଥିଲେ।

ଜବତ କରାଯାଇଥିବା ପକ୍ଷୀ କିଲ-ବିଲ୍ଡ  ଟୁକେନ ପ୍ରଜାତିର ଯାହାକୁ ସଲଫର-ବ୍ରେଷ୍ଟେଡ ଟୁକେନ କିମ୍ବା ରେନବୋ-ବିଲ୍ଡ ଟୁକେନ ଭାବେ ଜଣାଯାଇଥାଏ।

ଏହି ପ୍ରଜାତି ଦକ୍ଷିଣୀ ମେକ୍ସିକୋରୁ କଲମ୍ବିଆ ଯାଏଁ ଜଙ୍ଗଲମାନଙ୍କରେ ଦେଖାଯାଇଥାଏ। ଆନ୍ତର୍ଜାତୀୟ ବଜାରରେ ଏହି ପକ୍ଷୀର ମୂଲ୍ୟ ପାଖାପାଖି ୧୫ଲକ୍ଷ ଟଙ୍କା। ଜବତ କରାଯାଇଥିବା ୨ପକ୍ଷୀଙ୍କୁ କୋଲକାତାର ଅଲିପୁରରେ ସ୍ଥିତ ଜୁଲୋଜିକାଲ୍ ଗାର୍ଡ଼େନକୁ ଦିଆଯାଇଛି।

   Related Posts