Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଜେଟ୍ ଅଧିବେଶନ: ଜାନୁଆରୀ ୩୧ରେ ରାଷ୍ଟ୍ରପତିଙ୍କ ଅଭିଭାଷଣ, ଫେବୃଆରୀ ୧ରେ ଉପସ୍ଥାପନ ହେବ ବଜେଟ୍
  • ||
  • IPL 2022: ନିଜ ଟିମ୍‌ର ନାମ ଘୋଷଣା କଲା ଲକ୍ଷ୍ନୌ ଫ୍ରାଞ୍ଚାଇଜି, ରଖିଲା ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ
  • ||
  • ରାଜ୍ୟରେ ସୁସ୍ଥହେଲେ ଆଉ ୧୦,୩୦୯ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୩୧୧୫ଜଣ ଡିସଚାର୍ଜ
  • ||
  • ରବିଚନ୍ଦ୍ରନ ଅଶ୍ବିନ ନିରାଶ, ଏହି ଖେଳାଳି ହେଲେ ‘ଟେଷ୍ଟ କ୍ରିକେଟର୍ ଅଫ୍‌ ଦି ଇୟର’
  • ||
  • ରାଜ୍ୟରେ ଆଉ ୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୨୫କୁ ବୃଦ୍ଧି
  • ||
  • ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୨୯୧ କୋଭିଡ୍ ପଜିଟିଭ୍, ୧୨୧୧୯୫୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଖଲ୍ଲିକୋଟ : ଅଟୋକୁ ପଛ ପଟୁ ଧକ୍କା ଦେଲା ଟ୍ରକ, ଜଣେ ମୃତ
  • ||
  • ଭୁବନେଶ୍ୱର : ୨୬ ଯାଏଁ ରାଜ୍ୟର କିଛି ସ୍ଥାନରେ କୋହଲା ପାଗ ସହ ବର୍ଷା, ସତର୍କ କଲା ପାଣିପାଗ ବିଭାଗ
  • ||
  • ଲମତାପୁଟ : ପାଡୁଆ ପୋଲିସକୁ ସଫଳତା, ୨୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ
  • ||

ମାତ୍ର ୧ ଟଙ୍କାର ଔଷଧରେ କରୋନା ଚିକିତ୍ସା ! ମଣିଷ ଦେହରେ ଆରମ୍ଭ ହେଲା ପରୀକ୍ଷଣ ଆରମ୍ଭ

4/06/2020 at 6:15 PM

ଲଣ୍ଡନ ୦୪/୦୬ : କରୋନା ଭାଇରସ ସାରା ଦୁନିଆରେ ହୁ ହୁ ହୋଇ ବଢି ଚାଲିଛି | ସତ ଚେଷ୍ଟା ସତ୍ତ୍ୱେ ସଂକ୍ରମଣରେ ବ୍ରେକ ଲାଗୁନି | ଦୁନିଆର ଅନେକ ଦେଶ କରୋନା ଭ୍ୟାକସିନ ଏବଂ ଟୀକା ଉପରେ ଗବେଷଣା କରୁଛନ୍ତି | ଦୁନିଆର ପାଖାପାଖି ୧୦୦ ଡାକ୍ତର କରୋନା ଭ୍ୟାକସିନ ଉପରେ ଗବେଷଣା କରୁଛନ୍ତି | ଇତି ମଧ୍ୟରେ ବ୍ରିଟେନରେ ହେଉଥିବା ଏକ ନୂଆ ଗବେଷଣା ସାମ୍ନାକୁ ଆସିଛି | ଏକ ଶସ୍ତା ଔଷଧ ସାହାଯ୍ୟରେ କରୋନା ରୋଗ ଭଲ ହେବାର ସମ୍ଭାବନା ସାମ୍ନାକୁ ଆସିଛି | ବ୍ରିଟିଶ ବୈଜ୍ଞାନିକ ପଶୁଙ୍କ ଉପରେ ଏହି ଔଷଧ ଟ୍ରାଏଲ କରିବା ପରେ ବର୍ତ୍ତମାନ ମାନିବ ଶରୀରରେ ଟ୍ରାଏଲ ଆରମ୍ଭ କରିଛନ୍ତି |

ପଶୁଙ୍କ ଉପରେ ହୋଇଥିବା ଟ୍ରାଏଲରୁ ଜଣାପଡିଥିଲା ଯେ କିଆଇବୁପ୍ରୋଫେନ ଔଷଧରେ କରୋନା ରୋଗୀଙ୍କୁ ସୁସ୍ଥ କରିବା ସମ୍ଭାବନା ୮୦ ପ୍ରତିଶତ ବୃଦ୍ଧି ପାଇପାରେ | ତେବେ ସବୁଠାରୁ ଖୁସି ଖବର ହେଲା ବଜାରରେ କିଆଇବୁପ୍ରୋଫେନ ଔଷଧର ମୂଲ୍ୟ ମାତ୍ର ୧ ଟଙ୍କା | ବ୍ରିଟେନର କିଛି ଡାକ୍ତର ଅସସବାଦୀ ଯେ ଏକ ସଂସ୍ଥା ଔଷଧରେ ମଧ୍ୟ କରୋନା ରୋଗୀ ଠିକ ହୋଇପାରନ୍ତି | ସବୁ କରୋନା ରୋଗୀଙ୍କୁ ଭେଣ୍ଟିଲେଟରରେ ମଧ୍ୟ ରଖିବାକୁ ପଡିବ ନାହିଁ | ଟ୍ରାଏଲବେଳେ ଅଧା କରୋନା ରୋଗୀଙ୍କୁ ସାମାନ୍ୟ ଚିକିତ୍ସା ସହ ଇବୁପ୍ରୋଫେନ ଔଷଧ ଦିଆଯାଉଛି | କିନ୍ତୁ ବର୍ତ୍ତମାନ ଡାକ୍ତରମାନେ ନିଷ୍ପତ୍ତି ନେଇଛନ୍ତି ଯେ ସାଧାରଣରେ ବ୍ୟବହାର ହେଉଥିବା ଇବୁପ୍ରୋଫେନ ଔଷଧ ବଦଳରେ ଟ୍ରାଏଲ ବେଳେ ଏହି ଔଷଧର ଏକ ବିଶେଷ ଫର୍ମୁଲେସନ ବ୍ୟବହାର କରାଯିବ |

ପଶୁଙ୍କ ଉପରେ ହୋଇଥିବା ଗବେଷଣା ଅନୁଯାୟୀ, ଇବୁପ୍ରୋଫେନ ଔଷଧ ଏକ୍ୟୁଟ ରେସ୍ପିରେଟରୀ ସିଣ୍ଡ୍ରୋମରେ ପୀଡିତ ରୋଗୀଙ୍କ ସ୍ଥିତି ଭଲ ହୋଇପାରେ | କରୋନା ଭାଇରସରେ ପିଡୀତ ଗମ୍ଭୀର ରୋଗୀଙ୍କ ଏହା ଏକ ମୁଖ୍ୟ ସମସ୍ୟା | ଲଣ୍ଡନ କିଂଗ୍ସ କଲେଜର ପ୍ରଫେସର ମିତୁଲ ମେହତା କହିଛନ୍ତି ଯେ, ସେ ଟ୍ରାଏଲ ଏଇଥିପାଇଁ କରୁଛନ୍ତି ଯେପରିକି ସେମାନେ ଜାଣିପାରିବେ ଔଷଧକୁ ନେଇ ଯାହା ଅନୁମାନ କରୁଛନ୍ତି ତାହା ସଫଳ ହେବ |

କିଛି ଦିନ ପୂର୍ବରୁ ବ୍ରିଟେନର କମିଶନ ଅନ ହ୍ୟୁମାନ ମେଡ଼ିସିନ ନିଜର ଏକ ଗବେଷଣା ପରେ କହିଥିଲେ ଯେ, ଇବୁପ୍ରୋଫେନ ଔଷଧ ପାରାସିଟାମଲ ଔଷଧ ଭଳି ସୁରକ୍ଷିତ | ତେବେ କରୋନା ଭାଇରସ ସଂକ୍ରମଣର ପ୍ରାଥମିକ ସ୍ଥରରେ ଇବୁପ୍ରୋଫେନ ଔଷଧ ବ୍ୟବହାର ଉପରେ ରୋକ ଲଗାଇ ଦିଆଯାଇଥିଲା | ସେତେବେଳେ ଫ୍ରାନ୍ସର ସ୍ୱାସ୍ଥ୍ୟମନ୍ତ୍ରୀ ଓଲିଭିଆର ବେରନ କହିଥିଲେ ଯେ ଏହି ଔଷଧ କରୋନା ରୋଗୀଙ୍କ ସଂକ୍ରମଣ ବୃଦ୍ଧି କରିବାର ସମ୍ଭାବନା ରହିଛି |

   Related Posts