ଭିଜିଲାନ୍ସ ଜାଲରେ ଡେପୁଟି ରେଞ୍ଜର
6/04/2019 at 4:19 PM

ବରଗଡ ୬|୪ : ଭିଜିଲାନ୍ସ ଜାଲରେ ବରଗଡ ପାଇକମାଳ ନୃସିଂହନାଥ ଡେପୁଟି ରେଞ୍ଜର ଧ୍ରୁବଚରଣ ବେହେରା । ସେ ୫୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ଅବସରପ୍ରାପ୍ତ ଫରେଷ୍ଟର ରାଜକୁମାର ଚଲାନଙ୍କ ଠାରୁ ସେ ଏହି ଟଙ୍କା ଲାଞ୍ଚ ନେଉଥିଲେ । ଅବସର ପରେ ଏନଓସି ପାଇଁ ସେ ଏହି ଟଙ୍କା ଲାଞ୍ଚ ମାଗିଥିବା ଅଭିଯୋଗ ହୋଇଥିଲା ।