Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପ୍ରାର୍ଥୀ ତାଲିକା ଘୋଷଣା କଲେ ମମତା ବାନାର୍ଜୀ : ନନ୍ଦିଗ୍ରାମରୁ ଲଢିବେ ଦିଦି, ମୁସଲିମ ପ୍ରାର୍ଥୀଙ୍କୁ ପ୍ରାଧାନ୍ୟ
  • ||
  • ଆଠଗଡ : କାଜୁ ବଗିଚାରୁ ଅଜଣା ମହିଳାଙ୍କ ମୃତଦେହ ଠାବ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ଭଦ୍ରକ : ସେବା ସମବାୟ ସମିତିରେ ଧାନ କିଣାକୁ ନେଇ ବ୍ୟାପକ ଜାଲିଆତି, ଡାଟା ଏଣ୍ଟ୍ରି ଅପରେଟର ଓ ସମ୍ପାଦକ ନିଲମ୍ବିତ
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ଆଉ ୯୧ କୋଭିଡ୍ ପଜିଟିଭ୍, ୩୩୭୬୨୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେବଗଡ : ଅଭିଯୋଗକାରିଣୀଙ୍କୁ ଲାଞ୍ଚ ମାଗି ନିଲମ୍ବିତ ହେଲେ ଏଏସଆଇ
  • ||
  • ନୀଳଗିରି : ମହିଳା ସମିତି ସଭ୍ୟାଙ୍କୁ ଦୁର୍ବ୍ୟବହାର ଅଭିଯୋଗ, ବିଜେଡି ବିଧାୟକ ପ୍ରାର୍ଥୀଙ୍କ ନାଁରେ ମାମଲା ରୁଜୁ
  • ||
  • ବିନିକା : ସହିପାରିଲେନି ବାପଘରୁ ବିଦା ହେବାର ଦୁଃଖ, କାନ୍ଦି କାନ୍ଦି ଚାଲିଗଲା ନବବଧୂଙ୍କ ଜୀବନ
  • ||
  • ଆଠଗଡ : ବାଇକ୍‌କୁ ଧକ୍କା ଦେଲା ‘ନିଶା’ : ଆରୋହୀ ମୃତ, ବସ୍ ଡ୍ରାଇଭର ଫେରାର
  • ||
  • ବଲାଙ୍ଗିର : ନାଳରୁ ଯୁବକଙ୍କ ମୃତଦେହ ଉଦ୍ଧାର, ବେଡ୍‌ସିଟ୍ ଗୁଡାଇ ଛାତ ଉପରୁ ଫିଙ୍ଗି ଦେଇଥିବା ସନ୍ଦେହ
  • ||
  • ବାରଙ୍ଗ : ବହୁଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲା : ସିନ୍ ରିକ୍ରିଏସନ୍ କଲା ସିବିଆଇ ଟିମ୍, ବିବନ ବଖାଣିଲା ୨୨ବର୍ଷ ତଳର ଲୋମଟାଙ୍କୁରା ଘଟଣା
  • ||

ପାଇକ ରାମଚନ୍ଦ୍ରପୁର ସରପଞ୍ଚ ଉପ-ନିର୍ବାଚନ ପାଇଁ ସରିଲା ପ୍ରାର୍ଥୀପତ୍ର ଦାଖଲ, ଆଜି ହେବ ଯାଞ୍ଚ୍, ଫେବ୍ରୁଆରୀ ୧୧ରେ ଭୋଟ୍

19/01/2021 at 8:20 AM

ସାନଖେମୁଣ୍ଡି,୧୯/୦୧: ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ପାଇକ ରାମଚନ୍ଦ୍ରପୁର ଗ୍ରାମପଞ୍ଚାୟତର ଖାଲି ପଡ଼ିଥିବା ସରପଞ୍ଚ ପଦବୀ ନିମନ୍ତେ ଆସନ୍ତା ଫେବୃଆରୀ ୧୧ ତାରିଖରେ ଉପନିର୍ବାଚନ ଅନୁଷ୍ଠିତ ହେବ। ଏଥିପାଇଁ ଜିଲ୍ଲାପାଳଙ୍କ ଚିଠି ଅନୁସାରେ ନିର୍ବାଚନ କାର୍ଯ୍ୟସୂଚୀ ନିମିତ୍ତ ବିଜ୍ଞପ୍ତି ବ୍ଲକପ୍ରଶାସନ ପକ୍ଷରୁ ଜାରି କରାଯାଇଛି।

ବିଜ୍ଞପ୍ତି ଅନୁସାରେ ୧୮ ତାରିଖ ନାମାଙ୍କନ ପାଇଁ ଧାର୍ଯ୍ୟର ଶେଷ ଦିନ ଥିବାବେଳେ ସୋମବାର ବିଜେଡି ସମର୍ଥିତ ପ୍ରାର୍ଥୀ ପୁଷ୍ପା ରେଡ୍ଡୀ, କଂଗ୍ରେସ ସମର୍ଥିତ ପ୍ରାର୍ଥୀ ମମତା ତ୍ରିପାଠୀ, ସ୍ୱାଧୀନ ଭାବେ ପ୍ରଭାବତି ସ୍ୱାଇଁ ନାମାଙ୍କନ ପତ୍ର ଦାଖଲ କରିଥିଲେ । ତେବେ ପୂର୍ବରୁ ବିଜେପି ସମର୍ଥିତ ପ୍ରାର୍ଥିନୀ ସନ୍ତୋଷୀ ପ୍ରଧାନ ବ୍ଲକ କାର୍ଯ୍ୟାଳୟରେ ନିର୍ବାଚନ ଅଧିକାରୀ ବିଡ଼ିଓ ଗାୟତ୍ରୀ ଦତ୍ତ ନାୟକଙ୍କ ଠାରେ ପ୍ରାର୍ଥୀପତ୍ର ଦାଖଲ କରିସାରିଛନ୍ତି। ଉପନିର୍ବାଚନ ଭୋଟରେ ଲଢ଼ିବା ପାଇଁ ୪ ଜଣ ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ ମଙ୍ଗଳବାର ଅର୍ଥାତ ୧୯ ତାରିଖରେ ନାମାଙ୍କନ ପତ୍ର ଯାଞ୍ଚ ହେବ। ୧୮ଟି ୱାର୍ଡ଼କୁ ନେଇ ଗଠିତ ଏହି ପଞ୍ଚାୟତରେ ୭୬୬୬ଜଣ ମତଦାତା ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ ।  

ମହିଳାବର୍ଗଙ୍କ ପାଇଁ ସରଂକ୍ଷିତ ଥିବା ଏହି ପଞ୍ଚାୟତରେ ଗତ ନିର୍ବାଚନରେ ବିଜୟୀ ସରପଞ୍ଚ ଗତବର୍ଷ ମାର୍ଚ୍ଚ ୧୨ରେ  ଅନାସ୍ଥା ଭୋଟରେ ପରାଜିତ ହେବା ସହ ପଦବୀ ହରାଇଥିଲେ । ସେବେଠୁ ଏହି ସରପଞ୍ଚ ପଦବୀ ଖାଲି ପଡିଥିଲା। ପ୍ରାର୍ଥୀପତ୍ର ଦାଖଲ ଯାଞ୍ଚ,ପ୍ରତ୍ୟାହାର ପ୍ରକ୍ରିୟା ସହ ଚୂଡାନ୍ତ ପ୍ରାର୍ଥୀ ତାଲିକା ପରେ ଲଢ଼େର ଚିତ୍ର ସ୍ପଷ୍ଟ ହେବ ବୋଲି ରାଜନୈତିକ ମହଲରେ ପ୍ରକାଶ ପାଇଛି।

   Related Posts