Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଣତନ୍ତ୍ର ଦିବସ ପୂର୍ବରୁ ଦିଲ୍ଲୀ ପୋଲିସକୁ ବଡ ଧରଣର ସଫଳତା, ଅବୈଧ ଅସ୍ତ୍ରଶସ୍ତ୍ର ସହ ୨ଜଣ ଗିରଫ
  • ||
  • ଗଣତନ୍ତ୍ର ଦିବସରେ ୩୮୪ଜଣଙ୍କୁ ମିଳିବ ବୀରତା ପୁରସ୍କାର, ଘୋଷଣା କଲେ ରାଷ୍ଟ୍ରପତି
  • ||
  • ୟୁପି ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଝଟକା : ଇସ୍ତଫା ଦେଲେ ଆରପିଏନ୍ ସିଂହ, ବିଜେପିରେ ହେବେ ସାମିଲ୍
  • ||
  • ଫୁଟବଲ ମ୍ୟାଚ୍ ଦେଖିବା ପାଇଁ ଦଳାଚକଟା : ୬ ମୃତ, ୫୦ରୁ ଅଧିକ ଗୁରୁତର
  • ||
  • ବଲାଙ୍ଗୀର : ଭିଜିଲାନ୍ସ ଜାଲରେ ଆଗଲପୁର ବ୍ଲକ୍ ସେକ୍ସନ୍ ଅଫିସର୍, ଏକକାଳୀନ ୩ଟି ସ୍ଥାନରେ ଚଢାଉ
  • ||
  • ନିର୍ବାଚନ ପ୍ରଚାର ବେଳେ ଉତ୍ତେଜନା : କୋଭିଡ୍ କଟକଣା ଭାଙ୍ଗି କରୁଥିଲେ ସଭା, ୨ ଗୋଷ୍ଠୀ ମୁହାଁମୁହିଁ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୩୨କୁ ବୃଦ୍ଧି
  • ||
  • ରାଜ୍ୟରେ ଖସିଲା ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୮୯୧ କୋଭିଡ୍ ପଜିଟିଭ୍, ୧୨୧୭୮୪୨ରେ ପହଞ୍ଚିଲା ସଂଖ୍ୟା
  • ||
  • ମଙ୍ଗଳବାରଠୁ ଓଡିଶା ଓପନ୍ ବ୍ୟାଡମିଣ୍ଟନ୍, ଭାଗନେବେ ୧୭ ଦେଶର ୩୫୦ ପ୍ରତିଯୋଗୀ
  • ||
  • ସମାଧାନ ପାଇଁ ଯାଇଥିଲେ ମହିଳା ଏସଆଇ, ୨ ଘଣ୍ଟା ଅଟକ ରଖିଲେ ଗ୍ରାମବାସୀ
  • ||

ତେଜିଛି ଓଡ଼ିଶା ସ୍ୱାଭିମାନର ଲଢେଇ- ପାଇକ ବିଦ୍ରୋହକୁ ଆନ୍ଧ୍ର ସିନେମାରେ ଅପମାନ ପ୍ରସଙ୍ଗ

22/09/2019 at 6:45 PM

ଭୁବନେଶ୍ୱର ୨୨।୦୯- ଓଡ଼ିଶାର ପାଇକ ବିଦ୍ରୋହ ହିଁ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମ ।  ଆନ୍ଧ୍ର ଫିଲ୍ମର ଭୁଲ୍ ତଥ୍ୟା ସଂଶୋଧିତ ହେବା ପରେ ରିଲିଜ୍ ହେଉ । ଏହି ସ୍ୱର ଏବେ ସାରା ରାଜ୍ୟରେ ଶାଣିତ ହୋଇଛି । ପାଇକ ବିଦ୍ରୋହ ପ୍ରତି ଅପମାନକୁ ନେଇ ନ୍ୟୁଜ୭ରେ ଖବର ପ୍ରସାରଣ ପରେ ବିଭିନ୍ନ ମହଲରୁ ପ୍ରକାଶ ପାଇଛି ଜୋରଦାର ପ୍ରତିକ୍ରିୟା ।

ପାଇକ ବିଦ୍ରୋହକୁ ଆନ୍ଧ୍ର ଫିଲ୍ମରେ ଅପମାନ ପ୍ରସଙ୍ଗରେ ଶାଣିତ ହୋଇଛି ରାଜ୍ୟର ସ୍ୱର । ତେଜିଛି ଓଡ଼ିଶା ସ୍ୱାଭିମାନର ଲଢେଇ । ଶେରା ନରସିଂହା ରେଡ୍ଡୀଙ୍କ ୧୮୪୬ର ଯୁଦ୍ଧକୁ ପ୍ରଥମ ସ୍ୱାଧୀନତା ସଂଗ୍ରାମ ଆଖ୍ୟାକୁ ସବୁ ମହଲରୁ ବିରୋଧ କରାଯାଇଛି । ଏଭଳି ଭୁଲ୍ ତଥ୍ୟ ଓଡ଼ିଶାରେ ସଂଗଠିତ ୧୮୧୭ ପାଇକ ବିଦ୍ରୋହ ପ୍ରତି ଅପମାନ ବୋଲି ମତ ପ୍ରକାଶ ପାଇଛି ।  ରାଜ୍ୟ ସଂସ୍କୃତି ମନ୍ତ୍ରୀ କହିଛନ୍ତି, ପାଇକ ବିଦ୍ରୋହ ହିଁ ପ୍ରଥମ ସ୍ୱାଧୀନତା ସଂଗ୍ରାମ । ଫିଲ୍ମରେ କଣ ରହିଛି ତାହାର ତର୍ଜମା କରି ପଦକ୍ଷେପ ନିଆଯିବ । ଏହି ପ୍ରସଙ୍ଗରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡ଼ଙ୍ଗୀ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି।

ସେପଟେ ଓଡ଼ିଶା ଗସ୍ତରେ ଥିବା ଆନ୍ଧ୍ର ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ କହିଛନ୍ତି, ଓଡ଼ିଶାର ପାଇକ ବିଦ୍ରୋହ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମ । ଆନ୍ଧ୍ର ରାଜ୍ୟପାଳ ଭାବେ ଏହାଠାରୁ ଅଧିକ କହିବା ଉଚିତ୍ ହେବ ନାହିଁ ।  ତେବେ ଏହି ମନ୍ତବ୍ୟ ହିଁ ଯଥେଷ୍ଟ ଥିଲା ବୁଝିବାକୁ, କି ଆନ୍ଧ୍ର ଫିଲ୍ମରେ ୧୮୪୬କୁ ପ୍ରଥମ କୁହାଯିବା ତଥ୍ୟ ସହ ଆନ୍ଧ୍ର ରାଜ୍ୟପାଳ ସହମତ ନୁହନ୍ତି । ଏହି ଘଟଣାରେ କଳିଙ୍ଗ ସେନା ପକ୍ଷରୁ କଡ଼ା ଆଭିମୁଖ୍ୟ ପୋଷଣ କରାଯାଇଛି । ଚଳଚ୍ଚିତ୍ରର ଭୁଲ୍ ତଥ୍ୟକୁ ତୁରନ୍ତ ସଂଶୋଧନ କରାନଗଲେ  ଆନ୍ଦୋଳନ ହେବ ବୋଲି ଏହାର ସଭାପତି କହିଛନ୍ତି । ଏହା ବାଦ୍ ବୁଦ୍ଧିଜୀବୀ ମହଲରେ ବି ଏହି ପ୍ରସଙ୍ଗକୁ ନେଇ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି ।

ଓଡ଼ିଶାର ପାଇକ ବିଦ୍ରୋହ ବ୍ରିଟିଶ ବିରୋଧରେ ପ୍ରଥମ ସ୍ୱାଧୀନତା ସଂଗ୍ରାମ । ଅନେକ ଲଢେଇ ପରେ ସାରା ଦେଶ ଏହାକୁ ସ୍ୱୀକାର କରିଛି । କିନ୍ତୁ ଏବେ ଆନ୍ଧ୍ରର ଫିଲ୍ମ ସୈରା ନରସିଂହା ରେଡ୍ଡୀ ନିଜ ଫିଲ୍ମରେ ଅଯଥାରେ ଏକ ବିବାଦ ତିଆରି କରିଛି । ଯାହା ଓଡ଼ିଆ ସ୍ୱାଭିମାନ ପ୍ରତି କୁଠାରଘାତ । ଗାନ୍ଧି ଜୟନ୍ତୀରେ ହିନ୍ଦୀ, ତେଲୁଗୁ, ତାମିଲ ଓ ମାଲାୟାଲମରେ ଫିଲ୍ମ ରିଲିଜ ହେବ । ତେବେ ଏହା ପୂର୍ବରୁ ଭୁଲ୍ ତଥ୍ୟ ସଂଶୋଧିତ ପାଇଁ ଦାବି ଜୋର ଧରିଛି । 

   Related Posts