BMCର ପେଡ୍ କ୍ବାରେଣ୍ଟାଇନ୍ ବ୍ୟବସ୍ଥା : ନନ୍ ଏସି ୧୦୯୯ ଓ ଏସି ରୁମ୍ ୧୪୯୯ ଟଙ୍କା

Published By : Prameya-News7 Bureau | April 12, 2021 IST

ଭୁବନେଶ୍ବର ୧୨।୪: ବିଏମସି ପକ୍ଷରୁ ଆରମ୍ଭ ହେଲା ଦେୟ ପେଡ୍ କ୍ବାରେଣ୍ଟାଇନ୍ ବ୍ୟବସ୍ଥା । ୨ଟି OYO ହୋଟେଲକୁ ପେଡ୍ କ୍ବାରେଣ୍ଟାଇନ୍ ଓ ଗୋଟିଏକୁ ପେଡ୍ ଆଇସୋଲେସନ କରାଯାଇଛି । ଏସି ଓ ସାଧାରଣ ଏହିଭଳି ମୋଟ୍ ୪୦ଟି ରୁମ୍ କରାଯାଇଛି । ସାଧାରଣ ରୁମ୍ ରେ ୧୦୯୯ ଏବଂ ଏସି ରୁମ୍ ୧୪୯୯ ଟଙ୍କା ରଖାଯାଇଛି ।

ଘାଟିକିଆ, ପଟିଆ ଏବଂ ଗଜପତିନଗରରେ ରହିଛି OYO ହୋଟେଲ । ସେଠାରେ ଡାକ୍ତରଙ୍କ ସ୍ବାସ୍ଥ୍ୟଗତ ପରାମର୍ଶ ଉପଲବ୍ଧ ହେବ । ଭୁବନେଶ୍ବରରେ ଦିନକୁ ଦିନ ବୃଦ୍ଧି ପାଉଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ଏହି ବ୍ୟବସ୍ଥା କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.