Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପରିବାର ପାଇଁ ଏତିକି ସମ୍ପତ୍ତି ଛାଡି ଯାଇଛନ୍ତି କଂଗ୍ରେସର ଚାଣକ୍ୟ ଅହମଦ ପଟେଲ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ମୃତକଙ୍କ ସଂଖ୍ୟା ୧୬୮୭ରେ ପହଞ୍ଚିଲା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୭୩୦ କରୋନା ସଂକ୍ରମିତ, ୩୧୬୦୦୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଦ୍ୱିତୀୟ AIIMS ପ୍ରତିଷ୍ଠା ପାଇଁ ପ୍ରସ୍ତାବ, କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ
  • ||
  • ପୁରୀ : ବାହାର ଭକ୍ତଙ୍କୁ ପୁରୀ ମନା, ନାଗାର୍ଜୁନ ବେଶ ପାଇଁ ଜିଲ୍ଲା ପ୍ରଶାସନର କଟକଣା
  • ||
  • ଭିଜିଲାନ୍ସ ଜାଲରେ ଓଡିଶା ବନୀକରଣ ଅତିରିକ୍ତ ପିସିସିଏଫ୍, ଭୁବନେଶ୍ବରର ୫ଟି ଓ ମୁମ୍ବାଇ ଏବଂ ପୁନେର ୭ଟି ସ୍ଥାନରେ ଚଢାଉ
  • ||
  • କଂଗ୍ରେସର ବରିଷ୍ଠ ନେତା ଅହମଦ ପଟେଲଙ୍କ ପରଲୋକ : କରୋନାରେ ସଂକ୍ରମିତ ହୋଇ ଚାଲିଥିଲା ଚିକିତ୍ସା
  • ||
  • Snack Video ସମେତ ପୁଣି ୪୩ଟି ମୋବାଇଲ୍‌ ଆପ୍‌ ବ୍ୟାନ୍‌ କଲେ ଭାରତ ସରକାର
  • ||

ନୂଆଖାଇ ପାଳିବା ପାଇଁ ନିଜ ଜନ୍ମ ମାଟି ବଲାଙ୍ଗିରରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ, ଆରମ୍ଭ ହେଲା ପାହୁର ଯାତ୍ରା

2/09/2019 at 4:50 PM

ବଲାଙ୍ଗିର ୨|୯: ରାତିପାହିଲେ ନୂଆଁଖାଇ । ପଶ୍ଚିମ ଓଡିଶାର ମହାନ ଗଣପର୍ବ ନୂଆଁଖାଇ ପାଇଁ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ପ୍ରସ୍ତୁତି ।ସେପଟେ ଆରମ୍ଭ ହୋଇଛି ପାହୁର ଯାତ୍ରା । ପାରମ୍ପରିକ ବାଜାରେ ଦୁଲୁକୁଛି ବଲାଙ୍ଗିର । ନୂଆଁଖାଇ ପାଇଁ ପାହୁର ପହଞ୍ଚିବା ପରେ କାଲି ସକାଳୁ ସମସ୍ତ ମନ୍ଦିରରେ ଲାଗିହେବ ନବାନ୍ନ ।  

ବାଜୁଛି ଢୋଲ, ନିସାନ ତାସା ଏବଂ ମୁହୁରୀ । ବାହାରିଛି ଶୋଭାଯାତ୍ରା । ପାରମ୍ପରିକ ବାଦ୍ୟରେ ଦୁଲୁକୁଛି ବଲାଙ୍ଗିର ସହର । ଏହେଉଛି ପାହୁର ଯାତ୍ରା ପରମ୍ପରାର ଦୃଶ୍ୟ। ବିଶେଷ ଭାବରେ ନୂଆଁଖାଇ ପାଇଁ ହୋଇଥାଏ ଏ ପାହୁର ଯାତ୍ରା । ସହରର  ମାଁ ପାଟଣେଶ୍ବରୀ , ମାଁ ସମଲେଶ୍ବରୀ , ମାଁ ଦୁର୍ଗାଙ୍କ ସହ ବିଭିନ୍ନ ମନ୍ଦିରକୁ ଯାଇଥାଏ ପାହୁର ଭାର ।

ମନ୍ଦୀରରେ ଦେବାଦେବିଙ୍କ ପାଇଁ ନୂଆଁ ବସ୍ତ୍ର , ନୂଆଁଧାନ, ଚାଉଳ, ଡାଳି, ପନିପରିବା ଯାଇଥାଏ । ଭାରରେ ଯାଇଥିବା ନୂଆଁ ଧାନରେ ତିଆରି ହୁଏ ନୂଆଁ କୁଣ୍ଡା । ଏହାକୁ ନିର୍ଦ୍ଧାରିତ ଲଗ୍ନରେ ମାହ୍କ ନିକଟରେ ଲାଗିକରାଯାଏ । ସେପଟେ ଦିର୍ଘ ବର୍ଷ ପରେ ନିଜ ଜନ୍ମମାଟିରେ ପରିବାର ଲୋକଙ୍କସହ  ନୂଆଁଖାଇ ସମୟରେ ରହିବାର ସୁଯୋଗ ପାଇଛନ୍ତି ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ  ।

ସେପଟେ ଘରେ ଘରେ ଲାଗିଛି ବନ୍ଧୁ ବାନ୍ଧବଙ୍କ ଗହଳି । ନୂଆଁ ଖାଇ ପାଇଁ ଯିଏ ଯେତେ ଦୂରରେ ଥିଲେ ଧାଇଁ  ଆସିଛନ୍ତି । ଘର ଲିପାପୋଛା ଶେଷ । ପିଠା ପଣା ସାଙ୍ଗକୁ ସୁଆଦିଆ ବ୍ୟଞ୍ଜନ ପାଇଁ ଚାଲିଛି ପ୍ରସ୍ତୁତି ।  ପ୍ରଥମେ ମନ୍ଦିରରେ ନୂଆଁକୁଣ୍ଡା ଭୋଗ ଲାଗି ହେବା ପରେ ଘରେ ଘରେ ନିଜ ଇଷ୍ଟଦେବୀଙ୍କୁ ମଧ୍ୟ ଲାଗିହୋଇଥାଏ ।  

ଏହା ସହ ନିଜ ଚାଷ ଜମିରେ ମଧ୍ୟ କରାଯାଇଥାଏ ପୂଜା । ପରିବାର ଲୋକ ଏକାଠି ବସି ଭୋଜନ କରନ୍ତି ।  ସେପଟେ ଗଣେଶ ପୂଜା ଓ ନୂଆଁଖାଇ ପାଇଁ ବଲାଙ୍ଗିରେ  ସୁରକ୍ଷା ବ୍ୟବସ୍ଥାକୁ କଡାକଡି । କୃଷି ଭିତ୍ତିକ ଗଣ ପର୍ବକୁ ନେଇ ପଶ୍ଚିମ ଓଡ଼ିଶାବାସୀ ବେଶ ଉତ୍ସାହିତ ।

   Related Posts