ପହଲଓ୍ବାନଙ୍କ ମେହେରବାନ : କରୋନା ପାଣ୍ଠିକୁ ୬ ମାସର ଦରମା ଦାନ କଲେ ବଜରଙ୍ଗ ପୁନିଆ

Published By : Prameya-News7 Bureau | March 24, 2020 IST

ନୂଆଦିଲ୍ଲୀ ୨୪/୦୩: ପ୍ରତିଭାଶାଳୀ ଭାରତୀୟ ପହଲଓ୍ବାନ ବଜରଙ୍ଗ ପୁନିଆ କରୋନା ମୁକାବିଲା ସହାୟତା ଘୋଷଣା କରିଛନ୍ତି | ସେ ନିଜର ୬ ମାସର ଦରମା ଦାନ କରିବେ ବୋଲି ଘୋଷଣା କରିଛନ୍ତି | ଏହା ସହ ଟୋକିୟୋରେ ହେବାକୁ ଥିବା ଅଲମ୍ପିକ ଖେଳକୁ ମଧ୍ୟ ସ୍ଥଗିତ ରଖିବାକୁ ସୋମବାର ଦିନ ସେ ଦାବି କରିଛନ୍ତି | ସେ କହିଥିଲେ ଯେ, ଅନେକ ଦେଶ ଅଲମ୍ପିକରୁ ନିଜ ନିଜ ନାଁ ଫେରାଇ ନେଇଛନ୍ତି | ଏହିଭଳି ସ୍ଥିତିରେ ଅଲମ୍ପିକ ଆୟୋଜନ କଲେ ଟୁର୍ଣ୍ଣାମେଣ୍ଟର ମହତ୍ୱ ହ୍ରାସ ପାଇବ | ବଜରଙ୍ଗ ପୁନିଆ ଭାରତର ଜଣେ ପଦକଧାରୀ| 

ବଜରଙ୍ଗ ପୁନିଆଙ୍କ ଏହି ଘୋଷଣାକୁ କ୍ରୀଡ଼ାମନ୍ତ୍ରୀ କିରଣ ରିଜିଜୁ ସମର୍ଥନ କରିଛନ୍ତି। ସେ କହିଛନ୍ତି କରୋନା ସହ ଲଢ଼ିବାକୁ ଆମକୁ ପ୍ରସ୍ତୁତ ହେବା ଦରକାର| ଯଦି ସ୍ଥିତିରେ କୌଣସି ସୁଧାର ନ ଆସେ ଆଉ ଏହି ସ୍ଥିତି ୨-୩ ମାସ ପର୍ଯ୍ୟନ୍ତ ଜାରି ରହେ ତାହେଲେ ଅଲମ୍ପିକ ସ୍ଥଗିତ ରଖିବା ଠିକ ହେବ | ପୁନିଆ କହିଛନ୍ତି, ଏହା କେବଳ ଭାରତର ସମସ୍ୟା ନୁହେଁ ଏହା ପୁରା ବିଶ୍ୱର ସମୟ | ସାରା ବିଶ୍ୱ ଏହି ସଙ୍କଟ ଦେଇ ଗତି କରୁଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.