Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିପୁଳ ପରିମାଣର ବିଦେଶୀ ମଦ ଜବତ, ଜଣେ ଗିରଫ
  • ||
  • ଭୁଶୁଡିଯିବ ଘାଘରା ପୋଲ ! ବିପଦରେ ଶହଶହ ଯାତ୍ରୀଙ୍କ ଜୀବନ
  • ||
  • ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୨୦କୁ ବୃଦ୍ଧି
  • ||
  • ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୮୫୨୦ କୋଭିଡ୍ ପଜିଟିଭ୍, ୧୨୦୪୬୬୦ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜଧାନୀରେ କରୋନା ବେଲଗାମ୍ : ଆଉ ୧୩ ଅଞ୍ଚଳ ମାଇକ୍ରୋ କଣ୍ଟେନମେଣ୍ଟ୍ ଜୋନ୍
  • ||
  • ଚର୍ଚ୍ଚାରେ ବଡପୋଖରୀଆ ପଞ୍ଚାୟତ : ପ୍ରତିଦ୍ୱନ୍ଦ୍ୱିତା ହେଲାନି, ନିର୍ଦ୍ୱନ୍ଦ୍ୱରେ ଚୟନ ହେଲେ ସରପଞ୍ଚ ଏବଂ ଓ୍ୱାର୍ଡ ମେମ୍ବର
  • ||
  • ରବିବାରଠୁ ବଢିବ ବର୍ଷା, ଏହି ସବୁ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ
  • ||
  • ପରିବା ମାର୍କେଟରେ ଅଗ୍ନିକାଣ୍ଡ, ଜଳିଗଲା ସବୁ ଦୋକାନ
  • ||

ପାକ୍ ଗୁଜୁରାଟରେ ଖସି ପଡିଲା PAF ଯୁଦ୍ଧବିମାନ, ୨ ପାଇଲଟଙ୍କ ମୃତ୍ୟୁ

13/04/2020 at 3:55 PM

ଇଷ୍ଟପଞ୍ଜାବ: ପାକିସ୍ତାନ ପୂର୍ବ ପଞ୍ଜାବ ପ୍ରଦେଶର ଗୁଜୁରାଟ ଅଞ୍ଚଳରେ ସୋମବାର ବିମାନ ଦୁର୍ଘଟଣା ଘଟିଛି। ଫଳରେ ବିମାନରେ ଯାତ୍ରା କରୁଥିବା ୨ ଜଣ ପାଇଲଟଙ୍କ ଶୋଚନୀୟ ମୃତ୍ୟୁ ହୋଇଛି। ଦୁର୍ଘଟଣାଗ୍ରସ୍ତ ବିମାନଟି ଏକ ଯୁଦ୍ଧବିମାନ ଓ ତାହା ପାକିସ୍ତାନ ବାୟୁସେନା (ପିଏଏଫ୍)ର ବୋଲି କର୍ତ୍ତୃପକ୍ଷ ସ୍ପଷ୍ଟ କରିଛନ୍ତି। ଯୁଦ୍ଧବିମାନ ଦୁର୍ଘଟଣାର କାରଣ ସ୍ପଷ୍ଟ ହୋଇପାରିନାହିଁ।

ମିଳିଥିବା ସୂଚନା ଅନୁସାରେ ଦୁର୍ଘଟଣାଗ୍ରସ୍ତ ବିମାନଟି ଏକ ମୁଶଶକ୍ ପ୍ରଶିକ୍ଷଣ ବିମାନ ଓ ମୃତକ ଦୁଇଜଣ ହେଲେ ପାଇଲଟ ମେଜର ଉମର ଓ ଲେଫ୍ଚନାଣ୍ଟ ଫୈଜାନ। ଏମାନଙ୍କ ମଧ୍ୟରୁ ଉମର ଗୁଜୁରାଟର ହୋଇଥିବା ବେଳେ ଫୈଜାନ କାଲକହାର ନିବାସୀ ବୋଲି କୁହାଯାଇଛି। ସକାଳେ ବିମାନଟି ଆକାଶରୁ ସିଧା ଆବାସିକ ଅଞ୍ଚଳର ଏକ ଘରୁପରେ ପଡିଥିଲା। ସେତେବେଳେ ଘରେ ଲୋକେ ଶୋଇଥିଲେ। ହେଲେ ଏଥିରେ କେହି ମୃତାହତ ହୋଇଥିବା ନେଇ ଇଣ୍ଟରସର୍ଭିସେସ୍ ପବ୍ଲିକ ରିଲେସନ (ଆଇଏସପିଆର) ସୂଚିତ କରିନାହାନ୍ତି।

ପାକ୍ ସେନାମୁଖ୍ୟ ଜେନେରାଲ କମର ବାଜୱା ଦୁଇ ମୃତ ପାଇଲଟଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି।  ଗତଫେବୃଆରୀ ମାସରେ ମଧ୍ୟ ପାକିସ୍ତାନରେ ଏକ ପ୍ରଶିକ୍ଷଣ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବିମାନଟି ସୋମବାର ରୁଟି ଉଡାଣ ବେଳେ ଦୁର୍ଘଟଣାଗ୍ରସ୍ତ ହୋଇ ଖସି ପଡିଥିବା ଆଇଏସପିଆର ସୂଚିତ କରିଛି।  

   Related Posts