ଚେସ୍ ବିଶ୍ୱକପ-୨୦୨୧ : ବିଜୟରୁ ଅଭିଯାନ ଆରମ୍ଭ କଲେ ପଦ୍ମିନୀ

Published By : Prameya-News7 Bureau | July 13, 2021 IST

ଭୁବନେଶ୍ୱର, ୧୩/୦୭: ଓଡ଼ିଆ ଆଇଏମ୍‌ ପଦ୍ମିନୀ ରାଉତ ରୁଷିଆର ସୋଚିରେ ଆରମ୍ଭ ହୋଇଥିବା ଚେସ୍‌ ବିଶ୍ୱକପ୍‌ର ପ୍ରଥମ ମ୍ୟାଚ୍‌ରେ ବିଜୟୀ ହୋଇଛନ୍ତି । ସୋମବାରଠୁ ବିଶ୍ୱକପ୍‌ ଆରମ୍ଭ ହୋଇଛି ।

ପଦ୍ମିନୀ ପ୍ରଥମ ମ୍ୟାଚ୍‌ରେ ଆଜରବାଇଜାନର ମହିଳା ଗ୍ରାଣ୍ଡମାଷ୍ଟର ଫତାଲିଏଭା ଉଲଭିଆଙ୍କୁ ଭେଟିଥିଲେ । ଏହି ବିଜୟ ସେ ରାଉଣ୍ଡ-୩୨କୁ ଉନ୍ନୀତ ହୋଇଛନ୍ତି । ଏହି ରାଉଣ୍ଡରେ ଆଇଏମ୍‌ ସରାସଦତ ଖାଡେମାଲସାରହିଙ୍କୁ ଭେଟିବେ ।

wp:html /wp:html

ପଦ୍ମିନୀ କରୋନା ମହାମାରୀ ପାଇଁ ଦୀର୍ଘ ଦେଢ଼ ବର୍ଷ ପରେ ବିଦେଶ ଗସ୍ତରେ ଯାଇଛନ୍ତି । ଭାରତୀୟ ଦଳରେ ତାଙ୍କ ସହ ରହିଛନ୍ତି ଭକ୍ତି କୁଲକର୍ଣ୍ଣି, ଡ୍ରୋନାଭାଲି ହାରିକା ଓ ଆର. ବୈଶାଳୀ । ଚଳିତ ବର୍ଷ ପଦ୍ମିନୀଙ୍କ ନାମ ଅର୍ଜୁନ ପୁରସ୍କାର ପାଇ ସୁପାରିସ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.