ଅର୍ଜୁନ ପୁରସ୍କାର ପାଇଁ ପଦ୍ମିନୀ ରାଉତଙ୍କ ନାଁ ସୁପାରିସ : ମହିଳା ଜିଏମ, ଆଇଏମ ସହ ଜିତିଛନ୍ତି ଅନେକ ଟାଇଟଲ୍

Published By : Prameya-News7 Bureau | July 02, 2021 IST

ଭୁବନେଶ୍ୱର,୦୨/୦୭ : ଓଡ଼ିଶାର ଇଣ୍ଟରନ୍ୟାସନାଲ ମାଷ୍ଟର (ଆଇଏମ୍‌) ପଦ୍ମିନୀ ରାଉତଙ୍କ ନାମ ଅର୍ଜୁନ ପୁରସ୍କାର ପାଇଁ ସୁପାରିସ ହୋଇଛି । ଅଲ୍‌ ଇଣ୍ଡିଆ ଚେସ୍‌ ଫେଡେରେସନ୍‌ (ଏଆଇସିଏଫ୍‌) ମୋଟ୍‌ ୭ ଜଣ ଖେଳାଳିଙ୍କ ନାମ ଏହି ପୁରସ୍କାର ପାଇଁ ସୁପାରିସ କରିଛି । ଏହି ତାଲିକାରେ ପଦ୍ମିନୀ ସାମିଲ ରହିଛନ୍ତି ।ଜାତୀୟ କ୍ରୀଡ଼ା ପୁରସ୍କାର ପାଇଁ ଆବେଦନର ଶେଷ ତାରିଖ ରହିଛି ଆସନ୍ତା ୫ ତାରିଖ । ତେଣୁ ବିଭିନ୍ନ କ୍ରୀଡ଼ା ସଂଘ ଓ ରାଜ୍ୟ ସରକାରମାନେ ରାଜୀବ ଗାନ୍ଧୀ ଖେଳରତ୍ନ, ଅର୍ଜୁନ ପୁରସ୍କାର ଓ ଅନ୍ୟାନ୍ୟ ପୁରସ୍କାର ପାଇଁ କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟକୁ ସୁପାରିସ ପତ୍ର ପଠାଉଛନ୍ତି ।

ପଦ୍ମିନୀ ଉଭୟ ମହିଳା ଜିଏମ୍‌ ଏବଂ ଆଇଏମ୍‌ ଟାଇଟଲ ଜିତିବା ସହ ବହୁ ଗୁରୁତ୍ୱପୂର୍ଣ୍ଣ ଅନ୍ତର୍ଜାତୀୟ ପଦକ ଜିତିଛନ୍ତି । ଆଗାମୀ ଚେସ୍‌ ବିଶ୍ୱକପ୍‌ ପାଇଁ ସେ ଯୋଗ୍ୟତା ହାସଲ କରିସାରିଛନ୍ତି । ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ଗତ ଦୁଇ ବର୍ଷ ଧରି କ୍ରୀଡ଼ାବିତମାନଙ୍କ ନାମ ଜାତୀୟ କ୍ରୀଡ଼ା ପୁରସ୍କାର ପାଇଁ ସୁପାରିସ କରାଯାଉଛି । କିନ୍ତୁ ପଦ୍ମିନୀଙ୍କ ନାମ ଏ ପର୍ଯ୍ୟନ୍ତ ସୁପାରିସ କରାଯାଇ ନାହିଁ । ଚଳିତ ବର୍ଷ ଅଲିମ୍ପିଆନ ଦୂତି ଚାନ୍ଦଙ୍କ ନାମ ଖେଳରତ୍ନ ଏବଂ ହକି ଖେଳାଳି ବୀରେନ୍ଦ୍ର ଲାକ୍ରାଙ୍କ ନାମ ଅର୍ଜୁନ ପୁରସ୍କାର ପାଇଁ ସୁପାରିସ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.