ପୁଣି ଦର୍ଶକଙ୍କୁ ମତୁଆଲା କରିବେ ପଦ୍ମିନୀ, ୮୦ ଦଶକର ଏଭରଗ୍ରୀନ ସଂଗରେ ଅଭିନୟ ସହ ଦର୍ଶକେ ଶୁଣିବେ କଣ୍ଠର ଯାଦୁ

Published By : Prameya-News7 Bureau | December 07, 2021 IST

ନୂଆଦିଲ୍ଲୀ ୦୭/୧୨: ପଦ୍ମିନୀ କୋଲହାପୁରୀଙ୍କ ଅଭନିୟ କାହାକୁ ବା ପସନ୍ଦ ନୁହେଁ । କେବଳ ଅଭିନୟ ନୁହେଁ ତାଙ୍କର ପ୍ରତିଟି ଗୀତ ଆଜି ଲୋକଙ୍କ ହୃଦୟରେ ରାଜ୍ କରୁଛି । ତେବେ ତାଙ୍କ ଅଭିନୀତ ୮୦ ଦଶକର 'ୟେ ଗଲିୟାଁ ୟେ ଚୌବାରା' ଗୀତଟି ବେଶ୍ ହିଟ୍ ସାବ୍ୟସ୍ତ ହୋଇଥିଲା । ହେଲେ ଏବେ ଏଗି ଗୀତଟି ପୁଣିଥରେ ନୂଆ ରୂପରେ ରୂପେଲି ପରଦାକୁ ଫେରିଛି ।

ଧମାକା ରେକର୍ଡସ ଏବଂ ସାରେଗାମା ଦ୍ୱାରା ଉପସ୍ଥାପିତ ହୋଇଥିବା ଏହି ଟ୍ରାକକୁ ନିଜେ ପଦ୍ମିନୀ ଗାଇଛନ୍ତି । କେବଳ ଗାଇ ନାହିଁନାହାଁନ୍ତି ବରଂ ନିଜେ ବି ଅଭିନୟ କରିଛନ୍ତି । ଧମାକା ରେକର୍ଡର ପ୍ରିୟାଙ୍କ ଶର୍ମା ପ୍ରେମ ରୋଗରୁ ପଦ୍ମିନୀ କୋଲହାପୁରର ଆଇକନିକ୍ ଗୀତ 'ୟେ ଗଲିୟାଁ ୟେ ଚୌବାରା' ରିଲିଜ୍ କରିଛନ୍ତି । ଏହାପୂର୍ବରୁ ଧମକା ରେକର୍ଡସ ସମସ୍ତ ମ୍ୟୁଜିକ୍ ଚାର୍ଟ ବଷ୍ଟରରେ ହିଟ୍ ସାବ୍ୟସ୍ତ ହୋଇଛି ।

wp:html /wp:html

ପୂର୍ବରୁ ଅମିତାଭ ବଚ୍ଚନ, ଲତା ମଙ୍ଗେସକର, ଶ୍ରଦ୍ଧା କପୁର ଇତ୍ୟାଦି ୧୫ ଦିଗ୍ଗଜ କଳାକାରଙ୍କ ଅଭିନୀତ ଚମତ୍କାର ଗୀତ 'ହମ୍ ହିନ୍ଦୁସ୍ତାନୀ' ପାଇଁ ଚର୍ଚ୍ଚାରେ ଥିଲା । ବର୍ତ୍ତମାନ ପ୍ରିୟାଙ୍କ ଶର୍ମାଙ୍କ ବର୍ଷର ସବୁଠାରୁ ବଡ ହୃଦୟସ୍ପର୍ଶୀ ବିବାହ ସଂଗୀତ ମୁକ୍ତିଲାଭ କରିଛି । ଗୀତ ବିଷୟରେ ପଦ୍ମିନୀ କୋଲହାପୁର କୁହନ୍ତି, “ଏହି ଗୀତରେ କାମ କରିବା ମୋ ପାଇଁ ବହୁତ କିଛି । କାରଣ ଏହା ମୋତେ ଅରିଜିନାଲ୍ ଗୀତର ସୁଟିଂର ସ୍ମୃତିକୁ ଫେରାଇ ଆଣିଥିଲା ।

ମୁଁ ପୁଣି ସେହି ଉତ୍ସାହ ଅନୁଭବ କରି ବହୁତ ଖୁସି ଏବଂ ଏହି ଗୀତ ପାଇଁ ମୁଁ ଗର୍ବିତ । ଆଉ ଏହି ଆଇକନିକ୍ ଗୀତ ରିକ୍ରିଏଟ ହୋଇଥିବାର ମୁଁ ବହୁତ ଖୁସି । ସାରେଗାମା ଏବଂ ଧମାକା ରେକର୍ଡସ୍ ଦ୍ୱାରା ଉପସ୍ଥାପିତ 'ୟେ ଗଲିୟା ୟେ ଚୌବାରା' ପ୍ରିୟାଙ୍କ ଶର୍ମା ଏବଂ ପରାସ୍ ମେହେଟ୍ଟାଙ୍କ ଦ୍ୱାରା ନିର୍ମିତ । ଏହି ଗୀତରେ ଆମି ମିସୋବା ଏବଂ ଅମିରା ଭାଟିଆ ଅଭିନୟ କରିଛନ୍ତି । ଏହା ଏବେ ୟୁଟ୍ୟୁବ୍ ରେ ମୁକ୍ତିଲାଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.