Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନବରଙ୍ଗପୁର : ଭିଜିଲାନ୍ସ ଜାଲରେ ଜିଆର୍‌ଏସ୍‌, ଘରୁ ଜବତ ହେଲା ନଗଦ ୧୭ଲକ୍ଷରୁ ଅଧିକ ଟଙ୍କା
  • ||
  • ବ୍ରହ୍ମପୁରରେ ନକଲି ଲଙ୍କାଗୁଣ୍ଡ କାରଖାନା ଠାବ, ବିପୁଳ ପରିମାଣର ସାମଗ୍ରୀ ଜବତ
  • ||
  • ମୋହନା : ଅପରେସନ୍ ଗ୍ରୀନ କ୍ଲିନ୍, ପୁଣି ୧୨ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ
  • ||
  • ପୁରୀ : ପ୍ରତିକ୍ଷାର ଅନ୍ତ, ଆଜିଠୁ ବିନା କୋଭିଡ଼ ରିପୋର୍ଟରେ କାଳିଆ ଦର୍ଶନ
  • ||
  • ଆମେରିକାର ପ୍ରଥମ ମହିଳା ଉପରାଷ୍ଟ୍ରପତି ହେଲେ କମଳା ହ୍ୟାରିସ୍
  • ||
  • ଆମେରିକାର ୪୬ ତମ ରାଷ୍ଟ୍ରପତି ଭାବେ ଶପଥ ନେଲେ ଜୋ ବାଇଡେନ୍‌
  • ||
  • ଆମେରିକାର ଉପ ରାଷ୍ଟ୍ରପତି ଭାବେ ଶପଥ ନେଲେ କମଳା ହ୍ୟାରିସ୍‌
  • ||
  • ପୋଖରୀରୁ ମିଳିଲା ମୁଣ୍ଡ ବିହୀନ ମୃତଦେହ, ପୋଲିସ ଆରମ୍ଭ କଲା ଖୋଳତାଡ଼
  • ||

ପଦ୍ମଶ୍ରୀ କମଳା ପୂଜାରୀ ଅସୁସ୍ଥ

8/06/2020 at 12:17 PM

ଜୟପୁର ୦୮।୦୬: ପଦ୍ମଶ୍ରୀ କମଳା ପୂଜାରୀ ଅସୁସ୍ଥ । ଫୁଲବାଡ ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କମଳାଙ୍କ ଚିକିତ୍ସା ଚାଲିଛି । ଉଚ୍ଚ ରକ୍ତଚାପ ଓ ଅଣ୍ଟା ବ୍ୟଥା ଯୋଗୁ ଅସୁସ୍ଥ ଅଛନ୍ତି । ଚିକିତ୍ସା ପରେ ସୁସ୍ଥ ଥିବା ମେଡିକାଲ ପକ୍ଷରୁ କୁହାଯାଇଛି। ସୋମବାର ତାଙ୍କୁ ଡିସ୍‌ଚାର୍ଜ କରାଯିବ ବୋଲି ଜଣାପଡିଛି ।

ପଦ୍ମଶ୍ରୀ କମଳାଙ୍କ କହିବା ଅନୁସାରେ, କିଛି ଦିନ ହେବ ଅଣ୍ଟା ବ୍ୟଥା ହେବା ସହ ମୁହଁ ବୁଲାଉଥିଲା । ଏହା ସହ ଶରୀର ଗରମ ଥିଲା । ଖରା ଯୋଗୁ ଏଭଳି ହୋଇଥିବା ଭାବି ଚୁପ୍‌ ରହିଥିଲି । ଶନିବାର ଅତିରିକ୍ତ ତହସିଲଦାର ନିଳାମ୍ବର ପୂଜାରୀ ଘରକୁ ଆସିଥିଲେ । ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ । ସ୍ୱାସ୍ଥ୍ୟ ଖରାପ ଜାଣିବା ପରେ ଶନିବାର ଅପରାହ୍ନ ୨ଟାରେ ତାଙ୍କ ଗାଡିରେ ମେଡିକାଲ ନେଇଥିଲେ ।

ଡାକ୍ତର ପରୀକ୍ଷା କରିବା ପରେ ରକ୍ତଚାପ ଅଧିକ ଥିବା ଜଣାପଡିଥିଲା। ସଙ୍ଗେ ସଙ୍ଗେ ସାଲାଇନ୍‌ ଓ ଇଞ୍ଜେକ୍ସନ ଦେଇଥିଲେ । ଇସିଜି ପରୀକ୍ଷା କରିଥିଲେ । ଏବେ ସୁସ୍ଥ ଅଛନ୍ତି । ପୂର୍ବ ଭଳି ମୁହଁ ବୁଲାଉନାହିଁ । ଅଣ୍ଟବ୍ୟଥା ମଧ୍ୟ କମିଯାଇଛି । ଉଚ୍ଚ ରକ୍ତଚାପ ଔଷଧ ଶେଷ ହୋଇଯାଇଥିବାରୁ ଖାଇ ନଥିଲେ । ଏଥିପାଇଁ ରକ୍ତଚାପ ବଢି ଯାଇଥିଲା । ମେଡିକାଲ ପକ୍ଷରୁ ସବୁ ସୁବିଧା କରାଯାଇଛି । ସ୍ୱତନ୍ତ୍ର କ୍ୟାବିନରେ ରଖି ଚିକିତ୍ସା କରାଯାଉଛି ବୋଲି କମଳା କହିଛନ୍ତି ।

   Related Posts