ଏକ ଯୁଗର ଅବସାନ: ବରିଷ୍ଠ ସ୍ୱାଧିନତା ସଂଗ୍ରାମୀ ଓ ରାଜନୀତିଜ୍ଞ ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକଙ୍କ ଦେହାନ୍ତରେ ବିଶିଷ୍ଟ ବ୍ୟକ୍ତିଙ୍କ ଶୋକ ପ୍ରକାଶ

Published By : Prameya-News7 Bureau | May 14, 2020 IST

ଭୁବନେଶ୍ୱର, ୧୪|୦୫ : ବର୍ଷୀୟାନ ସ୍ୱାଧିନତା ସଂଗ୍ରାମୀ ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକଙ୍କର ପରଲୋକ । ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁବେଳକୁ ତାଙ୍କୁ ୯୮ ବର୍ଷ ବୟସ ହୋଇଥିଲା । ଏହା ଏକ ସଂଯୋଗ ଯେ ଜନ୍ମମାସରେ ତଥା ୯୮ତମ ଜନ୍ମଦିନ ପାଳନର ୩ ଦିନ ପରେ ତାଙ୍କର ଦେହାବସାନ ଘଟିଛି । ଅସୁସ୍ଥତା ଯୋଗୁଁ ସେ ଚିକିତ୍ସାଧିନ ଥିଲେ । ଗତ ମାର୍ଚ୍ଚ ପ୍ରଥମ ସପ୍ତାହରେ ଅସୁସ୍ଥତା କାରଣରୁ ସେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ତେବେ ଗୁରୁବାର ସନ୍ଧ୍ୟାରେ ତାଙ୍କର ଦେହାନ୍ତ ହୋଇଛି ।

ଭବାନୀ ଚରଣ ଜଣେ ଗାନ୍ଧୀବାଦୀ ନେତା ଭାବେ ଜଣାଶୁଣା । ସ୍ୱର୍ଗତ ଭବାନୀ ପଟ୍ଟନାୟକ ୧୯୨୨ ମସିହା ମେ ୧୧ ତାରିଖରେ ପୁରୀ ଜିଲ୍ଲା ନିମାପଡ଼ା ବ୍ଳକ ଅନ୍ତର୍ଗତ ଅନ୍ଧିଆ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । । ଏପରିକି ସେ ୧୯୪୨ ଭାରତଛାଡ ଆନ୍ଦୋଳନରେ ସକ୍ରିୟ ଭାବେ ଯୋଗ ଦେଇଥିଲେ ।  ସେ ବହୁ ଅନୁଷ୍ଠାନ ସହ ଜଡିତ ଥିଲେ । ସେ କଳିଙ୍ଗ ଫାଉଣ୍ଡେସନର ଅଧ୍ୟକ୍ଷ ମଧ୍ୟ ରହିଥିଲେ ।

ଏକାଧାରରେ ଜଣେ ଦେଶପ୍ରେମୀ, ବିଶିଷ୍ଟ ରାଜନୀତିଜ୍ଞ ଓ ସମାଜସେବୀ ଭାବେ ପରିଚିତ ଭବାନୀ ଶଙ୍କର ୧୯୬୧, ୧୯୬୬ ଓ ୧୯୭୮ରେ ତିନି ଥର ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ୧୯୨୨ ମସିହା ମେ ୧୧ତାରିଖରେ ଜନ୍ମଗ୍ରହଣ କରିଥିବା ଭବାନୀ ପଟ୍ଟନାୟକ ଦେଶର ବହୁ ବରିଷ୍ଠ ରାଜନେତାଙ୍କ ସଂସ୍ପର୍ଶରେ ଆସିଥିଲେ । ତେବେ ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ଘନିଷ୍ଠ ଭାବେ ସେ ବେଶ୍ ଜଣାଶୁଣା ଥିଲା । ୨୦୧୮ ମସିହାରେ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା । ମୃତ୍ୟୁପୂର୍ବରୁ ସେ ଶରୀର ଦାନ କରିଯାଇଛନ୍ତି ।

ପଦ୍ମଶ୍ରୀ ଭବାନୀ ଚରଣଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ବହୁ ବିଶିଷ୍ଟ ରାଜନେତା, ସାମ୍ବାଦିକ, ପ୍ରଶାସନିକ ଅଧିକାରୀ ଆଦି ଗଭୀର ଶୋକ ପ୍ରକାଶ କରିଛନ୍ତି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ପଦ୍ମଶ୍ରୀ ଭବାନୀ ଚରଣଙ୍କ ଦେହାନ୍ତରେ ଗଭୀର ଶୋକ ବ୍ୟକ୍ତ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ପୂର୍ବତନ ସାଂସଦ ପଦ୍ମଶ୍ରୀ ଭବାନୀ ପଟ୍ଟନାୟକଙ୍କ ଦେହାନ୍ତ ବିଷୟରେ ଜାଣି ଦୁଃଖିତ। ଜଣେ ମହାନ ଗାନ୍ଧିବାଦୀ ଭାବେ ସେ ସର୍ବଦା ସ୍ମରଣୀୟ ରହିବେ। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ।

wp:core-embed/twitter {"url":"https://twitter.com/Naveen_Odisha/status/1260961274428567552","type":"rich","providerNameSlug":"twitter","className":""}
https://twitter.com/Naveen_Odisha/status/1260961274428567552
/wp:core-embed/twitter

ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ୍ ଯୋଗେ ଶୋକ ପ୍ରକାଶ କରି କହିଛନ୍ତି ଯେ, ସ୍ୱାଧୀନତା ସଂଗ୍ରାମୀ ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକଙ୍କ ସ୍ୱର୍ଗବାସ ଖବର ଶୁଣି ମୁଁ ମର୍ମାହତ । ଖୁବ କମ ବୟସରୁ ସ୍ୱାଧୀନତା ସଂଗ୍ରାମର ନେତୃତ୍ୱ ନେଇ ଭାରତ ଛାଡ ଆନ୍ଦୋଳନରେ ଝାସ ଦେଇଥିଲେ । ତିନି ତିନି ଥର ରାଜ୍ୟସଭା ସାଂସଦ ଥିବା ଭବାନୀ ଚରଣ ଶେଷ ପର୍ଯ୍ୟନ୍ତ ଜନସେବାରେ ନିୟୋଜିତ ଥିଲେ । ତାଙ୍କର ମୃତ୍ୟୁରେ ଓଡିଶାରୁ ଦେଶର ମୁକ୍ତି ସଂଗ୍ରାମର ସୂର୍ଯ୍ୟଙ୍କର ଅସ୍ତ ଘଟିଲା । ଶୋକସନ୍ତପ୍ତ ପରିବାର ବର୍ଗକୁ ସମବେଦନା ଜଣାଇବା ସହ ଅମର ଆତ୍ମାର ସଦଗତି କାମନା କରିଛନ୍ତି ଧର୍ମେନ୍ଦ୍ର।

wp:core-embed/twitter {"url":"https://twitter.com/dpradhanbjp/status/1260961871114493953","type":"rich","providerNameSlug":"twitter","className":""}
https://twitter.com/dpradhanbjp/status/1260961871114493953
/wp:core-embed/twitter

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.