ପଦ୍ମଶ୍ରୀ ନନ୍ଦ ସାରଙ୍କୁ ଆକ୍ରମଣ ଧମକ, ବଡ ପୁଅଙ୍କୁ ଠେଙ୍ଗାରେ ପିଟି ଲହୁ ଲୁହାଣ କଲେ ଦୁର୍ବୃତ୍ତ

Published By : Prameya-News7 Bureau | November 29, 2021 IST

ଯାଜପୁର ୨୯/୧୧:  ପଦ୍ମଶ୍ରୀ ନନ୍ଦ ସାରଙ୍କୁ ଆକ୍ରମଣ ଧମକ ଦେଲେ ଗାଁର କିଛି ଅସାମାଜିକ ଯୁବକ l ଏପରିକି ତାଙ୍କ ପୁଅଙ୍କୁ ମଧ୍ୟ ମାରି ଲହୁଲୁହାଁ କଲେ ।

ଅଭିଯୋଗ ଅନୁସାରେ,  ରବିବାର ନନ୍ଦ ସାର ଭୁବନେଶ୍ୱରରୁ ଫେରିଥିଲେ । ତାଙ୍କର ସ୍ୱାସ୍ଥ୍ୟ ଖରାପ ଥିବାରୁ ପୁଅ ଗଣେଶ୍ୱର ପୃଷ୍ଟି  ଔଷଧ ଆଣିବାକୁ ପାଖରେ ଥିବା ଦୋକାନକୁ ଯାଇଥିଲେ । ଔଷଧ ଆଣି ଫେରିବା ବେଳେ ତାଙ୍କୁ ସେହି ଗାଁର  ଲକ୍ଷ୍ମଣ ମଲ୍ଲିକ ଓ ସନ୍ତ ନାମକ ଯୁବକ  ଗାଁ ମୁଣ୍ଡରେ ଅଚାନକ ଆକ୍ରମଣ କରିଥିଲେ l

ସେମାନେ ତାଙ୍କୁ ବାଉଁଶ ଠେଙ୍ଗାରେ ମାଡ଼ ମାରିଥିଲେ । ଏହାପରେ ବାପା ଅର୍ଥାତ ନନ୍ଦ ସାରଙ୍କ ପାଳି ବୋଲି ଧମକ ଦେଇଥିଲେ l ଦୁର୍ବୁତ୍ତଙ୍କ ଆକ୍ରମଣରେ ଗଣେଶ୍ୱର ଆହତ ହୋଇଛନ୍ତି l ଏନେଇ ସୁକିନ୍ଦା ଥାନାରେ ସେ ଏକ ଲିଖିତ ଅଭିଯୋଗ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.