Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୨କୁ ବୃଦ୍ଧି
  • ||
  • ମାଆର ସାହସ ଆଗରେ ହାରିଲା ବାଘ, ନିଜ ପୁଅକୁ ମୃତ୍ୟୁ ମୁଖରୁ ଛଡାଇ ଆଣିଲେ ମହିଳା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୭୯୬ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୮୯ କରୋନା ସଂକ୍ରମିତ, ୧୦୫୦୨୪୯ରେ ପହଞ୍ଚିଲା ସଂଖ୍ୟା
  • ||
  • ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ ! ପୁଟିନଙ୍କ ଦେଢ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି ପ୍ରସ୍ତୁତ
  • ||
  • ଜାନୁଆରୀ-ଫେବୃଆରୀ ମଧ୍ୟରେ ଭାରତରେ ଆସିବ ତୃତୀୟ ଲହର, ଓମିକ୍ରନ୍ ସାଜିବ ବାହକ : ଦାବି କଲେ ବିଶେଷଜ୍ଞ
  • ||
  • ଚାଲିଥିଲା ଧାନ ଚୋରା ଚାଲାଣ, ୨୨୦ ବସ୍ତା ଜବତ କଲା ଯୋଗାଣ ବିଭାଗ
  • ||
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||
  • ଜଗତସିଂହପୁରରେ ଲଗାଣ ବର୍ଷା, ଧାନ ଫସଲ କ୍ଷତିଗ୍ରସ୍ତ
  • ||

ସ୍କୁଲକୁ ଅଚାନକ ଗସ୍ତ କରି ପିଲାଙ୍କୁ ପାଠ ପଢାଇଲେ ପଦ୍ମପୁର ଉପଜିଲ୍ଲାପାଳ

28/02/2020 at 4:47 PM

ପଦ୍ମପୁର ୨୮।୨: ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଢୋଲବନ୍ଧରେ ପିଲାଙ୍କୁ ପାଠ ପଢାଇଲେ ପଦ୍ମପୁର ଉପ ଜିଲ୍ଲାପାଳ ତନ୍ମୟ କୁମାର ଦରଓ୍ବାନ । ସ୍କୁଲକୁ ଅଚାନକ ଗସ୍ତ କରି ସ୍କୁଲ ପାଠପଢା ବ୍ୟବସ୍ଥାକୁ ଯାଞ୍ଚ କରିଥିଲେ ଏବଂ ସ୍କୁଲର ୬ଷ୍ଠ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କୁ ସାହିତ୍ୟ ପଢାଇ ଥିଲେ । ପିଲାମାନେ ମଧ୍ୟ ଭଲ ଭାବରେ ଧ୍ୟାନ ଦେଇ ପାଠ ପଢିଲେ । ଉପ ଜିଲ୍ଲାପାଳଙ୍କଠାରୁ ପାଠ ପଢି ବେଶ ଖୁସି ଅନୁଭବ କରିଥିଲେ ଛାତ୍ରଛାତ୍ରୀ । ଉପ ଜିଲ୍ଲାପାଳଙ୍କର ଏପରି ସ୍କୁଲ ପରିଦର୍ଶନକୁ ଅଞ୍ଚଳବାସୀ ମଧ୍ୟ ପ୍ରଶଂସା କରିଥିଲେ । ଏପରି ସରକାରୀ ଅଧିକାରୀମାନଙ୍କର ସ୍କୁଲ ପରିଦର୍ଶନ ଦ୍ବାରା ଶିକ୍ଷା ବ୍ୟବସ୍ଥାରେ ସୁଧାର ଆସିବ ବୋଲି ମଧ୍ୟ ଚର୍ଚ୍ଚା ହେଉଛି । ନିଜର ଅଞ୍ଚଳର ଉପ ଜିଲ୍ଲାପାଳକୁ ପିଲାମାନେ ପାଖରେ ପାଇ ମନୋବଳ ବଢିବା ସହିତ ଶିକ୍ଷାରେ ମଧ୍ୟ ଉନ୍ନତି ହେବ ।

   Related Posts