ପଦ୍ମପୁର ବନବିଭାଗ ରେଞ୍ଜ ତରଫରୁ ୭୧ ତମ ବନ ମହୋତ୍ସବ ସପ୍ତାହ ଅନୁଷ୍ଠିତ

Published By : Prameya-News7 Bureau | July 07, 2020 IST

ପଦ୍ମପୁର୭/୭: ପଦ୍ମପୁର ବନବିଭାଗ ରେଞ୍ଜ ତରଫରୁ ୭୧ତମ ବନମହୋତ୍ସବ ସପ୍ତାହ ଅନୁଷ୍ଠିତ ହୋଇଯାଇଛି। ଏ ଅବସରରେ ଜଗଦଲପୁର ବନ ସେକ୍ସନ ତଥା ବିଟ୍ ର ମଣିପୁର ପିଆରଏଫ୍‌ ଠାରେ ମଙ୍ଗଳବାର  ଚାରା ରୋପାଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପଦ୍ମପୁର ବନ ଅଞ୍ଚଳର ରେଞ୍ଜର ପ୍ରମୋଦ କୁମାର ସାହୁ, ଜଗଦଲପୁର ବିଟ୍ ର ଫରେଷ୍ଟଗାର୍ଡ ଉପେନ୍ଦ୍ର ପଟେଲ, ଲୁହୁରାକାଟେ ବିଟ୍ ରଫରେଷ୍ଟ ଗାର୍ଡ ତରଣୀ ସେନ ପ୍ରଧାନ,  ସ୍କ୍ବାର୍ଡ ବଲରାମ ସାହୁ ଯୋଗ ଦେଇଥିଲେ। ଏଠାରେ ସମବେସିତ ଧଉରାଭଟା,ଶୁକିଲିପାହାଡ,କୁର୍ମା ଗ୍ରାମର ବନସୁରଖ୍ୟା ସମିତିର ସଭ୍ୟ ମାନଙ୍କୁ ରେଞ୍ଜର ଶ୍ରୀଯୁକ୍ତ ସାହୁ ଗଛର ଉପକାରିତା ଓ ଚାରା ରୋପଣ ଏବଂ ଯତ୍ନ ଉପରେ ସଚେତନତା ମୂଳକ ଅଭିଭାଷଣ ପ୍ରଦାନ କରିଥିଲେ। ଏଠାରେ ସମୁଦାୟ ୩୨ ହଜାର ଚାରା ରୋପଣ ହେବ ବୋଲି ବନ ବିଭାଗ ତରଫରୁ କୁହାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.