ରାସ୍ତା ଖରାପ ଯୋଗୁଁ ଅଧାରେ ଅଟକିଲା ଆମ୍ବୁଲାନ୍ସ, ରୋଗୀଙ୍କୁ ଖଟିଆରେ ବୋହିଲେ ଡ୍ରାଇଭର ଓ ଫାର୍ମାସିଷ୍ଟ୍

Published By : Prameya-News7 Bureau | October 05, 2021 IST

ପଦ୍ମପୁର ୦୫/୧୦: ବରଗଡ ଜିଲ୍ଲା  ପଦ୍ମପୁରରେ ପୁଣି ସାମନାକୁ ଆସିଲା ଆମ୍ବୁଲାନ୍ସ କର୍ମଚାରୀଙ୍କ ମହାନତା । ରୋଗୀଙ୍କୁ ଖଟିଆରେ ପ୍ରାୟ ଏକ କିମି ବୋହି ଆମ୍ବୁଲାନ୍ସ ପାଖକୁ ନେଲେ ଆମ୍ବୁଲାନ୍ସ କର୍ମଚାରୀ ।

ସୂଚନାନୁସାରେ, ଏବେବି  ଏମିତି ଅନେକ ଜାଗା ରହିଛି ଯେଉଁ ସ୍ଥାନକୁ ଗମନାଗମନର ସୁବିଧା ହୋଇ ପାରିନାହିଁ । ଯାହା ଦ୍ଵାରା ଲୋକମାନେ ଯିବା ଆସିବାରେ ଅସୁବିଧା ସମ୍ମୁଖୀନ ହେଉଛନ୍ତି । ଏଭଲି ଏକ ଚିତ୍ର ଆସିଛି ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ କାଂସଡା ପଂଚାୟତରୁ ।

କାଂସଡା ପଂଚାୟତ ନୁହୁରିପଡା ଗ୍ରାମର ସୁବାସିନି ପାଇକଙ୍କ ଦେହ ହଠାତ ଅସୁସ୍ଥ ହେବାରୁ ପରିବାର ଲୋକେ  ୧୦୮ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ । ଡାକ୍ତରଖାନାକୁ ନେବା ପାଇଁ ଆମ୍ବୁଲାନ୍ସ ଆସିଥିଲା । ହେଲେ ରାସ୍ତାର ଅବସ୍ଥା ଅତି ଶୋଚନୀୟ ଥିବାରୁ ଆମ୍ବୁଲାନ୍ସ ଘର ପାଖକୁ ଯାଇ ପାରିନଥିଲା । ଫଳରେ ଆମ୍ବୁଲାନ୍ସ ଡ୍ରାଇଭର ଉଦ୍ଧବ ଷାଣ୍ଡ,ଫାର୍ମାସିଷ୍ଟ ଗୋକୁଳାନ.ହେଲପର ସୁଶିଲ କୁମ୍ଭାର ରୋଗୀଣା ବାସନିଙ୍କୁ ପ୍ରାୟ ଏକ କିମି ଖଟିଆରେ ବୋହି ଆମ୍ବୁଲାନ୍ସ ପାଖକୁ ଆଣିଥିଲେ ଏବଂ ତାଙ୍କୁ ଡାକ୍ତରଖାନା ନେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.