ପଦ୍ମ ଫୁଲ ତୋଳୁଥିଲେ, ଛନ୍ଦି ହୋଇଗଲା ଡଙ୍ଗା: କାଞ୍ଜିଆ ହ୍ରଦରେ ବୁଡି ଯୁବକ ମୃତ

Published By : Prameya-News7 Bureau | July 17, 2021 IST

ବାରଙ୍ଗ ୧୭।୦୭: ନନ୍ଦନକାନନ କାଞ୍ଜିଆ ହ୍ରଦରୁ ପଦ୍ମ ଫୁଲ ତୋଳିବାକୁ ଯାଇ ବୁଡିଗଲେ ଯୁବକ । ସୂଚନା ଅନୁୟାୟୀ ବାରଙ୍ଗ ଦମକଳ ବାହିନୀ ଘଟଣାସ୍ଥଳରେ ପହଂଚି, ମୃତ ଅବସ୍ତା ରେ ଯୁବକଙ୍କୁ ଉଦ୍ଧାର କରିଛି । ମୃତଦେହ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଛନ୍ତି । ମୃତୁ ଯୁବକ ସ୍ତାନୀୟ ରଘୁନାଥପୁର ।

ତାଙ୍କ ନାମ ବିବେକାନନ୍ଦ ରାଉତ । ସେ ରାଜ୍ୟ ଉଦ୍ଭିଦଉଦ୍ୟାନରେ ଅସ୍ଥାୟୀ କର୍ମଚାରୀ ଭାବେ କାର୍ଯ୍ୟ କରୁଥିଲେ । ଆଜି ସକାଳେ କାଞ୍ଜିଆ ହ୍ରଦରେ ଏକ ଡଙ୍ଗା ସାହାଯ୍ୟରେ ଯାଇ ପଦ୍ମ ଫୁଲ ତୋଳି ଥିଲେ । ପଦ୍ମ ନୋଟି ଓ ଦଳ ରେ ଡଙ୍ଗା ଛନ୍ଦି ହେବା ବେଳେ ପାଣି ଭିତରେ ଏପରି ଅଘଟଣ ଘଟିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.