Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କାମାକ୍ଷାନଗର : ସୁନ୍ଦରମୁଣ୍ଡି ଜଙ୍ଗଲରେ ଲାଗିଲା ନିଆଁ, ମୂଲ୍ୟବାନ ଗଛ ପୋଡି ପାଉଁଶ
  • ||
  • କୁଚିଣ୍ଡା : ଭଡାଘରେ ଚାଲିଥିଲା ସେକ୍ସ ରାକେଟ୍, ମହିଳା ସହ ୨ ଯୁବକଙ୍କୁ ଗିରଫ କଲା ପୋଲିସ
  • ||
  • ମୁନିଗୁଡା : ଆଶ୍ରମ ବିଦ୍ୟାଳୟ ହଷ୍ଟେଲରେ ୯ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ଅବହେଳା ଅଭିଯୋଗ ଆଣିଲେ ପରିବାର
  • ||
  • ଆର୍.ଉଦୟଗିରି : ଉପକାରାଗାରରୁ ୨ ବିଚାରାଧୀନ କଏଦୀ ଫେରାର, ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ଜେଲ୍‌ରେ ଥିଲେ
  • ||
  • ଚୌଦ୍ବାର : ଚାରବାଟିଆ ଏଆରସିରେ ପୁଣି ଅଗ୍ନିକାଣ୍ଡ, ନିଆଁ ଲିଭା କାର୍ଯ୍ୟରେ ଲାଗିଛି ୬ଟି ଦମକଳ ଗାଡି
  • ||
  • ଭୁବନେଶ୍ବର : ମାର୍ଚ୍ଚ ପହିଲାରୁ ବରିଷ୍ଠ ନାଗରିକଙ୍କୁ ଟିକା, ୧୨ଟି ସରକାରୀ ଓ ୧୦ଟି ଘରୋଇ ହସ୍ପିଟାଲରେ ଟିକାଦାନ
  • ||
  • ସମ୍ବଲପୁର : ଭିସୁଟ୍‌ର ୨୫ ଛାତ୍ରଛାତ୍ରୀ କରୋନା ଆକ୍ରାନ୍ତ, ସସପେଣ୍ଡ ହେଲା ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ କ୍ଲାସ୍
  • ||
  • ନୀଳଗିରି : ଛିଣ୍ଡି ପଡିଲା ୧୧କେଭି ବିଦ୍ୟୁତ୍ ତାର, ଅଳ୍ପକେ ବର୍ତିଲେ ଗ୍ରାମବାସୀ
  • ||
  • ଭୁବନେଶ୍ବର : ମାର୍ଚ୍ଚ ପହିଲାରୁ ବରିଷ୍ଠ ନାଗରିକଙ୍କୁ ଟିକା, ୧୨ଟି ସରକାରୀ ଓ ୧୦ଟି ଘରୋଇ ହସ୍ପିଟାଲରେ ଟିକାଦାନ
  • ||
  • ଋଷିକୁଲ୍ୟା ନଦୀପଠାରୁ ଆନ୍ଧ୍ରକୁ ବାଲି ଚାଲାଣ ଘଟଣା : ୭ଟି ବାଲି ବୋଝେଇ ଟ୍ରକ୍ ଜବତ କଲା ପୋଲିସ
  • ||

ସ୍ଥପତି ସୁଦର୍ଶନ ସାହୁଙ୍କୁ ପଦ୍ମ ବିଭୂଷଣ ସମ୍ମାନ, ସମାଜ ସେବା ପାଇଁ ଶାନ୍ତି ଦେବୀଙ୍କ ସହ କଳା-ଶିକ୍ଷା ଓ ଚିକିତ୍ସା ସେବା ପାଇଁ ପଦ୍ମଶ୍ରୀ ପାଇବେ ୪ ଓଡିଆ

25/01/2021 at 9:41 PM

ଭୁବନେଶ୍ଵର ୨୫।୦୧: ୨୦୨୧ ପାଇଁ ଦେଶର ସର୍ବୋଚ୍ଚ ବେସାମରିକ ନାଗରିକ ସମ୍ମାନ ମଧ୍ୟରୁ ଏକ ପଦ୍ମ ପୁରସ୍କାର ଘୋଷଣା କରାଯାଇଛି। ଚଳିତ ଥର ୭ ଜଣ ପଦ୍ମ ବିଭୂଷଣରେ ସମ୍ମାନିତ ହେଉଛନ୍ତି। ସେହି ପରି ୧୦ ଜଣ ପଦ୍ମ ଭୁଷଣ ଏବଂ ୧୦୨ ଜଣ ପଦ୍ମଶ୍ରୀରେ ସମ୍ମାନିତ ହେବେ। ସାତ ଜଣ ପଦ୍ମ ବିଭୂଷଣ ପୁରସ୍କାରରେ ସମ୍ମାନିତ  ହେବାକୁ ଥିବା ବ୍ୟକ୍ତି ମଧ୍ୟରେ ଅଛନ୍ତି ଓଡିଶାର ଭାସ୍କର୍ଯ୍ୟ ଶିଳ୍ପୀ ସୁଦର୍ଶନ ସାହୁ। ସେହି ପରି ୫ ଜଣ ଓଡିଆଙ୍କୁ ମିଳିବ ପଦ୍ମଶ୍ରୀ ପୁରସ୍କାର।

ଭାସ୍କର୍ଯ୍ୟ ଶିଳ୍ପୀ ସୁଦର୍ଶନ ସାହୁ ପାଇବେ ପଦ୍ମ ବିଭୂଷଣ ପୁରସ୍କାର। ସେହି ପରି ସାହିତ୍ୟ ଓ ଶିକ୍ଷା ଲାଗି ରଜତ କୁମାର କର ଓ ନନ୍ଦ ପୃଷ୍ଟିଙ୍କୁକ ପଦ୍ମଶ୍ରୀ ମିଳିବ। ସମାଜ ସେବା ପାଇଁ ଶାନ୍ତି ଦେବୀ, କଳା ପାଇଁ ପୂର୍ଣ୍ଣମାସୀ ଜାନି  ଏବଂ ମେଡିସିନ ପାଇଁ ଡ. କୃଷ୍ଣ ମୋହନ ପାଟୀଙ୍କୁ ପଦ୍ମଶ୍ରୀ ପୁରସ୍କାର ମିଳିବ।

ପଥର ମୁନରେ ସୁନ୍ଦର କଳା କାରୁ କାର୍ଯ୍ୟ ତଥା କଳା ଭାସ୍କର୍ଯ୍ୟ  କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ  ସୁଦର୍ଶନ ସାହୁଙ୍କୁ ଚଳିତ ଥର ପଦ୍ମ ବିଭୂଷଣ ପରୁସ୍କାରରେ ସମ୍ମାନିତ ହେବେ। ଏହା ପୂର୍ବରୁ ୧୯୮୮ରେ ସେ ପଦ୍ମଶ୍ରୀରେ ସମ୍ମାନିତ ହୋଇଥିଲେ। ସେହି ପରି ସେ ୧୯୮୧ରେ ନ୍ୟାସନାଲ ଆଓ୍ଵାର୍ଡ ଏବଂ ୨୦୦୩ରେ ଶିଳ୍ପୀ ଗୁରୁ ଆଓ୍ଵାର୍ଡରେ ସମ୍ମାନିତ ହୋଇଥିଲେ। ସେ ୧୯୭୭ରେ ପୁରୀରେ ସୁଦର୍ଶନ କ୍ରାଫ୍ଟ୍‌ସ ମ୍ୟୁଜିୟମ ବିକଶିତ କରିଥିଲେ। ସେ ଓଡିଶା ସରକାରଙ୍କ ସାହାଯ୍ୟରେ ଭୁବନେଶ୍ଵରରେ ସୁଦର୍ଶନ ଆଟ୍ ଆଣ୍ଡ କ୍ରାଫ୍ଟ ଭିଲେଜ୍‌ ସ୍ଥାପନ କରିଥିଲେ। ଏଠାରେ ପଥର, କାଠ ଏବଂ ଫାଇବରରେ ପାରମ୍ପରିକ ଶୈଳୀରେ ମୂର୍ତ୍ତି ପାଇଁ ପ୍ରଶିକ୍ଷଣ ଦିଆଯାଏ।

ସୂଚନାଯୋଗ୍ୟ, ସାଧାରଣତନ୍ତ୍ର ଦିବସ ଅବସରରେ ପଦ୍ମ ପୁରସ୍କାର ଘୋଷଣା କରାଯାଇଛି। ଚଳିତ ଥର ପଦ୍ମ ବିଭୂଷଣରେ ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ଓ ବଲିଉଡର ପ୍ରଚ୍ଛଦପଟ୍ଟ ଗାୟକ ଏସପି ବାଲାସୁବ୍ରମଣ୍ୟମ(ମରଣୋତ୍ତର)ଙ୍କ ନାମ ମଧ୍ୟ ସାମିଲ। ଆସାମର ପ୍ରାକ୍ତନ ମୁଖ୍ୟମନ୍ତ୍ରୀ  ତରୁଣ ଗୋଗଇ(ମରଣୋତ୍ତର), ସୁମିତ୍ରା ମହାଜନଙ୍କୁ ପଦ୍ମ ଭୂଷଣରେ ସମ୍ମାନିତ କରାଯିବ।

   Related Posts