କରୋନାକୁ ହରାଇଲେ ୯୩ ବର୍ଷୀୟ ବୃଦ୍ଧ, ସୁସ୍ଥ ହୋଇ ଘରକୁ ଫେରିଲେ ପଦ୍ମଶ୍ରୀ ଜୁସ୍ତି ଗୁଲଜାର

Published By : Prameya-News7 Bureau | June 09, 2020 IST

ନୋଏଡ଼ା ୦୯।୦୬: ସାରାବିଶ୍ୱରେ ଏବେ କରୋନା ଭାଇରସ ନେଇ ଚିନ୍ତା ଘାରିଛି । ଅନୁମାନ ଅନୁଯାୟୀ କରୋନା ଭାଇରସରେ ସବୁଠାରୁ ଅଧିକ ଆକ୍ରାନ୍ତ ହୋଇ ବୟସ୍କ ଲୋକ ପ୍ରାଣ ହରାଉଛନ୍ତି । ଉତ୍ତରପ୍ରଦେଶର ନୋଏଡ଼ାସ୍ଥିତ ଜିମ୍ସ କୋଭିଡ ଡାକ୍ତରଖାନାରୁ ସୋମବାର ୪୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । କରୋନା ସହ ଲଢ଼େଇରେ ଜିତିଥିବା ଏହି ଯୋଦ୍ଧାମାନଙ୍କ ମଧ୍ୟରେ ଅଛନ୍ତି ୯୩ ବର୍ଷୀୟ ଜୁସ୍ତି ଗୁଲଜାର । ସାହିତ୍ୟ ସାଧନାରେ ନିଜ ବଳିଷ୍ଠତା ଯୋଗୁ ଜୁସ୍ତି ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି । ସେ ମାତ୍ର ୮ ଦିନ ତଳେ କରୋନା ପଜିଟିଭ ଚିହ୍ନଟ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ।

ନିଜର ଦୃଢ଼ ମନୋବଳ କାରଣରୁ ସେ ଏତେ ଶୀଘ୍ର କରୋନାକୁ ହରାଇବାରେ ସକ୍ଷମ ହୋଇଥିବା ତାଙ୍କର ଚିକିତ୍ସାରେ ନିୟୋଜିତ ଥିବା ଡାକ୍ତରମାନେ ପ୍ରକାଶ କରିଛନ୍ତି । ଜୁସ୍ତିଙ୍କର କରୋନା ଟେଷ୍ଟ ରିପୋର୍ଟ ଦୁଇ-ଦୁଇ ଥର ନେଗେଟିଭ ଆସିବା ପରେ ତାଙ୍କୁ ଡାକ୍ତରଖାନାରୁ ଡିସ୍‌ଚାର୍ଜ କରାଯାଇଛି । ଡାକ୍ତରଖାନାର ସମସ୍ତ କର୍ମଚାରୀ ତାଳି ବଜାଇ ତାଙ୍କୁ ବିଦାୟ ସମ୍ବର୍ଦ୍ଧନା ଦେଇଥିଲେ । ସେ ଏବେ ୧୪ ଦିନ ପର୍ଯ୍ୟନ୍ତ ନିଜ ଘରେ ହୋମ କ୍ୱାରେଣ୍ଟାଇନରେ ରହିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.