ପଦ୍ମ ପୁରସ୍କାର ପାଇଁ ମନୋନୀତ ଧାନ ଗବେଷିକା କମଳା ପୂଜାରୀ ଅସୁସ୍ଥ

Published By : Prameya-News7 Bureau | January 26, 2019 IST

ଜୟପୁର ୨୬|୧: ପଦ୍ମ ପୁରସ୍କାର ପାଇଁ ମନୋନୀତ ଧାନ ଗବେଷିକା କମଳା ପୂଜାରୀଙ୍କ ଅବସ୍ଥା ଗୁରୁତର । ଗତକାଲିଠୁ ଅସୁସ୍ଥ ହୋଇ କମଳା ଜୟପୁର ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ତାଙ୍କ ଚିକିତ୍ସା ପାଇଁ ୪ ଜଣିଆ ଟିମ୍ ଗଠନ ହୋଇଛି । ଯୁବ ଓ କ୍ରୀଡା ବ୍ୟାପାର ମନ୍ତ୍ରୀ ଚନ୍ଦ୍ର ସାରଥୀ ବେହେରା କମଳାଙ୍କୁ ଦେଖିବାକୁ ଜୟପୁର ଯିବେ ବୋଲି ସୂଚନା ମିଳିଛି । କମଳା ଏବେ ରାଜ୍ୟ ଯୋଜନା ବୋର୍ଡର ସଦସ୍ୟା ଅଛନ୍ତି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.