Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜଧାନୀ ଦିଲ୍ଲୀରେ ‘ଓମିକ୍ରନ’ ଆତଙ୍କ ! ବିଦେଶ ଫେରନ୍ତା ୧୨ ରୋଗୀ LNJPରେ ଭର୍ତ୍ତି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୩୯୧ ମୃତ
  • ||
  • ଓ୍ୱାଙ୍ଖଡେ ଟେଷ୍ଟରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ : ଫେରିଲେ ବିରାଟ, ଦେଖିବାକୁ ମିଳିବ ରୋମାଞ୍ଚକର ଫାଇଟ୍
  • ||
  • ପାଟଣା ରେଞ୍ଜରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ପାଚିଲା ଧାନ
  • ||
  • ଓଡିଶାରେ ବିରଳ ଘଟଣା : ଯୁବକଙ୍କ ପେଟରୁ ବାହାରିଲା ଭ୍ରୂଣ, ୫ ଘଣ୍ଟାର ଅପରେସନ ପରେ ବାହାର କଲେ ଡାକ୍ତର
  • ||
  • ଚିନ୍ତା ବଢାଇଲା ଓମିକ୍ରନ, ଦକ୍ଷିଣ ଆଫ୍ରିକାରେ ଲକଡାଉନ୍: ଭାରତରେ ମଧ୍ୟ ସ୍ଥିତି ସାଂଘାତିକ
  • ||
  • ଓଡିଶାରେ ଘସି ହୋଇଯିବ ଜଓ୍ୱାଦ ! ଉପକୂଳରେ ପ୍ରବଳ ବର୍ଷା, ୯୦ କିମି ବେଗରେ ବହିବ ପବନ
  • ||
  • ଚୋରା କାରବାରରେ ନାବାଳକ : ନବମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ ମିଳିଲା ୨ କେଜି ଅଫିମ
  • ||

କିଏ ବୁଝିବ ପଦ୍ମାଙ୍କ ଦୁଃଖ ? ଆଙ୍ଗୁଠି ଅକାମୀ ପାଇଁ ହୋଇପାରୁନି ଆଧାର କାର୍ଡ, ସବୁଠି ସହାୟତା ମାଗି ନିରାଶ

21/12/2019 at 10:52 AM

ଭୁବନେଶ୍ବର ୨୧।୧୨: ସେ ଦିବ୍ୟାଙ୍ଗ । ହାତରେ ଆଙ୍ଗୁଠି ଥିଲେ ବି ସେ ସବୁ କାମ କରୁନି । ବାରମ୍ବାର ବିଭିନ୍ନ ସ୍ଥାନକୁ ଦୌଡି ଦୌଡି ନୟାନ୍ତ ହେଲେଣି କିନ୍ତୁ ଆଧାର କାର୍ଡ ଖଣ୍ଡେ ହୋଇ ପାରୁନି । କାରଣ ବାୟୋମେଟ୍ରିକ୍ ଡିଭାଇସରେ ଆଙ୍ଗୁଠି ଛାପ ଆସି ପାରୁନି ।  ସବୁ ସରକାରୀ ଯୋଜନାରୁ ବଞ୍ଚିତ ଜୟପୁର ବାର୍ଲାହାଣ୍ଡିର ପଦ୍ମା ବିଶୋଇ । ପଢନ୍ତୁ ନ୍ୟୁଜ୍ ୭ର Exclusive ରିପୋର୍ଟ ।

ଆଉ ବାଟମାରଣା ହେବନି ସରକାରୀ ଯୋଜନା କି ଦଲାଲ ଏଥିରୁ ଫାଇଦା ଉଠାଇ ପାରିବେନି । କାରଣ ସବୁ ସରକାରୀ ଯୋଜନା ଏବେ ଆଧାର କାର୍ଡ ସହ ସଂଯୋଗ ହେଉଛି । ହେଲେ ଦୁଃଖର କଥା ଏହି ଆଧାର କାର୍ଡ ଏବେ ଜୟପୁର ବାର୍ଲାହାଣ୍ଡିର ପଦ୍ମା ବିଶୋଇଙ୍କ ପାଇଁ ଆଣିଦେଇଛି ନାନା ସମସ୍ୟା ।

ପଦ୍ମାଙ୍କ ବୟସ ପାଖାପାଖି ୧୫ବର୍ଷ । ଉଭୟ ହାତ ଓ ଗୋଡ ଠିକରେ କାମ କରୁନଥିବା ବେଳେ ଆଙ୍ଗୁଠି ଥାଇ ବି ଏସବୁ ଅଚଳ । ବାୟୋମେଟ୍ରିକ୍ ଡିଭାଇସରେ ଆଙ୍ଗୁଠି ଛାପ ରିଜେକ୍ଟ ହୋଇ ଯାଉଥିବାରୁ  ଆଧାର କାର୍ଡ ତିଆରି ହୋଇପାରୁନି ।

ଫଳରେ ପଦ୍ମାଙ୍କ ନା ବ୍ୟାଙ୍କରେ ଆକାଉଣ୍ଟ ଖୋଲା ହୋଇପାରୁଛି ନା ରାସନ କାର୍ଡ ମିଳିପାରୁଛି । ଦିବ୍ୟାଙ୍ଗ ଭତ୍ତା ବାବଦକୁ ୭୦୦ଟଙ୍କା ଛାଡିଦେଲେ ଆଉ ସବୁ ସରକାରୀ ଯୋଜନାରୁ ଏବେ ସେ ବଞ୍ଚିତ ।

ଜନ୍ମରୁ ପଦ୍ମା ଦିବ୍ୟାଙ୍ଗ ଥିଲେ ବି ହାରି ନଥିଲେ । ମା’ଙ୍କ ସହାୟତାରେ ପଞ୍ଚମ ଯାଏଁ ପାଠ ପଢିଛନ୍ତି । ପରିବାରରେ ବାପା-ମା’ଙ୍କ ସହ ୬ ଭାଇ ଭଉଣୀ । ସ୍ଥାୟୀ ରୋଜଗାର କିଛି ନଥିବା ବେଳେ ପଦ୍ମାଙ୍କ ଯନ୍ତ୍ରଣା ପରିବାରକୁ କଲବଲ କରୁଛି ।

ଭଙ୍ଗା କୁଡିଆ ତଳେ ଚା ଦୋକାନ କରି ଯାହା ରୋଜଗାର କରନ୍ତି ତାହା ସମୁଦ୍ରକୁ ଶଙ୍ଖେ । ତେଣୁ ବିନା ଆଧାର କାର୍ଡରେ ପଦ୍ମାକୁ ସମସ୍ତ ସରକାରୀ ଯୋଜନା ଯୋଗାଇ ଦେବାକୁ ଦାବି ହୋଇଛି ।

   Related Posts