ନଭେମ୍ବର ୨୦୧୭ ! ଅଚାନକ ଦ୍ୱିତୀୟ କୋଣାର୍କକୁ ନେଇ ସାରା ଦେଶରେ ଆରମ୍ଭ ହୋଇଥିଲା ଚର୍ଚ୍ଚା। ପ୍ରଖ୍ୟାତ ଓଡ଼ିଆ ସ୍ଥପତି ଦ୍ୱିତୀୟ ସୂର୍ଯ୍ୟମନ୍ଦିର ନିର୍ମାଣ କରିବେ ବୋଲି ଘୋଷଣା କରିବା ସାରା ଦେଶରେ ଚର୍ଚ୍ଚିତ ହୋଇଥିଲା। ଏପରି ଦୁର୍ବାର ସ୍ୱପ୍ନ ଦେଖିଥିବା ସ୍ଥପତି ଅନ୍ୟ କେହି ନଥିଲେ ପଦ୍ମ ବିଭୂଷଣ ରଘୁନାଥ ମହାପାତ୍ର । ତ୍ରୟୋଦଶ ଶତାବ୍ଦୀରେ ନିର୍ମିତ କୋଣାର୍କ ମୂଳ ସୂର୍ଯ୍ୟମନ୍ଦିରର ସ୍ଥାପତ୍ୟ ଓ କଳାନୈପୁଣ୍ୟରେ ପୁଣି ବିଶ୍ୱକୁ ଉଦଭାଷିତ କରିବା ଥିଲା ତାଙ୍କର ଅସଲ ଉଦ୍ଦେଶ୍ୟ। ହେଲେ କୋଣାର୍କ ପରି ତାଙ୍କ ଦ୍ୱିତୀୟ କଣାର୍କର ସ୍ୱପ୍ନ ମଧ୍ୟ ଅଧୁରା ରହିଗଲା। କୋଭିଡ-୧୯ରେ ଆକ୍ରାନ୍ତ ୭୮ ବର୍ଷ ବୟସ୍କ ସ୍ଥପତି ରବିବାର ଭୁବନେଶ୍ୱରସ୍ଥିତ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମସ୍)ରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଯାହା ରାଜ୍ୟର ଶିଳ୍ପୀକୂଳକୁ ଏକ ଶକ୍ତ ଧକ୍କା ସାବ୍ୟସ୍ତ ହୋଇଛି।
{"id":450420,"width":839,"height":447,"sizeSlug":"large","linkDestination":"none"}୨୪ ମାର୍ଚ୍ଚ ୧୯୪୩ ପୁରୀ ପଥୁରିଆ ସାହିରେ ସ୍ଥପତି ଦାମୋଦର ମହାପାତ୍ର ଓ ଶକୁନ୍ତଳା ମହାପାତ୍ରଙ୍କ କୋଳ ମଣ୍ଡନ କରିଥିଲେଏହି ଜନ୍ମଜାତ ସ୍ଥପତି। ଶ୍ରଦ୍ଧାରେ ପିତାମାତା ନାମ ରଖିଥିଲେ ରଘୁନାଥ। ଯାହାଙ୍କୁ ସାରା ବିଶ୍ୱ ଆଜି ବିଶିଷ୍ଟ ସ୍ଥପତି ରଘୁନାଥ ମହାପାତ୍ର ଭାବେ ଜାଣିଛି। ତୁଳସୀ ଦୁଇ ପତ୍ରରୁ ବାସେ ଉକ୍ତିଟି ପରି ଖୁବ୍ କମ୍ ବୟସରୁ ନିହାଣ ମୁନରେ ପଥରକୁ ରୂପ ଦେବାରେ ଲାଗିଲେ। କଳାରେ ବିଭୋର ସ୍ଥପତିଙ୍କ ପ୍ରାଥମିକ ଶିକ୍ଷା ମଧ୍ୟ ସମାପ୍ତ ହୋଇପାରିନଥିଲା। ପଥରରେ ଜୀବନ ଫୁଙ୍କିବାରେ ପାଲଟିଥିଲେ ଓସ୍ତାଦ। ମାତ୍ର ୨୨ ବର୍ଷ ବୟସରେ ୧୯୬୪ ମସିହାରେ ତାଙ୍କୁ ରାଷ୍ଟ୍ରୀୟ ସ୍ଥାପତ୍ୟ କଳା ସମ୍ମାନରେ ସମ୍ମାନୀତ କରାଯାଇଥିଲା। ଆଉ ପଛକୁ ଫେରି ଚାହିଁବାକୁ ରଘୁନାଥଙ୍କୁ ଫୁରସତ ମିଳି ନଥିଲା।
{"id":450422,"width":835,"height":626,"sizeSlug":"large","linkDestination":"none"}ଅନନ୍ୟ କଳା ପ୍ରତିଭା ଲାଗି ୧୯୭୬ ମସିହାରେ ତାଙ୍କୁ ଭାରତ ସରକାର ପ୍ରଥମ ଥର ଶୀର୍ଷ ନାଗରିକ ସମ୍ମାନ ‘ପଦ୍ମଶ୍ରୀ’ରେ ସମ୍ବର୍ଦ୍ଧିତ କରିଥିଲେ। ୨୦୦୧ ମସିହାରେ ତାଙ୍କୁ ପଦ୍ମ ଭୂଷଣ ଓ ୨୦୧୩ ମସିହାରେ ପଦ୍ମପୁରସ୍କାରର ଶୀର୍ଷ ସମ୍ମାନ ପଦ୍ମ ବିଭୂଷଣରେ ରାଷ୍ଟ୍ରପତି ରଘୁନାଥଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ପଦ୍ମସମ୍ମାନର ୩ଟି ଜାକ ପୁରସ୍କାରରେ ସମ୍ବର୍ଦ୍ଧିତ ହେବାରେ ରଘୁନାଥ ମହାପାତ୍ର ଥିଲେ ସୀତାକାନ୍ତ ମହାପାତ୍ର ଓ ଗୁରୁ କେଳୁଚରଣ ମହାପାତ୍ରଙ୍କ ପରେ ତୃତୀୟ ଓଡ଼ିଆ। ଭାରତର ରାଷ୍ଟ୍ରପତିଙ୍କ ଦ୍ୱାରା ୨୦୧୮ ମସିହାରେ ରାଜ୍ୟସଭାକୁ ନାମିତ ୪ ଜଣବ୍ୟକ୍ତିତ୍ୱଙ୍କ ମଧ୍ୟରେ ଅନ୍ୟତମ ଥିଲେ ରଘୁନାଥ।
{"id":450423,"sizeSlug":"large","linkDestination":"none"}ରଘୁନାଥ ମହାପାତ୍ର କେବଳ ପଥରର ଯାଦୁକର ନଥିଲେ, ମନ୍ଦିରମାନଙ୍କର ବାସ୍ତୁକଳାରେ ପାରମ୍ପରିକ ମୂର୍ତ୍ତି କଳାରେ ଥିଲା ତାଙ୍କର ଅଗାଧ ଜ୍ଞାନ ଓ ଅଭିଜ୍ଞତା ତାଙ୍କୁ ପଥର କାରୁକାର୍ଯ୍ୟ ଲାଗି ପ୍ରାଧିକୃତ କରିଥିଲା। ତାଙ୍କର ସର୍ବଶ୍ରେଷ୍ଠ କୃତି ମଧ୍ୟରେ ଦିଲ୍ଲୀ ସଂସଦ ଭବନ ସେଣ୍ଟ୍ରାଲ ହଲରେ ସ୍ଥାପିତ ୬ ଫୁଟ ଉଚ୍ଚତାର ସ୍ୟାଣ୍ଡ ଷ୍ଟୋନରେ ନିର୍ମିତ ସୂର୍ଯ୍ୟଙ୍କ ମୂର୍ତ୍ତି, ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଢୋଲପୁରୀ ପଥରରେ ନିର୍ମିତ ଦୀପ, କୋଲକାତା ପାର୍କ ଷ୍ଟ୍ରିଟ୍ ସାଜ ସଜ୍ଜାରେ କେନ୍ଦ୍ରୀୟ ସର୍କଲ ଓ ସ୍ତମ୍ବ, ହରିୟାଣା ସୂରଜ କୁଣ୍ଡରେ ଲାଲ ବଲୁଆ ପଥରରେ ନିର୍ମିତ ୧୫ ଫୁଟ ଉଚ୍ଚର ମୁକ୍ତେଶ୍ୱର ଦ୍ୱାର ଅନ୍ୟତମ।
{"id":450424,"width":835,"height":563,"sizeSlug":"large","linkDestination":"none"}କେବଳ ଦେଶରେ ନୁହେଁ ବିଦେଶରେ ମଧ୍ୟ ତାଙ୍କ ନିର୍ମିତ କଳାକୃତି ପର୍ଯ୍ୟଟକଙ୍କ ଧ୍ୟାନ ସର୍ବଦା ଆକର୍ଷିତ କରିଆସିଛି। ଏଥିରେ ପ୍ୟାରିସ ବୁଦ୍ଧ ମନ୍ଦିରରେ ତାଙ୍କ ହାତ ତିଆରି ବୃଦ୍ଧଙ୍କ କାଷ୍ଠ ମୂର୍ତ୍ତି ତାଙ୍କୁ ସ୍ଥାପତ୍ୟ କଳାରେ ଅମର କରିଛି। ରଘୁନାଥ ତାଙ୍କ ଜନ୍ମସ୍ଥାନ ପୁରୀରେ ବିଶ୍ୱପ୍ରଶିଦ୍ଧ ଜଗନ୍ନାଥ ମନ୍ଦିର ସଂରକ୍ଷଣ ଦିଗରେ ମଧ୍ୟ ଅନେକ କାର୍ଯ୍ୟ କରିଛନ୍ତି। କେବଳ ସ୍ଥାପତ୍ୟ କଳା ନୁହେଁ ରଘୁନାଥଙ୍କୁ ୧୯୬୩ ମସିହାରେ ଓଡି଼ଶା ସରକାର ତାଙ୍କୁ ହସ୍ତଶିଳ୍ପ ପ୍ରଶିକ୍ଷଣ ଓ ଡିଜାଇନିଂ କେନ୍ଦ୍ରର ବରିଷ୍ଠ ପ୍ରଶିକ୍ଷକ ଓ ଅଧିକ୍ଷକ ଭାବେ ନିଯୁକ୍ତ କରିଥିଲେ। ଯେଉଁ ପଦକୁ ସେ ରାଜ୍ୟର ସ୍ଥାପତ୍ୟ କଳା ବିକାଶରେ ଉପଯୋଗ କରିଥିଲେ।
{"id":450425,"sizeSlug":"large","linkDestination":"none"}୨୦୦୦ ମସିହାରେ ରଘୁନାଥ ମହାପାତ୍ରଙ୍କୁ ଭାରତ ସରକାରଙ୍କ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ସାଂସ୍କୃତିକ ପରିଷଦ ସଦସ୍ୟ ଭାବେ ମନୋନୀତ କରିଥିଲେ। ସେ ଲଳିତ କଳା ଏକାଡେମୀ ର ସଦସ୍ୟ ଓ ଅଖିଳ ଭାରତୀୟ ବିଶ୍ୱକର୍ମା ମହାସଂଘର ସଭାପତି ମଧ୍ୟ ଅବସ୍ଥାପିତ ଥିଲେ। ମହାପାତ୍ର ପାଇଥିବା ସମ୍ମାନ ଓ ପୁରସ୍କାର ତାଙ୍କର କଳା ଓ ସଂସ୍କୃତି କ୍ଷେତ୍ରରେ ଅବିରତ ପ୍ରତିବଦ୍ଧତା ଲାଗି ସାମାନ୍ୟ ସ୍ୱୀକୃତି ବୋଲି କୁହାଯାଇପାରେ। ତାଙ୍କର ଅସମୟ ବିୟୋଗ ରାଜ୍ୟର ଶିଲୀକୂଳଙ୍କୁ ବ୍ୟଥିତ କରିଛି।