Sunday, September 15, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବକ୍ସିଂ କୁଇନ୍ ମେରି କମ୍ ପାଇବେ ପଦ୍ମ ବିଭୂଷଣ : ପଦ୍ମ ଭୂଷଣ ପାଇଁ ପି.ଭି ସିନ୍ଧୁଙ୍କ ନାଁ ମନୋନୀତ

ନୂଆଦିଲ୍ଲୀ ୧୨/୯: ୬ଥର ଓ୍ବାଲର୍ଡ଼ ଚ୍ୟାମ୍ପିଅନ୍ ମହିଳା ବକ୍ସର ଏମସି ମେରି କମଙ୍କୁ ପଦ୍ବ ଭୂଷଣ ପାଇଁ ନାମିତ କରାଯାଇଛି। ସେ ପଦ୍ମ ବିଭୂଷଣ ସମ୍ମାନ ପାଉଥିବା ଭାରତର ପ୍ରଥମ ମହିଳା ଆଥଲେଟ୍। ମ୍ୟାରିକମଙ୍କୁ ୨୦୦୬ମସିହାରେ ପଦ୍ମଶ୍ରୀ ଏବଂ ୨୦୧୩ମସିହାରେ ପଦ୍ମ ଭୂଷଣରେ ସମ୍ମାନିତ କରାଯାଇଥିଲା।

ସେହିପରି ବ୍ୟାଡମିଣ୍ଟନ୍ ଖେଳାଳି ପି.ଭି ସିନ୍ଧୁଙ୍କୁ ପଦ୍ମ ଭୂଷଣ ପାଇଁ ମନୋନୀତ କରାଯାଇଛି। ସିନ୍ଧୁ ଚଳିତ ବର୍ଷ ବିଡବଲ୍ୟୁ ଓ୍ବାଲର୍ଡ଼ ଚାମ୍ପିଅନଶିପରେ ସ୍ବର୍ଣ୍ଣ ପଦକ ନିଜ ନାଁରେ କରିଥିଲେ। ସେ ଏହି ଟୁର୍ଣ୍ଣାମେଣ୍ଟ ଜିତି ଥିବା ପ୍ରଥମ ଭାରତୀୟା। ହାଇଦ୍ରାବଦର ୨୪ବର୍ଷ ବୟସ୍କା ସିନ୍ଧୁଙ୍କୁ ୨୦୧୫ମସିହାରେ ପଦ୍ମଶ୍ରୀରେ ସମ୍ମାନିତ କରାଯାଇଥିଲା।

42 Views

   ସମ୍ବନ୍ଧିତ ଖବର