ଘୋଷଣା ହେଲା 'ପଦ୍ମ ପୁରସ୍କାର', 'ପଦ୍ମଶ୍ରୀ' ପାଇବେ ୮ ଓଡିଆ, ଏହି ବ୍ୟକ୍ତିତ୍ୱମାନେବି ହେବେ ସମ୍ବର୍ଦ୍ଧିତ

Published By : Prameya-News7 Bureau | January 25, 2020 IST

ନୂଆଦିଲ୍ଲୀ ୨୫।୧:  ଗଣତନ୍ତ୍ର ଦିବସ ଅବସରରେ ପ୍ରଦାନ କରାଯାଉଥିବା 'ପଦ୍ମ ସମ୍ମାନ' ଶନିବାର ଘୋଷଣା ହୋଇଛି। ଏହି ସର୍ବୋଚ୍ଚ ନାଗରିକ ସମ୍ମାନ ଲାଗି ଚଳିତବର୍ଷ୧୪୧ ଜଣଙ୍କୁ ମନୋନୀତ କରାଯାଇଛି। ଏମାନଙ୍କ ମଧ୍ୟରୁ ୭ ଜଣଙ୍କୁ 'ପଦ୍ମ ବିଭୂଷଣ' ଲାଗି ମନୋନୀତ କରାଯାଇଥିବା ବେଳେ ୧୬ଜଣଙ୍କୁ 'ପଦ୍ମଭୂଷଣ' ଓ ବାକି ୧୧୮ ଜଣଙ୍କୁ 'ପଦ୍ମଶ୍ରୀ' ସମ୍ମାନ ଲାଗି ମନୋନୀତ କରାଯାଇଛି। ପଦ୍ମଶ୍ରୀ ସମ୍ମାନ ଲାଗି ମନୋନୀତ ଲୋକଙ୍କ ମଧ୍ୟରେ ୮ ଜଣ ଓଡିଆ ଥିବା ଜଣାପଡିଛି। ତେବେ ଭୋପାଳ ଗ୍ୟାସ୍ ଦୁର୍ଘଟଣା କାର୍ଯ୍ୟକର୍ତ୍ତା ଅବଦୁଲ ଜବାରଙ୍କୁ ମରଣୋପରାନ୍ତ ସମ୍ବର୍ଦ୍ଧିତ କରାଯିବ ।

{"id":216008,"sizeSlug":"large"}

୭ଜଣଙ୍କୁ ମିଳିବ ପଦ୍ମ ବିଭୂଷଣ
ଚଳିତବର୍ଷ ପଦ୍ମ ବିଭୂଷଣ ସମ୍ମାନ ଲାଗି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ବିଜେପିନେତା ଜର୍ଜ ଫର୍ଣ୍ଣାଣ୍ଡିଜ, ଅରୁଣ ଜେଟଲୀ, ସୁଷମା ସ୍ୱରାଜଙ୍କୁ ମନୋନୀତ କରାଯାଇଥିବା ବେଳେ ମରଣୋପରାନ୍ତ ସମ୍ବର୍ଦ୍ଧିତ କରାଯିବ। ସେହିପରି ଆନେରୁଡ ଜୁଗ୍ନୋଥ ଜି.ସି.ଏସ.କେ, ଏମ.ସି ମ୍ୟାରିକମ, ଛାନୁଲାଲ ମିଶ୍ର ପଦ୍ମବିଭୂଷଣରେ ସମ୍ବର୍ଦ୍ଧିତ ହେବେ। ସେହିପରି ଉଡୁପିର ବିଶ୍ୱବେଶ ତୀର୍ଥ ସ୍ୱାମୀଜୀଙ୍କୁ ମରଣୋପରାନ୍ତ ସମ୍ବର୍ଦ୍ଧିତ କରାଯିବ ବୋଲି ଜଣାପଡିଛି।

{"id":216010,"width":576,"height":429,"sizeSlug":"large"}

୧୬ଜଣ ପାଇବେ ପଦ୍ମଭୂଷଣ
ସେହିପରି ପଦ୍ମ ଭୂଷଣ ଲାଗି ଯେଉଁମାନଙ୍କୁ ମନୋନୀତ କରାଯାଇଛି ସେମାନଙ୍କ ମଧ୍ୟରେ ଏମ.ମମତାଜ ଅଲ୍ଲୀ, ସୟଦ ମୁଜମ୍ମିଲ ଅଲ୍ଲୀ, ମୁଜାଫର ହୁସେନ ବେଗ୍, ଅଜୟ ଚକ୍ରବର୍ତ୍ତି, ମନୋଜ ଦାସ, ବାଲକୃଷ୍ଣ ଦୋଷୀ, କ୍ରିଷ୍ଣମଲ ଜଗନ୍ନାଥ, ଏସ.ସି ଜମିର, ଅନିଲ ପ୍ରକାଶ ଯୋଶୀ, ଟି.ସେରିଙ୍ଗ ଲାଣ୍ଡୋଲ, ଆନନ୍ଦ ମହିନ୍ଦ୍ରା, ଏନ.ଆର.ଏମ. ମେନନ୍, ମୋହନ ଗୋପାଲକୃଷ୍ଣ ପାରିକର, ଜଗଦୀଶ ସେଠ, ପି.ଭି. ସିନ୍ଧୁ ଓ ବେଣୁ ଶ୍ରୀନିବାସନ

{"id":216011,"sizeSlug":"large"}

୮ ଓଡିଆ  ପାଇବେ ପଦ୍ମଶ୍ରୀ
ଚଳିତବର୍ଷ ଓଡିଶାରୁ ୮ ଜଣ ପଦ୍ମଶ୍ରୀ ସମ୍ମାନ ପାଇବା ଲାଗି ମନୋନୀତ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ଶିକ୍ଷା ଓ ସାହିତ୍ୟ ଲାଗି ଦମୟନ୍ତୀ ବେଶ୍ରା, ବିଣାପାଣୀ ମହାନ୍ତି, କଳା ଲାଗି ଉତ୍ସବ ଚରଣ ଦାସ, ମିତ୍ରଭାନୁ ଗୌନ୍ତିଆ, ମନମୋହନ ମହାପାତ୍ର ଓ ବଟ କୃଷ୍ଣ ସାହୁଙ୍କୁ ପଦ୍ମଶ୍ରୀ ମିଳିବାକୁ ଥିବା ବେଳେ  ଜୈବିକ କୃଷି ନିମନ୍ତେ ଅବଦାନ ଲାଗି  ରାଧାମୋହନ ଓ ସାବରମତି ଏହି ସମ୍ମାନର ସମ୍ମାନିତ ହେବେ।

{"id":216012,"width":575,"height":621,"sizeSlug":"large"}
{"id":216013,"width":564,"height":627,"sizeSlug":"large"}

  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.