ବ୍ଲକ୍ ଅଫିସ ପଛରେ ପଡିଛି ହିତାଧିକାରୀଙ୍କ ଆବେଦନ ପତ୍ର

Published By : Prameya-News7 Bureau | July 16, 2020 IST

ଚିଲିକା ୧୬।୦୭ ଚିଲିକା ବ୍ଲକରେ ଘଟିଛି ଆଭାବନୀୟ ଘଟଣା । ବ୍ଲକ ଅଫିସ ପଛରେ ପଡିଛି ହିତାଧିକାରୀଙ୍କ ଆବେଦନ ପତ୍ର । ପ୍ରଧାନମନ୍ତ୍ରୀ ଆବାସ ପାଇଁ ଯୋଗ୍ୟ ହିତାଧିକାରୀମାନେ ଖଣ୍ଡିଏ ପକ୍କା ଘର ପାଇଁ ବ୍ଲକ ଅଫିସରେ ଆବେଦନ କରିଥିଲେ । ସେମାନେ ଏହି ଦରଖାସ୍ତକୁ ବ୍ଲକ ଅଫିସରେ ଥିବା ଏକ ବକ୍ସରେ ପକାଇଥିଲେ । ହେଲେ ଏବେ ଏହି ଆବେଦନ ପତ୍ର ଗୁଡିକ ଯାଞ୍ଚ ନ କରି ବ୍ଲକ ଅଫିସ ପଛରେ ଫିଙ୍ଗ ଦେଇଥିବାବେଳେ ଆଉ କିଛି ଆବେଦନ ପତ୍ରକୁ ପୋଡି ଦେଇଛନ୍ତି । କାରଣ ଏମାନଙ୍କୁ ପକ୍କା ଘର ଯୋଗାଇବାକୁ ବାରମ୍ଭାର ଦାବି କରିବା ପରେ ଏମାନଙ୍କ ଠାରୁ ଦରଖାସ୍ତ ଆହ୍ବାନ କରାଯାଇଥିଲା । ଏହାକୁ ନେଇ ବିଜେପି ସରକାରଙ୍କୁ ଘେରିଛି ।

{"id":301033,"sizeSlug":"large"}

ଗରିବଲୋକଙ୍କ ଦରଖାସ୍ତକୁ କେଉଁ ଅଫିସର ପିଙ୍ଗିଛନ୍ତି ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟନୁଷ୍ଠାନ ନେବାକୁ ଦାବି କରିଛନ୍ତି ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ । ଏପଟେ ଚିଲିକାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କୌଣସି ଅନିୟମିତତା ହୋଇନି । ବାରମ୍ବାର ଯାଞ୍ଜ ପରେ ତାଲିକା ହୋଇଥିଲା । ତଥାପି ଆହୁରା କିଛି ହିତାଧିକାରି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବଞ୍ଚିତ ହୋଇଥିବ ଖବର ଆସିବା ପରେ ଦରଖାସ୍ତ ଆହ୍ବାନ କରାଯାଇଥିଲା । କେହି ଅଫିସର ଯଦି ଏହି ଦରଖାସ୍ତକୁ ଫିଙ୍ଗିଥାନ୍ତି ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଚିଲିକା ବିଧାୟ ପ୍ରଶାନ୍ତ ଜଗଦ୍ଦେବ ।..

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.