ମାଛକୁଣ୍ଡ ଜଳ ବିଦ୍ୟୁତ୍ ପ୍ରକଳ୍ପ କାର୍ଯ୍ୟାଳୟ ଏବଂ ପ୍ରକଳ୍ପ ମେଡିକାଲରେ ପଡ଼ିଛି ତାଲା...

Published By : Prameya-News7 Bureau | February 25, 2020 IST

ମାଲକାନଗିରି୨୫/୨: ମାଛକୁଣ୍ଡ ଜଳ ବିଦ୍ୟୁତ୍ ପ୍ରକଳ୍ପ କାର୍ଯ୍ୟାଳୟ ଏବଂ ପ୍ରକଳ୍ପ ମେଡିକାଲରେ ତାଲା । ମାଲକାନାଗିରି ଜିଲ୍ଲା ଖଇରାପୁଟ ବ୍ଳକର ୪ଟି ଏବଂ କେ।ରାପୁଟ ଜିଲ୍ଲା ଳମତାପୁଟ ବ୍ଳକରେ ୩ଟି ପଞ୍ଚାୟତ ସ୍ୱାସ୍ଥ୍ୟ ସେବାରୁ ବଞ୍ଚିତ ହୋଇଥିବା ଅଭିଯେ।ଗରେ ତାଲା ପକାଇଛନ୍ତି ଅଞ୍ଚଳବାସୀ ।

ଲମତାପୁଟ ବ୍ଲକର ବାଦିଗଡ,ଚିକେନପୁଟ ଓ ଅନକାଡେଲି ଏବଂ ସୀମାନ୍ତ ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକର ବଡଡୁରାଲ,ମାଡକାପଦର,ମୁଦୁଲିପଡା ଓ ଅଣ୍ଡ୍ରାହାଲ ପଞ୍ଚାୟତବାସୀ ଅନାକାଡେଲି ପ୍ରକଳ୍ପ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ନିର୍ଭର କରୁଥିଲେ । ଓଡିଶା ଏବଂ ଆନ୍ଧ୍ର ମିଳିତ ମାଛକୁଣ୍ଡ ବିଦ୍ୟୁତ ପ୍ରକଳ୍ପ ସକାଶେ ଅନାକାଡେଲିରେ ଉଭୟ ମିଳିତ ପ୍ରକଳ୍ପ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ସରକାରୀ କର୍ମଚାରୀ ଥିଲେ । ବର୍ଷ ତଳେ ଏହି ପ୍ର।ଥମିକ ପ୍ରକଳ୍ପ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଘରେ।ଇକରଣ କରିଥିଲେ ପ୍ରକଳ୍ପ ଅଧିକାରୀ ।

ତେବେ ଘରେ।ଇ କରଣ ପରେ ଠିକରେ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆ ଯାଉନଥିବା ଅଭିଯୋଗ ହେ।ଇଛି । ଏବଂ ସ୍ୱାସ୍ଥ୍ୟ କେନ୍ଦ୍ରରେ ତେଲୁଗୁ  କର୍ମଚାରୀ ଥିବାରୁ ଓଡିଆ ଲେ।କଙ୍କ ପାଇଁ ସମସ୍ୟା ହେଉଛି । କେବଳ ସେତିକି ନୁହେଁ, ଫାର୍ମାସିଷ୍ଟ, ଆମ୍ବୁଲାନ୍ସ ଯୋଗାଇଦେବାକୁ ଦାବି କରିବା ପରେ ବି କେହି ଶୁଣୁନାହାନ୍ତି । ଦୀର୍ଘ ୧୦ ରୁ ଉର୍ଦ୍ଧ ହେବ ଅଞ୍ଚଳ ବସି  ଦାବି କରି ଆସୁ ଥିଲେ ମଧ୍ୟ କାହାରି ନଜର ପଡୁ ନାହିଁ  । ଏହାର ପ୍ରତିବାଦରେ ବିଦ୍ୟୁତ୍ ପ୍ରକଳ୍ପ କାର୍ଯ୍ୟାଳୟ ଏବଂ ପ୍ରକଳ୍ପ ମେଡିକାଲରେ ତାଲା ପକାଇଛନ୍ତି ଅଞ୍ଚଳବାସୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.