ରେଞ୍ଜରଙ୍କ ଘରେ ଭିଜିଲାନ୍ସ ଚଢାଉ, ଝିଅ-ଜ୍ବାଇଁଙ୍କ ଘରେ ବି ଚାଲିଛି ଯାଞ୍ଚ
16/01/2020 at 12:23 PM

ସମ୍ବଲପୁର ୧୬।୧: ଭିଜିଲାନ୍ସ ଜାଲରେ ପଡିଛନ୍ତି ରେଞ୍ଜର । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପଡିଆବାହାଲ ଫରେଷ୍ଟ ରେଞ୍ଜର ରେଞ୍ଜରଙ୍କ ଘରେ ସମ୍ବଲପୁର ଭିଜିଲାନ୍ସ ଟିମ୍ ପକ୍ଷରୁ ଚଢାଉ କରାଯାଇଛି । ରେଞ୍ଜର ସୁରେଶ ମିର୍ଧାଙ୍କ ପୁଟିବନ୍ଧ ସ୍ଥିତ ଘର ସମେତ ୩ଟି ସ୍ଥାନରେ ଚଢାଉ ଜାରି ରହିଛି ।

ସୁରେଶଙ୍କର ପୁଟିବନ୍ଧ ଘର, ସୁବର୍ଣ୍ଣପୁର ସ୍ଥିତ ଫାର୍ମହାଉସ୍, ପୁଟିବନ୍ଧଠାରେ ଥିବା ତାଙ୍କ ଝିଅ ଏବଂ ଜ୍ବାଇଁଙ୍କ ଘର ଏବଂ ପଡିଆବାହାଲ ଫରେଷ୍ଟ ରେଞ୍ଜ କାର୍ଯ୍ୟାଳୟରେ ଏକ କାଳୀନ ରେଡ୍ ଚାଲିଛି ।

ସମ୍ବଲପୁର ଭିଜିଲାନ୍ସ କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଏହି ଚଢାଉ ଚାଲିଥିବା ଭିଜିଲାନ୍ସ ଡିଏସପି କହିଛନ୍ତି । ବର୍ତ୍ତମାନ ସୁଧା ଏହି ଚଢାଉ ଜାରି ରହିଛି ଏବଂ କେତେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ହୋଇଛି ତାହା ତଦନ୍ତ ପ୍ରକ୍ରିୟା ସରିଲା ପରେ ଜଣାପଡିବ।