ମିଳିଲାନି ଚାରିକାନ୍ଧ, ଅଛୁଆଁ ହୋଇଗଲା ମହିଳାଙ୍କ ମୃତଦେହ: ମାନବିକତାର ପରିଚୟ ଦେଲେ ସାମାଜିକ ଯୁବ ସଂଗଠନ

Published By : Prameya-News7 Bureau | January 13, 2021 IST

ଢ଼େଙ୍କାନାଳ୧୩/୧:  ମୃତ୍ୟୁ ପରେ ମହିଳାଙ୍କ ଶବକୁ ଛୁଇଁଲେ ନାହିଁ କାରଖାନା କର୍ମଚାରୀ ଏବଂ କଲୋନୀ ବାସିନ୍ଦା। ଦୀର୍ଘ ଘଣ୍ଟା ଘଣ୍ଟା ଧରି ପଡି ରହିଥିବା ମୃତଦେହକୁ ଶେଷରେ ଯୁବ ସଂଗଠନ ଚାରିକାନ୍ଧ ଦେଇ କଲେ ଅନ୍ତିମ ସଂସ୍କାର।  ଢେଙ୍କାନାଳ ଶକ୍ତି ସୁଗାର କାରଖାନାରେ ଘଟିଛି ଏପରି ଅଭନୀୟ ଘଟଣା। ଦିନେ ପୋଡ଼ାଶୀମାନଙ୍କ ସହ ବେଶ ପରିଚିତ ହୋଇଥିବା ମହିଳାଙ୍କ ଏବେ ମୃତ୍ୟୁ ପରେ ସମସ୍ତଙ୍କ ପାଇଁ ହୋଇଗଲେ ଅଲୋଡା। ଏପରି କି ଜାତିପ୍ରଥା ଭଳି କଳୁଷିତ ଅନ୍ଧ ବିଶ୍ୱାସ ଯୋଗୁଁ ମିଳିଲାନି ଚାରିକାନ୍ଧ।  ଆଉ ଏପରିସ୍ଥିତିରେ ସମ୍ପୂର୍ଣ ଅସହାୟ ହୋଇପଡିଥିଲେ ମୃତ ବୀଣାପାଣିଙ୍କ ଭାଇ।

ଢେଙ୍କାନାଳସ୍ଥିତ ଶକ୍ତି ସୁଗାର୍ଶ କାରଖାନାର କର୍ମଚାରୀ ପ୍ରକାଶ ଦତ୍ତଙ୍କ ବୃଦ୍ଧା ଭଉଣୀ ବୀଣାପାଣି ଦତ୍ତଙ୍କ କଥା। ନିଜ ଭାଇଙ୍କ ସହ ଶକ୍ତି ସୁଗର୍ସ କଲୋନୀରେ ରହୁଥିବା ଏହି ବୀଣାପାଣିଙ୍କର ବୁଧବାର ବାର୍ଦ୍ଧକ୍ୟ ଜନିତ ମୃତ୍ୟୁ ଘଟିବା ପରେ ଏପରି ଅମାନବୀୟ ପରିସ୍ଥିତି ଦେଖାଦେଇଥିଲା। ତେବେ  ଏପରି ଅମାନବୀୟ ଘଟଣା ସମ୍ପର୍କରେ ଖବର ପାଇ ଚାରି କାନ୍ଧ ଦେବାକୁ ଅଣ୍ଟା ଭିଡିଥିଲା ସାମାଜିକ ଯୁବ ସଂଗଠନ ହେଲପିଙ୍ଗ ହ୍ୟାଣ୍ଡସ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.