Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାରାଷ୍ଟ୍ର : ଭାରସାମ୍ୟ ହରାଇ ୩୦ ଫୁଟ ଖାଇକୁ ଖସିଲା ବସ୍, ୫ ଜଣଙ୍କ ମୃତ୍ୟୁ, ୩୫ ଆହତ
  • ||
  • କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବିତ ହେଲେ ଗୁଣୁପୁର ତହସିଲଦାର
  • ||
  • ଚେନ୍ନାଇ ସୁପରକିଙ୍ଗ୍ସକୁ ବଡ ଝଟକା, ଆହତ କାରଣରୁ ଆଇପିଏଲ୍‌ର ବାକି ମ୍ୟାଚ୍‌ରୁ ବାଦ୍ ପଡିଲେ ଡ୍ଵେନ ବ୍ରାଭୋ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୩୧ କରୋନା ସଂକ୍ରମିତ ଚିହ୍ନଟ
  • ||
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

ଲୋକମାନଙ୍କୁ ଘାରିଛି କରୋନା ଭୟ: ମଣିଷର ମୃତଦେହକୁ ଛୁଉଁ ନାହିଁ ମଣିଷ

8/10/2020 at 5:53 PM

ଢ଼େଙ୍କାନାଳ୮/୧୦: ଲୋକମାନଙ୍କୁ ଘାରିଛି କରୋନା ସଂକ୍ରମଣର ଭୟ। ପଡି ରହିଛି ମୃତଦେହ। କରୋନା ଭୟରେ କେହି ମୃତ​‌ଦେହ ପାଖକୁ ଯାଉ ନାହାନ୍ତି। ଢେଙ୍କାନାଳ ଜିଲ୍ଲା ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦର ଓ୍ବାର୍ଡ-୨ ଅନ୍ତର୍ଗତ ପୁରୁଣା ପରିତ୍ୟକ୍ତ କୋର୍ଟ କାର୍ଯ୍ୟାଳୟରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ଏହି ପରିତ୍ୟକ୍ତ କୋର୍ଟ ପରିସରରେ ପଡି ରହିଛି ଏକ ମୃତଦେହ । ମୃତକ ହେଲେ ରବି ନାରାୟଣ ମେହେଣା ଓ ତାଙ୍କ ବୟସ ୫୨ ବର୍ଷ।  ସେ ଦୁଇ ଝିଅ ଓ ସ୍ତ୍ରୀଙ୍କୁ ନେଇ ଭିକ୍ଷାବୃତ୍ତି କରି ପରିବାର ପ୍ରତିପୋଷଣ କରୁଥିଲେ। କିନ୍ତୁ କିଛି ଦିନ ହେବ ରବି ନାରାୟଣ ଅସୁସ୍ଥ ଥିବାରୁ ଗତକାଲି ସଂନ୍ଧ୍ୟାରେ ତାଙ୍କର ମୃତ୍ୟୁ ହୋଇଥିଲା । ରବିନାରାୟଣଙ୍କ ଘରେ ପାଞ୍ଚ ଭାଇ ଥିଲେ ମଧ୍ୟ ମୃତ ଶରୀରକୁ ଦାହ କରିବାକୁ କେହି ଆସୁନଥିଲେ। ଏ ସମ୍ପର୍କରେ ଜାଣିବା ପରେ ଭୁବନ ପୋଲିସ୍‌ ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚିଛନ୍ତି।

   Related Posts