ଆନ୍ଧ୍ର ଓ ଛତିଶଗଡକୁ ଚୋରା ଚାଲାଣ ବେଳେ ଧାନ ଗାଡି ଜବତ

Published By : Prameya-News7 Bureau | November 30, 2019 IST

ନବରଙ୍ଗପୁର ୩୦।୧୧:  ନବରଙ୍ଗପୁର ଜିଲ୍ଲାରେ ଧାନ ମଣ୍ଡି ଖୋଲିବାରେ ବିଳମ୍ବ ହେଉଥିବାରୁ ଧାନ ର ଚୋରା ଚାଲାଣ ବୃଦ୍ଧି ପାଇବାରେ ଲାଗିଛି ।  ଯୋଗାଣ ବିଭାଗ ଚଢାଉ କରି ଦୁଇଟି ଟ୍ରକ ଜବତ କରିଛି ।

{"id":192012,"sizeSlug":"large"}

ସୂଚନାଯୋଗ୍ୟ ଯେ, ଓଡିଶା ତୁଳନାରେ  ଆନ୍ଧ୍ର ଓ ଛତିଶଗଡ ରେ ଧାନ ର ସହାୟକ ମୂଲ୍ୟ ଅଧିକ ରହୁଛି ।  ଏହାର ଫାଇଦା ନେଇ ଦଲାଲ ମାନେ ଜିଲ୍ଲାର ଚାଷୀ ଙ୍କୁ ପ୍ରଲୋଭନ ଦେଖାଇ ଓଡିଶା ମଣ୍ଡିରେ ବିକ୍ରି କରିବା ବଦଳରେ ତାଙ୍କ ନିକଟରେ ବିକ୍ରି କଲେ ଅଧିକ ଲାଭ ର ପ୍ରଲୋଭନ ଦେଖାଇ  ଚାଷୀ ଙ୍କ ଠାରୁ ଧାନ କିଣିଥାନ୍ତି ।  ଏହି ଧାନ ଗୁଡିକୁ ପୋଡ଼ାଶୀ ଛତିଶଗଡ଼ ଏବଂ ଆନ୍ଧ୍ର ପ୍ରଦେଶ ରେ ବିକ୍ରି କରଯାଉଛି । ଜିଲ୍ଲା ଯୋଗାଣ ବିଭାଗ  ଏଭଳି ଚୋରା ଚାଲାଣ ର ଖବର  ନବରଙ୍ଗପୁର ସହର ମାଝୀଗୁଡା ଠାରେ ଚଢାଉ କରି  ଦୁଇଟି ଧାନ ବୋଝେଇ ଟ୍ରକ ଜବତ କରାଯାଇଛି । ଉମରକୋଟ ବ୍ଲକ ଜାମରୁଣ୍ଡା ରୁ  ଆନ୍ଧ୍ରପ୍ରଦେଶର ପେଦାପୁରମ ଯାଉଥିବାବେଳେ ଯୋଗାଣ ବିଭାଗ ଜବତ କରିଛି ।  ଜବତ ଟ୍ରକ ମଧ୍ୟରୁ ଗୋଟିଏ ଟ୍ରକରେ ୬୦୦ ପ୍ୟାକେଟ ଧାନ ବସ୍ତା ଥିବା ବେଳେ ତାହା  ୩୦୦ କ୍ୱିଣ୍ଟାଲ ଓଜନ ରହିଛି  ।  ଅନ୍ୟ ଟ୍ରକରେ ୫୪୦ ବ୍ୟାଗ ଧାନ ଥିଲା ଯାହାର ୨୪୭ କ୍ୱିଣ୍ଟାଲ ୭୦ କିଲୋ ଓଜନର  ଧାନ ହୋଇଥିବା ଯୋଗାଣ ବିଭାଗ ତରଫରୁ ସୂଚନା ମିଳିଛି । କାଗଜ ପତ୍ର ଯାଞ୍ଚ ସମୟରେ ଏହା ଉମରକୋଟ ବ୍ଲକ ଜାମରଣ୍ଡା ପଞ୍ଚାୟତ ଅନ୍ତର୍ଗତ ୟୁଭି  ୧୪ ର  ସରକାରୀ ଟ୍ରେଡେଶ ନାମକ ଏକ  ବ୍ୟକ୍ତିର ଧାନ  ଯାହା କ୍ୱିଣ୍ଟାଲ ପିଛା ୧୬୧୪ ଟଙ୍କାରେ କିଣିଥିବା ଜାଣିବାକୁ ପାଇଛି ଯୋଗାଣ ବିଭାଗ । ଜବତ ଗାଡି ଗୁଡିକୁ ସହର ମଧ୍ୟରେ ଥିବା ଏକ ମିଲ ରେରଖା ଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.