କଳାହାଣ୍ଡିରେ ସରକାରୀ ମଣ୍ଡି ବନ୍ଦ : ଶ୍ରମିକ ଓ ମିଲରଙ୍କ ବିବାଦ ଯେ।ଗୁଁ ୪୦ରୁ ଅଧିକ ମଣ୍ଡିରେ ଅଚଳାବସ୍ଥା, ଚାଷୀ ହନ୍ତସନ୍ତ

Published By : Prameya-News7 Bureau | December 06, 2019 IST

କଳାହାଣ୍ଡି ୬।୧: କଳାହାଣ୍ଡି ଜିଲ୍ଲାରେ ସରକାରୀ ଧାନ ମଣ୍ଡିରେ ଅଚଳାବସ୍ଥା । ଧର୍ମଗଡ ସବ ଡିଭିଜନରେ ମଣ୍ଡି ମାନଙ୍କରେ ଶ୍ରମିକ ଓ ମିଲର ବିବାଦ ଏବଂ ଚାଷୀଙ୍କ ସହ କଟନୀ ସମସ୍ୟାକୁ ନେଇ ଜିଲ୍ଲାରେ ୪୦ରୁ ଅଧିକ ମଣ୍ଡିରେ ବନ୍ଦ ରହିଛି ଧାନ କିଣା ।ଯାହାକୁ ନେଇ ଚାଷୀ ନାନା ସମସ୍ୟାର ସମୁଖୀନ ହେଉଥିବା ବେଳେ ଦିନ ଗଡାଇ ଚାଲିଛି ଜିଲ୍ଲା ପ୍ରଶାସନ ।

{"id":194622,"sizeSlug":"large"}

କଳାହାଣ୍ଡିରେ ସରକାରୀ ମଣ୍ଡି ବନ୍ଦ ।ଶ୍ରମିକ ଓ ମିଲରଙ୍କ ବିବାଦ ଯେ।ଗୁଁ ସୃଷ୍ଟି ହେ।ଇଛି ଅଚଳାବସ୍ଥା । ମିଲର କିଣୁଥିବା ଧାନ କ୍ବିଣ୍ଟାଲ ପିଛା ୮ ଟଙ୍କା ୪୭ ପଇସା ପୈଠ କରୁଛନ୍ତି । ଯେତେବେଳେକି କ୍ବିଣ୍ଟାଲ ପିଛା ୬ଟଙ୍କା କଟନୀ ହେଉଛି ।ଯାହାକୁ ଶ୍ରମିକ ଓଜନ କଲେ ପି ପାଉଣା ମିଳୁନି । ଗତ ବର୍ଷ କ୍ବିଣ୍ଟାଲ ପିଛା ୧୦ଟଙ୍କା ପୈଠ କରାଯାଉଥିବା ବେଳେ ଚଳିତ ବର୍ଷ ଦେଢ ଟଙ୍କା କମ୍ ଦିଆଯାଉଥିବା ଅଭିଯେ।ଗ କରିଛନ୍ତି ଶ୍ରମିକ । ଏହାର ପ୍ରତିବାଦରେ ମଣ୍ଡିରେ କାମ ବନ୍ଦ କରିଛି ଶ୍ରମିକ ସଂଘ ।

{"id":194623,"sizeSlug":"large"}

ନିୟମ ଅନୁଯାଇ ମଣ୍ଡିରେ ଧାନର ମାନ ଆର.ଏମ.ସି ତଦାରଖ କରୁଥିବା ବେଳେ ସମବାୟ ସମିତି କ୍ରୟ କରିବ । ଏବଂ ମିଲର ଚାଉଳ ପାଇଁ ଧାନ ମିଲ ପଏଣ୍ଟକୁ ପରିବହନ କରିବ । ହଲେ ବାସ୍ତବରେ ମିଲର ହିଁ ଧାନର ମାନ ନାଁରେ ଚାଷୀ ଠାରୁ କ୍ବିଣ୍ଟାଲ ପିଛା ୬ ରୁ ୮ କେଜି କାଟି ନେଉଛି । ଅନ୍ୟପକ୍ଷରେ ବସ୍ତା ପାଇଁ ୧ କେଜି କାଟିବାକୁ ଅଡି ବସିଛି ଶ୍ରମିକ ସଂଘ । ସେପଟେ ସମାଧାନ ନାଁରେ ସମୟ ଗଡାଇ ଚାଲିଛି ଜିଲ୍ଲା ପ୍ରଶାସନ ।

{"id":194624,"sizeSlug":"large"}

କଳହାଣ୍ଡି ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟରେ ୩୦ ଲକ୍ଷ କ୍ବିଣ୍ଟାଲ ଧାନ କିଣିବା ପାଇଁ ସରକାରୀ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ବେଳେ ଆଜି ପର୍ଯ୍ୟନ୍ତ ମାତ୍ର ୩ ଲକ୍ଷ ୬୦ ହଜାର କ୍ବିଣ୍ଟାଲ ଧାନ ସଂଗ୍ରହ ହୋଇଛି । ଏଥିରୁ ଅନୁମାନ କରାଯାଇ ପାରେ ଜିଲ୍ଲାରେ କେମିତି ଚାଲିଛି ସରକାରୀ ମଣ୍ଡି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.