ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୨୦ରୁ ଅଧିକ ଧାନ ଗଦା
27/12/2020 at 1:20 PM

ମୁନିଗୁଡା ୨୭।୧୨: ନିଆଁ ଲାଗି ଖଳାରେ ରଖାଯାଇଥିବା ୨୦ରୁ ଅଧିକ ଧାନ ଗଦା ପୋଡି ପାଉଁଶ ହୋଇଯାଇଛି । ନିଆଁ ଲାଗିବାର କାରଣ ଜଣା ପଡିନଥିବା ବେଳେ ମୁନିଗୁଡା ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଛନ୍ତି ।
ସୂଚନାଯୋଗ୍ୟ ଯେ, ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକ ଅନ୍ତର୍ଗତ ବଡ଼ମୁଦ୍ରା ଗାଁର ୨୦ ଜଣ ଚାଷୀ ସେମାନଙ୍କ ୫୦ ଏକରରୁ ଅଧିକ ଜମିର ଧାନ ଖଳାରେ ଗଦା କରି ରଖିଥିଲେ । କୌଣସି କାରଣରୁ ଶନିବାର ସନ୍ଧ୍ୟାରେ ସେଥିରେ ନିଆଁ ଲାଗି ତାହା ସମ୍ପୂର୍ଣ୍ଣ ପୋଡିଯାଇଛି । ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚିବା ବେଳକୁ ଧାନ ଗଦା ଗୁଡିକ ସମ୍ପୂର୍ଣ୍ଣ ପୋଡି ଯାଇଥିବା ବେଳେ ନିଆଁକୁ ଆୟତ କରିଛନ୍ତି । ଅପରପକ୍ଷରେ ରାଜସ୍ବ ବିଭାଗ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି କ୍ଷୟକ୍ଷତିର ଆକଳନ କରି ଫେରିଥିବା ଜଣାପଡିଛି ।
Related Posts
ଯୁବକଙ୍କ ଉପରେ ମାଡିଗଲା ୧୦ ଚକିଆ ଟ୍ରକ୍, ଘଟଣାସ୍ଥଳରେ ହିଁ ଚାଲିଗଲା ଜୀବନ
16 January 2021