ବିଲକୁ ବିଲ ମାଡିଚାଲିଛନ୍ତି ପୋକ – ଚିନ୍ତାରେ ଚାଷୀ

Published By : Prameya-News7 Bureau | October 24, 2019 IST

ଭବାନୀପାଟଣା ୨୪।୧୦ - ପେ।କ କବଳରେ ପଶ୍ଚିମ ଓଡିଶାର ଧାନ ବିଲ । ଅମଳ ବେଳକୁ ଧାନରେ ଲାଗିଛନ୍ତି କୀଟ । ସରକାରୀ ରିପେ।ର୍ଟ ଅନୁଯାୟୀ କୀଟ କବଳରେ ୨୫ଶହ ହେକ୍ଟର ଚାଷ ଜମି । ଯାହାକୁ ନେଇ ଚିନ୍ତାରେ ପଡିଛନ୍ତି ଚାଷୀ ।

ଧାନ ବିଲରେ କୀଟ । ଏ ବିଲରୁ ସେ ବିଲକୁ ମାଡି ଚାଲିଛନ୍ତି ପେ।କ ।ଧାନ ଗଛ କାଟି ପକାଉଛନ୍ତି । ପେ।ଲା ମାରିଗଲାଣି ଧାନ । କଳାହାଣ୍ଡି ଜିଲ୍ଲାରେ ପ୍ରାୟ ୫ହଜାର ହେକ୍ଟର ଜମି ଏବେ କୀଟ କବଳରେ । କେବଳ କଲମପୁର ବ୍ଲକରେ  ୨୧୫୬ ହେକ୍ଟର ଜମିରେ ମାଟିଆଗୁଣ୍ଡି ୪୪୦ ହେକ୍ଟର ରେ ମହିସା ରୋଗ ,୪୩୬ ହେକ୍ଟର ମୁଳ ସଢା ,୩୩୫ ହେକ୍ଟର ଜୀବାଣୁ ଜନିତ ପତ୍ରଜଳା ରୋଗରେ ଆକ୍ରାନ୍ତ ହେ।ଇଛି ଫସଲ । ହଲେ ବେସରକାରୀ ଭାବେ ଏହା ୫ ହଜାର ହେକ୍ଟର ରୁ ଅଧିକା । ଯାହାକୁ ନେଇ ଚିନ୍ତାରେ  ପଡିଛନ୍ତି ଚାଷୀ ।

{"id":174331}

କଲମପୁର ବ୍ଲକରେ ଚଳିତ ବର୍ଷ ଖରିଫ ଋତୁ ରେ ୧୨ ହଜାର ହେକ୍ଟର ଧାନ ଚାଷ ହୋଇଛି । ୫ ହଜାର ହେକ୍ଟର ଜମିରେ ପେ।କ ଲାଗିଥିବା ଚାଷୀ କହୁଥିବା ବେଳେ ସରକାରୀ ରିପୋର୍ଟ ଅନୁଯାୟୀ ୨୫ଶହ ଜମିରେ ହେ।ଇଛି ସଂକ୍ରମଣ । େସପେଟ ମାତ୍ର ୫୩୦ ହେକ୍ଟର ଚାଷ ଜମି ପାଇଁ ସବସିଡି କୀଟନାଶ କ ବ୍ୟବସ୍ଥା କରିଛି କୃଷି ବିଭାଗ । ଯାହା ସମୁଦ୍ରକୁ ଶଂଖେ। ବାଧ୍ୟ ହେ।ଇ ବାହାରୁ ଔଷଧ କିଣି ବିଲରେ ପକାଉଛନ୍ତି ଚାଷୀ । ଅନ୍ୟପଟେ କର୍ମଚାରୀ ଅଭାବର ବାହାନା କରିଛନ୍ତି କୃଷି ଅଧିକାରୀ ।

ଜିଲ୍ଲାରୁ ଜିଲ୍ଲାକୁ ଡେଇଁ ଚାଲିଛନ୍ତି ପେ।କ । ଯାହାକୁ ନିୟନ୍ତ୍ରଣ କରିବାରେ ସଂପୂର୍ଣ୍ଣ ଫେଲ କୃଷି ବିଭାଗ ।ଆଗକୁ ଯଦି ରେ।ଗପେ।କ ଦମନ  ପାଇଁ ପଦକ୍ଷେପ ନିଆନଯାଏ ଚାଷୀ          ତ୍ମହତ୍ୟା ଭଳି ସମସ୍ୟା ନଉପୁଜିବ ବେ।ଲି କିଏ କହିବ ? 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.