ଆରମ୍ଭ ହେବାକୁ ଯାଉଛି ନୂଆ ଚାଷ : ସେପଟେ ମଣ୍ଡିରେ ଗଜା ହେଉଛି ଧାନ, ଚାଷୀ କେବେ ପାଇବ ତାର ପ୍ରାପ୍ୟ

Published By : Prameya-News7 Bureau | June 09, 2020 IST

ପଦ୍ମପୁର ୦୯।୦୬: ବିହନ ,ଖତ  ଦେଇ ୯୦ ଦିନ ଚାଷ ପରେ ହେଉଛି ଧାନ ।  କିନ୍ତୁ ମଣ୍ଡିରେ ୧୦ ଦିନ ଖୋଲା ଆକାଶ ତଳେ ପଡି ନଷ୍ଟ ହେଉଛି । ପାଣିରେ ଭିଜି ପଚି ଯାଇ ସେହି ଧାନ ପୁଣି ହେଉଛି ଖତ । ଖରା ହେଉ ଅବା ବର୍ଷା ସବୁକୁ ସହି ମୁଣ୍ଡ ଝାଳ ତୁଣ୍ଡରେ ମାରି ଚାଷୀ ଖତ, ସାର ଦେଇ  ଚାଷ କରୁଛି । ଭଲ ଅମଳ କରି ଠିକ ଭାବରେ ବିକ୍ରି କଲେ ତାର ପରିବାର ପୋଷଣ କରିବା ଆଶାରେ ଥାଏ । ହେଲେ କିଛି ସରକାରୀ ବାବୁଙ୍କ ଉଦାସିନତା ମନୋଭାବ ଯୋଗୁଁ ଚାଷୀର ଧାନ ବିକ୍ରି ହୋଇ ନପାରି ମଣ୍ଡିରେ ପଡି ନଷ୍ଟ ହୋଇଯାଉଛି I

{"id":283616,"sizeSlug":"large"}

ପଦ୍ମପୁର ଉପଖଣ୍ଡ  ପାଇକମାଳ ଠାରେ ଥିବା ଧାନ ମଣ୍ଡିର ଅବ୍ୟବସ୍ଥା ଦେଖିବାକୁ ମିଳିଛି। ଖୋଲା ଆକାଶ ତଳେ ପଡି ରହିଛି ହଜାର ହଜାର ବସ୍ତା ଧାନ । ପ୍ରତ୍ୟେହ ଶହ ଶହ ଚାଷୀ ଧାନ ବିକ୍ରି ପାଇଁ ମଣ୍ଡିକୁ ଧାନ ଆଣୁଛନ୍ତି । ହେଲେ ସେହି ଧାନକୁ କିଭଳି ଠିକ ଭାବରେ ରଖିବା ତଥା ବର୍ଷାରେ ଯେପରି ନଭିଜିବା ତାର କୌଣସି ବ୍ୟବସ୍ଥା କରାଯାଇନାହିଁ । ଫଳରେ ଚାଷୀଙ୍କ ଧାନ ଖୋଲା ଆକାଶ ତଳେ ପଡି ରହିଛି ।

{"id":283619,"sizeSlug":"large"}

କିଛି ଚାଷୀ ନିଜ ପ୍ରଚେଷ୍ଟାରେ ତାଙ୍କର ଧାନକୁ ପଲିଥନ ଘୋଡାଇକି ରଖୁଛନ୍ତି । ଅଦିନିଆ ବର୍ଷା ଯୋଗୁଁ ଚାଷୀଙ୍କ ଧାନ ବର୍ଷା ପାଣିରେ ଭିଜି ଯାଇଛି ଏବଂ ଗଜା ହୋଇଯାଇଛି । ଗଜା ହୋଇଥିବା ଧାନକୁ ମିଲ ମାନେ ନେବାକୁ ମନା କରୁଛନ୍ତି । କେବଳ ଭଲ ଧାନ କିଣୁଛନ୍ତି ଓ ଭଳ ଧାନ ଗୁଡିକରେ ମଧ୍ୟ କେଜି ପ୍ରତି ଦୁଇ ରୁ ତିନି କିଲୋ କଟନି ନକଲେ ମିଲର୍ସ ଏଜେଣ୍ଟ ମାନେ ଧାନ କିଣିବା ପାଇଁ ଅମଙ୍ଗ ହେଉଛନ୍ତି । ଫଳରେ ସେହି ଓଦା ଧାନ ମଣ୍ଡିରେ ହିଁ ପଡିରହୁଛି ଓ ପଚି ସଢି ଯାଉଛି । କିଛି ଚାଷୀ ସେହି ଓଦା ଧାନବସ୍ତା ଗୁଡିକୁ ପୁଣି ଘରକୁ ଫେରାଇ ନେଉଛନ୍ତି । ମଣ୍ଡି ଦାୟିତ୍ବରେ ଥିବା ଆରଏମସି ଓ ସମବାୟ ସମିତିର ସରକାରୀ ବାବୁଙ୍କ ଉଦାସିନତା ମନୋଭାବ ଯୋଗୁଁ ଚାଷୀ ହଇରାଣ ହେଉଛନ୍ତି ।

{"id":283620,"sizeSlug":"large"}

 ମଣ୍ଡିରେ ପଡି ରହିଥିବା ଓଦା ଧାନକୁ ବିକ୍ରି ପାଇଁ ଏଠାକାର ଦାୟିତ୍ବରେ ଥିବା ସରକାରୀ ଅଧିକାରୀ ମାନେ ଚାଷୀଙ୍କୁ କୌଣସି ପ୍ରକାରର ସହଯୋଗ କରୁନାହାନ୍ତି । ଚାଷୀ ମାନେ ଯେତେ ଅନୁରୋଧ କଲେ ସୁଦ୍ଧା ତାଙ୍କର ଓଦା ଧାନ ବିକ୍ରି ହୋଇପାରୁନାହିଁ । ବିକ୍ରି ନହେବା ଫଲରେ ଚାଷୀଙ୍କୁ ଧାନ ଦିର୍ଘ ଦିନ ପଡି ରହୁଛି ।  ଏଠାକାର ଦାୟିତ୍ବରେ ଥିବା ଆରଏମସି ଓ ସମବାୟ ସମିତିର ସରକାରୀ ବାବୁ ଟେଗ ନାହିଁ କିମ୍ବା ଯଦି  ଅଛି ତା ହେଲେ ଗାଡି ଆସୁଛି କହି ଭୁଆଁ ବୁଲାଉଛନ୍ତି ।

{"id":283621,"sizeSlug":"large"}

ଯଦି ଗାଡି ଆସୁଛି ତାହେଲେ କିଛି  ଲୋକଙ୍କ ଧାନ ବିକ୍ରି ହେଉଛି । ଯାହା ଫଳରେ ଚାଷୀ ମାନେ ଧାନ ବିକ୍ରି ଆଶାରେ ମଣ୍ଡିକୁ ଧାଇଁଧାଇଁ ହଇରାଣ ହେଉଛନ୍ତି ଏବଂ ନିରାଶ ହୋଇ ଫେରୁଛନ୍ତି । ଏ ବିଷୟରେ ପଦ୍ମପୁର । ସହକାରୀ  ଯୋଗାଣ ଅଧିକାରୀଙ୍କୁ ପଚରାଯିବାରୁ ଚାଷୀ ମାନେ କିପରି ଠିକ ଭାବରେ ଧାନ ବିକ୍ରି କରି ପାରିବେ ତଥା ଯେଉଁ ଅଧିକାରୀ ମାନେ ଧାନ ବିକ୍ରିରେ ଚାଷୀଙ୍କୁ ସହେଯାଗ କରୁନାହାନ୍ତି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି କହିଛନ୍ତି ।

{"id":283622,"sizeSlug":"large"}

 ଚାଷୀ ଧାନ ଖତ ସାର ଦେଇ ବିଲରେ ୯୦ ଦିନ ଧାନ ଚାଷ କରି ଅମଳ କରି ମଣ୍ଡିକୁ ବିକ୍ରି କରିବା ପାଇଁ ଆଣୁଛି । କିନ୍ତୁ ସରକାରୀ ବାବୁଙ୍କ ଅବହେଳା ଯୋଗୁଁ ସେହି ଧାନ ବିକ୍ରି ହୋଇ ନପାରେ ମଣ୍ଡିରେ ବର୍ଷା ରେ ପଚି ଶାଢ଼ୀ ପୁଣି ଖତ ହୋଇ ଯାଉଛି । ଯାହା ଚିନ୍ତା ର ବିଷୟ। ବିଭାଗୀୟ ଅଧିକାରୀ ଏ ବିଷୟରେ ଧ୍ୟାନ ଦେଲେ ବାଷୀ ମାନେ ସୁବିଧାରେ ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.