ଗାଁକୁ ରାସ୍ତା ନଥିଲା, ନିଜସ୍ୱ ଉଦ୍ୟମରେ ରାସ୍ତା ତିଆରି କଲେ ଗ୍ରାମବାସୀ

Published By : Prameya-News7 Bureau | June 27, 2020 IST

ପଦ୍ମପୁର, ୨୭|୦୬:    ଦେଶରେ ଏବେ କରୋନା  କାୟା ବିସ୍ତାର କରି ଚାଲିଥିବା ବେଳେ ଜୀବନ ଯାତ୍ରା ଏକ ପ୍ରକାର ଠପ୍ ହୋଇଯାଇଛି । ଏହି ସମୟରେ ଆର୍ଥିକ ସ୍ଥିତିକୁ ନେଇ ସରକାରୀ ସାହାଯ୍ୟର ଅପେକ୍ଷା କରିବା ପରିବର୍ତ୍ତେ  ନିଜସ୍ୱ ଉଦ୍ୟମରେ ରାସ୍ତା ତିଆରି କରିଛନ୍ତି ଗାଁ ବରଗଡର ଏକ ପଞ୍ଚାୟତବାସୀ .

ବରଗଡ଼ର ବରଡୋଲ ପଂଚାୟତ ଓ ଖଳିଆ ପାଲି ପଂଚାୟତକୁ ସଂଯୋଗ କରିଥିବା ମାତୃବିହାର ଠାରୁ ଶ୍ରୀ ଧାମ ନଗର ପର୍ଯ୍ୟନ୍ତ ୯୦୦ ମିଟର ରାସ୍ତା ବର୍ଷା ଦିନେ ଯାତାୟତ ପାଇଁ ଅନୁପଯୋଗୀ ହୋଇଯାଏ । ଖାଲ ଖମାରେ ଭର୍ତ୍ତି କାଦୁଅ ପଚପଚ୍ ବେହାଲ ଅବସ୍ଥାରେ ଲୋକଙ୍କୁ ଯିବାକୁ ପଡେ । ତେବେ ସ୍ଥାନୀୟ ବାସୀନ୍ଧାକ୍ରାନ୍ତି ଲାଲ ଝଗଡା,ରୂପକ ସାହୁ,ସଞ୍ଜୟ ପତି, ଜ୍ୟୋତିପ୍ରକାଶ ଦାଶ, କିଶୋର ଚନ୍ଦ୍ର ମେହେର,ଗଙ୍ଗାଧର ପ୍ରଧାନ ,ପର୍ଶୁରାମ ଚୌଧୁରୀଙ୍କ ମିଳିତ ଉଦ୍ୟମରେ ମାତୃବିହାର ଠାରୁ ଶ୍ରୀଧାମ ନଗର ପର୍ଯ୍ୟନ୍ତ ପ୍ରାୟ ୯୦୦ ମିଟର ରାସ୍ତାକୁ ତିଆରି କରାଯାଇଥିଲା ।  ମୁରୁମ ଓ ଚିପ୍ସ ଗୁଣ୍ଡ ପକାଇ ପ୍ରାୟ ୨ ଲକ୍ଷ ଟଙ୍କା ନିଜସ୍ୱ ପାଣ୍ଠିରୁ ସ୍ଥାନୀୟ ଲୋକଙ୍କ ସହଯୋଗରେ ସ୍ଥାନୀୟ ଲୋକେ ଏହି ରାସ୍ତାକୁ ତିଆରି କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.