କାର୍ ଧକ୍କାରେ ସାଇକେଲ ଆରୋହୀ ମୃତ: ପ୍ରତିବାଦରେ ସ୍ଥାନୀୟ ଲୋକଙ୍କ ରାସ୍ତାରୋକ

Published By : Prameya-News7 Bureau | November 02, 2021 IST

ପଦମପୁର ୦୨।୧୧ : ସାଇକଲ ଆରୋହୀଙ୍କୁ ଧକ୍କାଦେଲା କାର । ଘଟଣା ସ୍ଥଳରେ ସାଇକଲ ଆରୋହୀଙ୍କ ମୄତ୍ୟ । ସ୍ଥାନୀୟ ଲୋକଙ୍କ ରାସ୍ତା ଅବରୋଧ । ଏପରି ଅଭାବନୀୟ ଘଟଣା ଘଟିଛି ବରଗଡ ଜିଲ୍ଲା ପଦ୍ମପୁର ମେଲଛାମୁଣ୍ଡା ଥାନା ସନିମାଲ ଗାଁ ଛକରେ ।

ସୂଚନାନୁସାରେ, ମଙ୍ଗଳବାର ସକାଳେ ସନିମାଲ ଛକରେ ଏକ ସାଇକଲ ଆରୋହୀ ରାସ୍ତା ପାର ହେଉଥିଲେ । ଏହି ସମୟରେ ପଦ୍ମପୁର ପଟରୁ ଦ୍ରୁତ ଗତିରେ ଆସୁଥିବା ଏକ କାର ତାଙ୍କୁ ଧକ୍କା ଦେଇଥିଲା ।  ଫଳରେ ସାଇକଲ ଆରୋହୀଙ୍କ ଘଟଣା ସ୍ଥଳରେ ମୄତ୍ୟୁ ଘଟିଛି ।

ତେବେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି ଏବଂ ମୃତଦେହ ରଖି ପଦ୍ମପୁର ବରଗଡ଼ ବିଜୁ ଏକ୍ସପ୍ରେସ ଓ୍ବେକୁ ଅବରୋଧ କରିଛନ୍ତି । କାର ଡ୍ରାଇଭର ଫେରାର ଥିବା ବେଲେ ମେଲଛାମୁଣ୍ଡା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.