ହୃଦରୋଗ ବିଶେଷଜ୍ଞ ଡକ୍ଟର କେ.କେ ଅଗ୍ରୱାଲଙ୍କ କରୋନାରେ ଦେହାନ୍ତ, ଦୀର୍ଘ ଦିନ ଧରି ଭେଣ୍ଟିଲେଟରରେ ଚାଲିଥିଲା ଚିକିତ୍ସା

Published By : Prameya-News7 Bureau | May 18, 2021 IST

ନୂଆଦିଲ୍ଲୀ ୧୮/୫ : ଦେଶର ଜଣାଶୁଣା ହୃଦ୍‌ରୋଗ ବିଶେଷଜ୍ଞ ଡକ୍ଟର କେ.କେ ଅଗ୍ରୱାଲଙ୍କ ୬୨ ବର୍ଷରେ ପରଲୋକ । ସୋମବାର ବିଳମ୍ବିତ ରାତିରେ ତାଙ୍କର ଦେହାନ୍ତ ହୋଇଥିବା ସୂଚନା । ଦୀର୍ଘଦିନ ଧରି AIIMSର ଭେଣ୍ଟିଲେଟରରେ ତାଙ୍କର ଚାଲିଥିଲା ଚିକିତ୍ସା । ଗତ କିଛିଦିନ ହେବ ସେ କରୋନାରେ ପୀଡିତ ହୋଇ AIIMSରେ ଚିକିତ୍ସିତ ହେଉଥିଲେ । ଏକ ସ୍ୱତନ୍ତ୍ର ବିଶେଷଜ୍ଞ ଡାକ୍ତର ଦଳ ତାଙ୍କୁ ଚିକିତ୍ସା କରୁଥିଲେ । ଧୀରେ ଧୀରେ ତାଙ୍କ ଅବସ୍ଥା ସ୍ଥିର ହୋଇଆସୁଥିଲା ।

wp:gallery {"ids":[453947],"linkTo":"none"} /wp:gallery

ସୂଚନା ଥାଉକି, ଡାକ୍ତର କେ.କେ ଅଗ୍ରୱାଲ ଏପ୍ରିଲ ୨୮ ରେ ନିଜ ଟ୍ୱିଟର ଆକାଉଣ୍ଟରେ ସୂଚନା ଦେଇଥିଲେ କି ସେ କରୋନାରେ ସଂକ୍ରମିତ ହୋଇଛନ୍ତି । ଏପରିକି ସେ କରୋନା ଦୁଇଟି ଯାକ ଜୋଡ୍ ନେଇସାରିଛନ୍ତି । AIIMS ହସ୍ପିଟାଲ ପକ୍ଷରୁ ଆନୁଷ୍ଠାନିକ ଭାବେ ଘୋଷଣାରେ କୁହାଯାଇଛି ଯେ, ମେ ୧୭ ରାତି ୧୧.୩୦ରେ ସେ କରୋନା ସହ ଲଢି ଲଢି ଜୀବନ ଯୁଦ୍ଧରେ ହାରିଯାଇଛନ୍ତି । ଆହୁରି କୁହାଯାଇଛି କି, ଯେତେବେଳେ ସେ ଡାକ୍ତର ହୋଇଥିଲେ ସେତେବେଳେ ସେ ରୋଗୀଙ୍କ ଚିକିତ୍ସା ପାଇଁ ନିଜକୁ ନିତ୍ସର୍ଗୀକୃତ କରିଦେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.