ଗୃହ ବାହାରେ ବି ଶାସକ, ବିରୋଧୀଙ୍କ ପ୍ରତିବାଦ, ବିଧାନସଭା ପରିସରରେ ପଦଯାତ୍ରା

Published By : Prameya-News7 Bureau | December 07, 2021 IST

ଭୁବନେଶ୍ବର ୭।୧୨: ଷଷ୍ଠ ଦିନରେ ବି ଚାଲିପାରିଲାନି ବିଧାନସଭା । ଗୃହରେ ଉଭୟ ବିରୋଧୀ ଓ ଶାସକ ଦଳର ହୋହଲ୍ଲା ଯୋଗୁଁ ଗୃହକୁ ଅପରାହ୍ନ ୪ଟା ଯାଏଁ ମୁଲତବୀ ରଖିଲେ ବାଚସ୍ପତି । ମମିତା ମେହେର ପ୍ରସଙ୍ଗରେ ବିଜେପି ବିଧାୟକମାନେ ଗୃହର ମଧ୍ୟ ଭାଗରେ ଘଣ୍ଟ ଘଣ୍ଟି ବାଡେଇ ଅଭିନବ ପ୍ରତିବାଦ କରିଥିଲେ । ଏହାସହ ଗୃହ ବାହାରେ ମଧ୍ୟ ଜଗନ୍ନାଥଙ୍କ ଫଟୋ ଚିତ୍ର ରଖି ବିଜେପି ଧାରଣା ଦେଇଥିଲା  । ବିଜେପି ଦାବି କରିଛି ଯେ, ମହାପ୍ରଭୁ ଜଗନ୍ନାଥ ସରକାରୀ ଦଳକୁ ସଦବୁଦ୍ଧି ଦିଅନ୍ତୁ । ବିରୋଧୀ ଦଳର ଯାହା ଦାବି ଅଛି ତାହା ଆଲୋଚନା କରନ୍ତୁ । ଘଣ୍ଟଘଣ୍ଟା ଦ୍ବାରା ସରକାରୀଙ୍କ ନିଦ ଭାଙ୍ଗିବ ବୋଲି ବିରୋଧୀ ଦଳର ମୁଖ୍ୟ ସଚେତକ ମୋହନ ମାଝି କହିଛନ୍ତି । ଏହାସହ ବିଜେପି ବିଧାୟକ ଜଗନ୍ନାଥଙ୍କ ଖଜା ଭୋଗ ବାଣ୍ଟିଥିଲେ ।

{"id":555570,"sizeSlug":"full","linkDestination":"none"}

ଏପଟେ କଂଗ୍ରେସ ସଦସ୍ୟ ମଧ୍ୟ ଗୃହର ମଧ୍ୟ ଭାଗରେ ପ୍ଲା-କାର୍ଡ ଦେଖାଇ ବିରୋଧ କରିବା ସହ ବିଧାନସଭା ପରିସରରେ ପଦଯାତ୍ରା କରିଛି । କଂଗ୍ରେସ ଅଭିଯୋଗ କରିଛି ଯେ, ସରକାରୀ ଦଳ ଜାଣିଶୁଣି ଗୃହ ଚଳାଇ ଦେଉନାହାନ୍ତି । ଗୃହରେ ଗଙ୍ଗାଜଳ ଛିଞ୍ଚିବା ନିନ୍ଦନୀୟ । ସରକାରୀ ଦଳ ଏପରି କରିବା ଠିକ୍ ନହେଁ ବୋଲି ତାରା କହିଛନ୍ତି ।

{"id":555571,"sizeSlug":"full","linkDestination":"none"}

ସେପଟେ ବିରୋଧୀ ଦଳ ସଦସ୍ୟଙ୍କ ସଦବୁଦ୍ଧି ଆସୁ ବୋଲି କହି ଗୃହ ଭିତରେ ଶାସକ ଦଳର ସଦସ୍ୟମାନେ ବିରୋଧୀ ଦଳର ସଦସ୍ୟଙ୍କ ଉପରେ ଗଙ୍ଗାଜଳ ଛିଞ୍ଚିଥିଲେ ।  କେନ୍ଦ୍ରୀୟ ଅବହେଳା  , ଦରଦାମ ବୃଦ୍ଧି, ପାଇକ ବିଦ୍ରୋହକୁ ପ୍ରଥମ ସ୍ବାଧୀନତା ସଂଗ୍ରାମର ମାନ୍ୟତା ଦାବି କରିଛନ୍ତି ବିଜେଡି ବିଧାୟକ । ଆବାସ ଯୋଜନାରେ ପାତର ଅନ୍ତର ନେଇ ଆଲୋଚନା କଲେ ସେମାନଙ୍କ ସତ ଧରା ପଡିଯିବ ବୋଲି ବିଜେଡି ଅଭିଯୋଗ କରିଛି । ବିରୋଧୀ ଦଳ ସବୁବେଳେ ଏଭଳି ଡ୍ରାମା ନାଟକ କରୁଛନ୍ତି । ତେଣୁ ଆମେ ଜଗନ୍ନାଥଙ୍କ ପାଖରୁ ସ୍ନାନ ଜଳ ଆଣି ତାଙ୍କ ଉପରେ ଛିଞ୍ଚିଛୁ ବୋଲି ବିଜେଡି କହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.